Responsive Ad Slot

Showing posts with label ରାଜ୍ୟ. Show all posts
Showing posts with label ରାଜ୍ୟ. Show all posts

କେରଳରେ ଆୟୋଜିତ ଉଇକି କନ୍‌ଫରେନ୍ସ ଇଣ୍ଡିଆରେ ଓଡ଼ିଆ ଉଇକିଆଳିଙ୍କ ଯୋଗଦାନ

No comments

Tuesday, September 8, 2026

Odia and Odisha Wikimedians Participate in WikiConference India 2026 in Kerala

ବ୍ୟୁରୋ (୯ ସେପ୍ଟେମ୍ବର ୨୦୧୬): ଦକ୍ଷିଣ ଏସିଆର ଉଇକିମିଡ଼ିଆ ସମୁଦାୟ ପାଇଁ ଆୟୋଜିତ ଉଇକି କନ୍‌ଫରେନ୍ସ ଇଣ୍ଡିଆର ୪ର୍ଥ ସଂସ୍କରଣ ଗତ ସେପ୍ଟେମ୍ବର ୪ ତାରିଖରୁ ୬ ତାରିଖ ଯାଏଁ କେରଳର କୋଚିଠାରେ ଆୟୋଜିତ ହୋଇଥିଲା, ଯେଉଁଥିରୁ ଓଡ଼ିଶାର ୮ ଜଣ ଉଇକିଆଳି (ଉଇକିପିଡ଼ିଆ ତଥା ଉଇକିମିଡ଼ିଆରେ କାମ କରୁଥିବା ସ୍ୱେଚ୍ଛାସେବୀ) ଯୋଗ ଦେଇଥିଲେ । “Reimagining the Knowledge Commons” ବା “ଜ୍ଞାନର ସାଧାରଣ ଭଣ୍ଡାରକୁ ନୂଆ ଭାବେ ଚିନ୍ତା କରିବା” ଶୀର୍ଷକକୁ ମୁଖ୍ୟ ବିଷୟ ଭାବରେ ଗ୍ରହଣ କରି ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ, ୨୨୦ରୁ ଉର୍ଦ୍ଧ୍ୱ ଭାରତୀୟ, ନେପାଳୀ, ବାଂଲାଦେଶୀ, ଭୁଟାନୀ ଓ ଶ୍ରୀଲଙ୍କୀୟ ଉଇକିମିଡ଼ିଆ ସ୍ୱେଚ୍ଛାସେବୀ, ଗବେଷକ, ଶିକ୍ଷାବିତ୍, ପ୍ରଯୁକ୍ତିବିଦ୍ୟାବିତ୍ ଓ ମୁକ୍ତ ଜ୍ଞାନର ସମର୍ଥକ ଯୋଗ ଦେଇଥିଲେ ।

Subhasish Panigrahi at WCI 2026

ଆଜିର ସମୟରେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଦ୍ରୁତ ବିକାଶ ଏଥରର ସମ୍ମିଳନୀର ଏକ ପ୍ରମୁଖ ଆଲୋଚନାର ବିଷୟ ଥିଲା । ଏଆଇ ଓ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ମାନବ ସୃଷ୍ଟ ଏବଂ ବହୁଭାଷୀ ଜ୍ଞାନରୁ ଶିଖୁଥିବା ସମୟରେ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ ସ୍ୱେଚ୍ଛାସେବୀମାନଙ୍କ ଅବଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି, କାରଣ ଉଇକିପିଡ଼ିଆ ଭରସାଯୋଗ୍ୟ ଆଧାର ସହିତ ମୁକ୍ତ ଭାବରେ ଜ୍ଞାନ ପ୍ରଦାନ କରୁଥିବା ଏକମାତ୍ର ଜ୍ଞାନକୋଷ ବା ଏନ୍‌ସାଇକ୍ଲୋପିଡ଼ିଆ ଭାବରେ ୩୦୦ରୁ ଅଧିକ ଭାଷାରେ ଉପଲବ୍ଧ ।

୧୫ ଜାନୁଆରୀ ୨୦୦୧ରେ ଆରମ୍ଭ ହୋଇଥିବା ଉଇକିପିଡ଼ିଆକୁ ୨୫ ବର୍ଷ ପୂରଣ ହୋଇଥିବାବେଳେ ୩ ଜୁନ ୨୦୦୨ରେ ପ୍ରଥମ ଦକ୍ଷିଣ-ଏସୀୟ ଭାଷା ଭାବରେ ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ ହୋଇଥିଲା । ଏହି ୨୪ ବର୍ଷ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆରେ ୨୧,୦୦୦ରୁ ଅଧିକ ତଥ୍ୟପୂର୍ଣ୍ଣ ପ୍ରସଙ୍ଗମାନ ଉପଲବ୍ଧ ଅଛି, ଯାହାକି ଅନ୍‌ଲାଇନ୍‌ରେ ଓଡ଼ିଆ ଭାଷାର ଏକ ବୃହତ୍ ସଂଗ୍ରହାଳୟ ଅଟେ ।

Sangram Keshari Senapati during the Wikipedia Asian Month Pannel Discussion at WikiConference India 2026

୩ ଦିନ ଧରି ଆୟୋଜିତ ଏହି ସମ୍ମିଳନୀରେ, ଓଡ଼ିଆ ଉଇକିପିଡ଼ିଆର ସୁଭାସିସ ପାଣିଗ୍ରାହୀ, ଜ୍ଞାନ ରଞ୍ଜନ ସାହୁ, ଅଲିଭା ସାହୁ, ସଂଗ୍ରାମ କେଶରୀ ସେନାପତି ଏବଂ ଓଡ଼ିଆ ଉଇକିଆଳି ତଥା ଅଧୁନା ଉଇକିମିଡିଆ ଫାଉଣ୍ଡେସନ୍‌ରେ କାର୍ଯ୍ୟରତ ଶୈଳେଶ ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି ସାନ୍ତାଳୀ ଉଇପିଡ଼ିଆର ରାମଜିତ ଟୁଡୁଙ୍କ ଟୁଡୁ ଏବଂ ଉର୍ଦ୍ଦୁ ତଥା ଇଂରାଜୀ ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ରୁହୁଲ ଅମିନ୍ ମଧ୍ୟ ଅଂଶଗ୍ରହଣକାରୀ ଭାବରେ ଯୋଗ ଦେଇଥିଲେ । ଓଡ଼ିଆ ଉଇକିମିଡିଆନ୍ସ ଇଉଜର ଗ୍ରୁପ୍‌ର ଅନ୍ୟତମ ସଦସ୍ୟା ଚିନ୍ମୟୀ ମିଶ୍ର କେରଳର ଉଇକିଆଳିମାନଙ୍କ ସହ ମିଶି ଏହି ସମ୍ମିଳନୀର ଆୟୋଜନ ଭାର ଗ୍ରହଣ କରିଥିଲେ ।

Group Photo of WikiConference India 2026

ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସୁଭାସିସ ପାଣିଗ୍ରାହୀ ଓ ରାମଜିତ ଟୁଡୁ ଓପନ୍ ସ୍ପିକ୍ ପ୍ରକଳ୍ପ ଜରିଆରେ କରାଯାଇଥିବା ବିଭିନ୍ନ ଅଡ଼ିଓ ଓ ଭିଡ଼ିଓ ଡକ୍ୟୁମେଣ୍ଟେସନ୍ ବାବଦରେ ଏକ ଅଧଘଣ୍ଟିଆ ଆଲୋଚନା କରିବା ସହିତ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଏକ କର୍ମଶାଳାର ଆୟୋଜନ କରିଥିଲେ । ସେହିପରି ଜ୍ଞାନ ରଞ୍ଜନ ସାହୁ ଉଇକିମିଡିଆ ସମୁଦାୟର ବିଭିନ୍ନ ବୈଷୟିକ ଅସୁବିଧା ଉପରେ ଆଲୋକପାତ କରିବା ସହିତ ଆବଶ୍ୟକୀୟ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ସଂଗ୍ରାମ କେଶରୀ ସେନାପତି #୧୦୦ଉଇକିଡେଜ୍ ବାବଦରେ ଏକ କ୍ଷୁଦ୍ର ଉପସ୍ଥାପନା କରିବା ସହିତ ଉଇକିପିଡ଼ିଆ ଏସିଆ ମାସ ଉପରେ ଆୟୋଜିତ ଆଲୋଚନାଚକ୍ରରେ ଅନ୍ୟତମ ଅଂଶଗ୍ରହଣକାରୀ ଥିଲେ ।

Read in English: Odia and Odisha Wikimedians Participate in WikiConference India 2026 in Kerala

ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଭୁବନେଶ୍ୱରରେ ଉଇକିପିଡ଼ିଆର ୨୫ ବର୍ଷ ପାଳନ

No comments

Tuesday, July 14, 2026

25 Years of Wikipedia Celebrated at Bhubaneswar by the Odia Wikimedians User Group

ଭୁବନେଶ୍ୱର (୧୪ ଜୁଲାଇ ୨୦୨୬): ୨୦୦୧ ମସିହାରୁ ଏକ ମୁକ୍ତ ଜ୍ଞାନକୋଷ ଭାବରେ ଆରମ୍ଭ ହୋଇଥିବା ଉଇକିପିଡ଼ିଆକୁ ୨୦୨୬ ମସିହାରେ, ୨୫ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ୍ ଦ୍ୱାରା ଜାନୁଆରୀ ମାସରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ପାଳନ ହୋଇ ଆସୁଛି । ସେହି କ୍ରମରେ ଗତକାଲି ଭୁବନେଶ୍ୱରର ପଟିଆ ନିକଟସ୍ଥ ଷ୍ଟୁଡିଓ ଏନ୍ଆର୍ ଠାରେ ଏକ ମେଳଣ ଓ ୨୫ ବର୍ଷ ପୂରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଓଡ଼ିଆ ଉଇକିପିଡ଼ିଆର ସକ୍ରିୟ ଉଇକିଆଳି ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଏହି କାର୍ଯ୍ୟକ୍ରମରେ ଉଇକିପିଡ଼ିଆ ବାବଦରେ ଅବଗତ କରାଇବା ସହିତ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଥିଲେ । କବି ପତିତପତାବନ ପାଣି, ଆକାଶବାଣୀ କଟକରେ କାର୍ଯ୍ୟରତା ଅନ୍ୟତମ କବି ଶୀତଲ ମିଶ୍ର, ଅଭିଲିପ୍ସା ପାଢ଼ୀ, ପ୍ରଦୀପ ସେଠୀ, ଅମ୍ବିକେଶ ରାଉତ, ଚିରଶ୍ରୀ ଚିନ୍ମୟୀ, ଅବିନାଶ ନାୟକ ଆଦି ଯୋଗ ଦେଇଥିଲେ । ଏହା ବ୍ୟତୀତ ୧୫ରୁ ଉର୍ଦ୍ଧ୍ୱ ସେଚ୍ଛେସେବୀମାନେ ଯୋଗଦେଇ ଉଇକିପିଡ଼ିଆ ସମ୍ବନ୍ଧରେ ଶିଖିଥିଲେ ।

ସୂଚନା ଥାଉକି, ଏହି ୨୫ବର୍ଷ ପୂର୍ତ୍ତି ଅବସରରେ, ପୂର୍ବରୁ ଜାନୁଆରୀ ୧୦ ତାରିଖରେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଉଇକିପିଡ଼ିଆ ବାବଦରେ ସଚେତନତା ସୃଷ୍ଟି କରାଯିବା ସହିତ ଏକ ଷ୍ଟାଣ୍ଡି ଜରିଆରେ ପ୍ରଚାର କରାଯାଇଥିଲା । ଜାନୁଆରୀ ମାସରେ ଭଦ୍ରକ ମହୋତ୍ସବ ସମୟରେ ଏକ ସେଲ୍‌ଫି ଷ୍ଟାଣ୍ଡ ତିଆରି କରାଯାଇଥିଲା, ଯେଉଁଠାରେ ଭଦ୍ରକ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ସମେତ ୫୦୦ରୁ ଉର୍ଦ୍ଧ୍ୱ ଲୋକମାନେ ଫଟୋ ଉଠାଇଥିଲେ ଏବଂ ମଞ୍ଚରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କେକ୍ କାଟିଥିଲେ ।

ସେହିପରି ମାର୍ଚ୍ଚ ୬ ତାରିଖରେ ପୁରୀ ସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା, ଯେଉଁଠାରେ ମହାବିଦ୍ୟାଳୟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଉଇକିପିଡ଼ିଆରେ ସମ୍ପାଦନା ଶିଖିଥିଲେ । ଉଇକିପିଡ଼ିଆ ବାବଦରେ ଅନ୍‌ଲାଇନ୍‌ରେ ପ୍ରଚାର ପ୍ରସାର କରିବା ପାଇଁ, ସଂଗ୍ରାମ କେଶରୀ ସେନାପତି ଅନନ୍ୟା ଡିଜିଟାଲ୍ ଚ୍ୟାନେଲ୍‌ରେ ଏକ ପଡ଼କାଷ୍ଟ କରିଥିଲେ ଏବଂ ସାଳନ୍ଦୀ ସମାଚାର ସାପ୍ତାହିକ ଖବରକାଗଜରେ "୨୫ ବର୍ଷରେ ଉଇକିପିଡ଼ିଆ: ଏଆଇ ଯୁଗରେ ଓଡ଼ିଆ-ଭାଷାର ସ୍ଥାନ" ଶୀର୍ଷକ ଏକ ସମ୍ପାଦକୀୟ ଲେଖା ପ୍ରକାଶିତ ହୋଇଥିଲା ।

ଅବସର ସାହିତ୍ୟ ପତ୍ରିକା ଦ୍ୱାରା ୨୧ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

No comments

Friday, April 17, 2026

21st State-Level Bisuba Milan and Felicitation Ceremony Organised by Abasara Literary Magazine

ବାସୁଦେବପୁର, (୧୪ ଅପ୍ରେଲ ୨୦୨୬): ବାସୁଦେବପୁର ଅଟଳ ବିହାରୀ କଲେଜ ପରିସରରେ 'ଅବସର ସାହିତ୍ୟ ପତ୍ରିକା' ପକ୍ଷରୁ ୨୧ ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ପ୍ରାଧ୍ୟାପକ ଡ. ବିଶ୍ଵରଞ୍ଜନ ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଭାଷାବିତ ତଥା ସମାଲୋଚକ ପ୍ରଫେସର ଡ. ନଟବର ଶତପଥୀ, ମୁଖ୍ୟ ବକ୍ତା ଭାବେ ଡ. କାଳୀପଦ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଡ. ରାଜେନ୍ଦ୍ର ବେହେରା ଏବଂ ସମ୍ମାନୀତ ବକ୍ତା ଭାବେ ଡ. ଅଭୟ କୁମାର ଦାସ ଯୋଗଦେଥିଲେ ।


୩୫ ବର୍ଷରେ ପଦାର୍ପଣ କରିଥିବା ବାସୁଦେବପୁର ବ୍ଲକ୍‌ର ସର୍ବବୃହତ ଅବସର ସାହିତ୍ୟ ପତ୍ରିକା ଆନୁକୂଲ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସର ସାରସ୍ଵତ ପ୍ରତିଭା ସମ୍ମାନରେ ଡ. ଅଭୟ କୁମାର ଦାସଙ୍କୁ, ଅବସର କବିତା ସମ୍ମାନରେ ସୁରଞ୍ଜନ ପାତ୍ରଙ୍କୁ, ଅବସର ଯୁବ ପ୍ରତିଭା ସମ୍ମାନରେ କ୍ଷୀରୋଦ ବିହାରୀ ବିଶ୍ଵାଳଙ୍କୁ, ବନମାଳୀ ବାରିକ ସ୍ମୃତି ସମ୍ମାନରେ ଯାମିନୀକାନ୍ତ ପାଢ଼ୀଙ୍କୁ ସମ୍ମାନିତ କରିବା ସ୍ୱରୂପ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ନ୍ଧିତ କରାଯାଇଥିଲା ।


ଏହି ସଭାର ପ୍ରଥମ ଅଧିବେଶନରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଅବସର ପତ୍ରିକାର ସମ୍ପାଦକ ପାର୍ଥସାରଥି ବାରିକ ଏବଂ ଧନେଶ୍ଵର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସ୍ତରୀୟ ବିଷୁବ ମିଳନ-୨୦୨୬ର ଅପରାହ୍ଣରେ ଆୟୋଜିତ ବିଷୁବ କବିତା ଆସରରେ ଏ.ବି. କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟମଣୀ ଶତପଥି, ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷା ସ୍ନିଗ୍ଧା ମହାନ୍ତି, କମଳାକାନ୍ତ କର ଉଦ‌ବୋଧନ ଦେଇଥିଲେ । ଶିକ୍ଷକ ଗୟାଧର ଦାସ କବିତା ସଂଯୋଜନା କରିଥିଲେ । ଆମନ୍ତ୍ରିତ କବିମାନେ ସ୍ଵରଚିତ କବିତାମାନ ପାଠ କରିଥିଲେ ଏବଂ କୁନିକୁନି ପିଲମାନଙ୍କ ଦ୍ୱାରା ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା ।

ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଉନ୍ମୋଚିତ

No comments

Monday, April 13, 2026

Sangram Keshari Senapati’s Debut Odia Novel “Cigarette” Launched

ଭଦ୍ରକ (୧୩ ଅପ୍ରେଲ ୨୦୨୬): ଗତକାଲି ଟାଇମ୍‌ପାସ୍ ପ୍ରକାଶନ ସଂସ୍ଥା ଦ୍ୱାରା ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ବହି ବିଷୁବ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଶ୍ରୀଯୁକ୍ତ ବଂଶୀଧର ଷଡ଼ଙ୍ଗୀ ଓ ପ୍ରକାଶକ ସରୋଜ ବଳଙ୍କ ଉପସ୍ଥିତିରେ ଏହି ବହିଟି ଉନ୍ମୋଚିତ ହୋଇଥିଲା ।

ଟାଇମ୍‌ପାସ୍ ଦ୍ୱାରା ଆୟୋଜିତ ପ୍ରଥମା ପ୍ରତିଯୋଗିତାରେ ସଂଗ୍ରାମଙ୍କର ଏହି ଉପନ୍ୟାସ ସହିତ ଅନ୍ୟ ୧୧ଟି ପୁସ୍ତକ ନିର୍ବାଚିତ ହୋଇ ପୂର୍ବରୁ ପ୍ରଥମା ପୁରସ୍କାର ଲାଭ କରିଥିଲା । କଲେଜ ସମୟର ଏକ ପ୍ରେମ କାହାଣୀକୁ ଉପନ୍ୟାସର ରୂପ ଦେଇଥିବା ସଂଗ୍ରାମ ଶୁଭପଲ୍ଲବ ଓଡ଼ିଆ ପତ୍ରିକା ପ୍ରତିଷ୍ଠାତା ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବାବେଳେ ଉଇକିପିଡ଼ିଆର ଜଣେ ସକ୍ରିୟ ସମ୍ପାଦକ ଭାବରେ ୩,୬୦୦ରୁ ଅଧିକ ପ୍ରସଙ୍ଗ ଲେଖିବା ସହ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ସୂଚନା ଥାଉକି, ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ପ୍ରକାଶିତ ସଂଗ୍ରାମଙ୍କର ପ୍ରଥମ ଇଂରାଜୀ ଉପନ୍ୟାସ 'ଦି ଇଅର୍ ସି ଡିସାପିଅର୍‌ଡ୍' ଗତ ସପ୍ତାହରେ ଉନ୍ମୋଚିତ ହୋଇଥିଲା, ଯାହାକି ଉଭୟ ବହି ଓ ଇ-ବୁକ୍ ଭାବରେ ଯଥାକ୍ରମେ ଆମାଜନ୍ ଓ କିଣ୍ଡଲ୍‌ରେ ଉପଲବ୍ଧ ଅଛି । ସଂଗ୍ରାମ ତାଙ୍କର ଏହି ନୂଆ ବହି ପାଇଁ ଖୁସି ବ୍ୟକ୍ତ କରିବା ସହ ଟାଇମ୍‌ପାସ୍‌ର ନିର୍ଦ୍ଦେଶକ ସରୋଜ ବଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ନିଜ ବହିଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ପ୍ରକାଶ କରିଛନ୍ତି । ବହିଟି ଟାଇମ୍‌ପାସ୍ ବୁକ୍ କ୍ୟାଫେ ଓ ଆମାଜନ୍ ଇଣ୍ଡିଆରେ ଉପଲବ୍ଧ ଅଛି ।

ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ 'ଦି ଇଅର୍ ସି ଡିସାପିଅର୍‌ଡ୍' ଉନ୍ମୋଚିତ

No comments

Sunday, April 5, 2026

English Novel “The Year She Disappeared” by Sangram Keshari Senapati Launched in Balasore

ବାଲେଶ୍ୱର (୫ ଅପ୍ରେଲ ୨୦୨୬): ଆଜି ବାଲେଶ୍ୱର ଆଜିମାବାଦ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ 'ଦି ଇଅର୍ ସି ଡିସାପିଅର୍‌ଡ୍' ଉନ୍ମୋଚିତ ହୋଇଯାଇଛି । ମିଶନ୍ ସକ୍ସେସ୍‌ଠାରେ ଆୟୋଜିତ ଅଭିଳାଷା ଓପନ୍ ମାଇକ୍ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ କବୀ ଅଭିଲିପ୍ସା ପାଢ଼ୀ, ଉତ୍କଳିକା ରାଉତ ଓ ଏପି ଶୁଭକାନ୍ତ ସାମଲ । କଲେଜ ସମୟର ପ୍ରେମ କାହାଣୀ ଆଧାରରେ ଏହି ଉପନ୍ୟାସଟି ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି, ଯାହାକି ଆଗାମୀ ଦିନରେ ଓଡ଼ିଆ ଭାଷାରେ ମଧ୍ୟ ପ୍ରକାଶ ପାଇବାକୁ ଯାଉଛି ।

ସୂଚନା ଥାଉକି ସଂଗ୍ରାମଙ୍କର ଏହା ପ୍ରଥମ ଇଂରାଜୀ ଉପନ୍ୟାସ ଏବଂ ତାଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଆଗାମୀ ସପ୍ତାହରେ ଟାଇମ୍‌ପାସ୍ ପ୍ରକାଶନ ଦ୍ୱାରା ଉନ୍ମୋଚିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ବିଭିନ୍ନ ଯୁବ କବି ଓ ଲେଖକମାନେ ଯୋଗ ଦେଇ, ନିଜ ନିଜର ଗପ ଓ କବିତା ଉପସ୍ଥାପନା କରିବା ସହିତ ସଙ୍ଗୀତ ପରିବେଷଣ ଓ ଷ୍ଟାଣ୍ଡଅପ୍ କମେଡ଼ି ମଧ୍ୟ ପରିବେଷଣ କରାଯାଇଥିଲା । ଅଭିଳାଷା ଦ୍ୱାରା ବାଲେଶ୍ୱରରେ ଆୟୋଜିତ ଏହା ପ୍ରଥମ ଓପନ୍ ମାଇକ୍ ଥିଲା, ତେଣୁ ଯୋଗ ଦେଇଥିବା ଅତିଥି ଓ କବିମାନେ ବେଶ୍ ଉତ୍ସାହୀ ଥିଲେ ।

ବହିଟି ଆମାଜନ୍‌ରେ ଉପଲବ୍ଧ ଅଛି: https://amzn.to/4vdSy74

ଭଦ୍ରକରେ ଆୟୋଜିତ ହେବାକୁ ଯାଉଛି ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ୩ୟ ସଂସ୍କରଣ

No comments

Tuesday, January 20, 2026

Salandi Sahitya Sangam 2026 Press Meet at Bhadrak

ଭଦ୍ରକ (୧୯ ଜାନୁଆରୀ ୨୦୨୬): ଭୁବନେଶ୍ୱରରେ ଅବସ୍ଥାପିତ ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ’ ପକ୍ଷରୁ ଭଦ୍ରକଠାରେ ବିଗତ ଦୁଇବର୍ଷ ଧରି ଆୟୋଜିତ ହୋଇଆସୁଥିବା ନିଆରା ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ତୃତୀୟ ସଂସ୍କରଣ ଆଗାମୀ ଫେବୃଆରୀ ୧୪ ଓ ୧୫ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସାଳନ୍ଦୀ ବାଇପାସସ୍ଥିତ ‘ସଙ୍ଗମ କନ୍‍ଭେନ୍‍ସନ୍‍’ରେ ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ । ଗତବର୍ଷ ପରି ଏଥର ମଧ୍ୟ ଭଦ୍ରକର ବରପୁତ୍ରମାନଙ୍କ ନାମରେ ନାମିତ ଆଠ ଜଣ ବରିଷ୍ଠ ପ୍ରତିଭାଙ୍କୁ ସାଳନ୍ଦୀ ସୃଜନ ପୁରସ୍କାର ଓ ସାହିତ୍ୟର ଉତ୍ତରଣ ପାଇଁ କାର୍ଯ୍ୟରତ ପାଞ୍ଚ ଜଣ ବ୍ୟକ୍ତିବିଶେଷଙ୍କୁ ସାହିତ୍ୟସଖା ସମ୍ମାନ ପ୍ରଦାନ କରାଯିବ ।

ନୂଆବଜାରସ୍ଥିତ କର୍ମଚାରୀ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ନିର୍ଦ୍ଦେଶକ ସରୋଜ ବଳ ଏ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଭଦ୍ରକ ମାଟିରେ ଜନ୍ମିତ ସୁଖ୍ୟାତ ପୂର୍ବସୁରୀଙ୍କ ନାମରେ ନାମିତ ଏହିସବୁ ପୁରସ୍କାର କେବଳ ପ୍ରତିଭାପୂଜା ନୁହେଁ, ବରଂ ପରପିଢ଼ିଙ୍କୁ ପୂର୍ବପିଢ଼ି ସହିତ ଯୋଡ଼ିବାର ଏକ ବିନମ୍ର ପ୍ରୟାସ । ସାଳନ୍ଦୀ ସାହିତ୍ୟ ସଙ୍ଗମର ବିଭିନ୍ନ ସତ୍ରରେ ରାଜ୍ୟର ଭିନ୍ନଭିନ୍ନ ସ୍ଥାନରୁ ପ୍ରସିଦ୍ଧ ଲେଖକ, ସଂପାଦକ, ପ୍ରକାଶକ, ନାଟ୍ୟକାର, ଅଭିନେତା, ସଂଗୀତଜ୍ଞ ଓ ଚିତ୍ରଶିଳ୍ପୀମାନେ ଯୋଗ ଦେଉଥିବାରୁ ଏହା ସାରା ଓଡ଼ିଶାରେ ଭଦ୍ରକ ମାଟିର ସୃଜନଶୀଳ ଅସ୍ମିତା ଓ ଭାଇଚାରା ପ୍ରଦର୍ଶନରେ ସହାୟକ ହେବ । ପୁରସ୍କୃତ ଓ ସଂବର୍ଦ୍ଧିତ ପ୍ରତିଭାଙ୍କ ନାମ ଫେବୃଆରୀ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଏହି ଅବସରରେ ଚଳିତବର୍ଷ ପାଇଁ ଦିଗ୍‍ଦର୍ଶକ ଓ କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରାଯାଇଥିଲା । ପୂର୍ବପରି ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସଭାପତି ଭାବେ ଏବଂ କବି କିଶୋର ପାଣିଗ୍ରାହୀ ଓ ଗୀତିକାର ପଞ୍ଚାନନ ନାୟକ ଉପସଭାପତି ଭାବେ ଦାୟିତ୍ୱରେ ରହିବେ । ପରିଚାଳନା ସଂପାଦକ ଭାବେ ଯୁବଲେଖକ ତଥା ପ୍ରଶାସକ ସୌମ୍ୟଶ୍ରୀ ପାଣିଗ୍ରାହୀ କାର୍ଯ୍ୟଭାର ଗ୍ରହଣ କରିଥିବାବେଳେ କବି ଚିତ୍ତରଞ୍ଜନ ନାୟକ ସୃଜନଶୀଳ ସଂଯୋଜକ ଦାୟିତ୍ୱ ତୁଲାଇବେ । ଅମିତାଭ ଖିଲାର, କୈଳାଶ ବେହେରା, ସଂଗ୍ରାମ କେଶରୀ ସେନାପତି ଏବଂ ପ୍ରୀତିପଦ୍ମା ଦାସ ସହସଂଯୋଜକ ଭାବେ ଉତ୍ସବ ଆୟୋଜନରେ ସାମିଲ ହେବେ । 

ଏଥିସହିତ ବରିଷ୍ଠ ସାମ୍ବାଦିକ ତଥା କବି ଡ. ହରିହର ନାୟକ ଗଣମାଧ୍ୟମ ଉପଦେଷ୍ଟା ଏବଂ ପ୍ରମୋଦ ରାୟ ଓ ତପନ ସ୍ୱାଇଁ ଗଣମାଧ୍ୟମ ସଂଯୋଜକ ଭାବେ ଚଳିତବର୍ଷ ଏହି ଉତ୍ସବ ସହ ସଂପୃକ୍ତ ରହିବେ ।

ଡ. ରାଧାବିନୋଦ ନାୟକ, ବାସୁଦେବ ବାରିକ, ଝରଣା ପଟ୍ଟନାୟକ, ଡ. ରାଧାରାଣୀ ମହାପାତ୍ର, ଡ. ପ୍ରଭାତ ନଳିନୀ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବହଳୀ, ଡା. ବିକାଶ ନାରାୟଣ ନନ୍ଦ ପ୍ରମୁଖ ପୂର୍ବପରି ସାଳନ୍ଦୀ ସାହିତ୍ୟ ସଙ୍ଗମର ସଫଳ ଆୟୋଜନ ପାଇଁ ପରାମର୍ଶ ଓ ଦିଗ୍‍ଦର୍ଶନ ଦେବେ ।

ଚଳିତ ବର୍ଷ ଜିଲ୍ଲା ସଂଯୋଜକ ଭାବେ ଅବିନାଶ ପଣ୍ଡା (ଭଦ୍ରକ), ଉତ୍ପଳ ମହାନ୍ତି (ବାଲେଶ୍ୱର), ଅଶୋକ ଚନ୍ଦ୍ର ପୁହାଣ (କେନ୍ଦୁଝର), ଅସୀମା ସାହୁ (ମୟୂରଭଞ୍ଜ), ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ (ଯାଜପୁର) ଏବଂ ଅତୁଲ ବଳ (କେନ୍ଦ୍ରାପଡ଼ା) ଦାୟିତ୍ୱ ନିର୍ବାହ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ବିଗତ ବର୍ଷ ପରି ସାହିତ୍ୟ, ସଙ୍ଗୀତ, ସିନେମା, ନୃତ୍ୟ, ଚିତ୍ର ଆଦି ବିଭିନ୍ନ ବିଭାଗରେ ସୃଜନଶୀଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏପରି ବିରଳ ସୃଜନପର୍ବରେ ସାମିଲ ହୋଇ ପୂର୍ବପରି ଏହାକୁ ସଫଳ କରିବାକୁ ସଙ୍ଗମର ସମସ୍ତ କର୍ମକର୍ତ୍ତା ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଜୀବନ ଯାତ୍ରା ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନର ବିଷୟ ହେବ - ଅମିତ ଶାହ

No comments

Thursday, January 16, 2025

ପ୍ରଧାନମନ୍ତ୍ରୀଙ୍କ ଜୀବନ ଯାତ୍ରା ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନର ବିଷୟ ହେବ - ଅମିତ ଶାହ

ବ୍ୟୁରୋ (୧୬ ଜାନୁଆରୀ ୨୦୨୫) – ଗୁଜୁରାଟର ବଡନଗରରେ ଜନ୍ମ ଗ୍ରହଣ କରିଥିବା ଜଣେ ସାଧାରଣ ପିଲାରୁ ବିଶ୍ୱ ନେତା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଯାତ୍ରା ଆଗାମୀ ଦିନରେ ଦେଶ ଦୁନିଆର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଧ୍ୟୟନର ବିଷୟ ହେବ । ଗୁରୁବାର ଗୁଜରାଟର ବଡନଗର ଠାରେ ଏକ ଅତ୍ୟାଧୁନିକ ପ୍ରତ୍ନତତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ, ପ୍ରେରଣା କମ୍ପ୍ଲେକ୍ସ ଏବଂ ଓ୍ୱାଡନଗର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦାନୁସରଣ କରୁଛି । ଆଜିର କାର୍ଯ୍ୟକ୍ରମ ମୋଦୀଙ୍କ ଜନ୍ମସ୍ଥାନରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ବଡନଗରକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଶ ଓ ବିଶ୍ୱର ମାନଚିତ୍ରରେ ସ୍ଥାନିତ କରିବାକୁ ଯାଉଛି। ବଡନଗର ହେଉଛି ବିଶ୍ୱର ଅନ୍ୟତମ ପୁରାତନ ସହର । ଏହା ପ୍ରତ୍ୟେକ ଯୁଗର ସଂସ୍କୃତି ଏବଂ ମୂଲ୍ୟବୋଧକୁ ପ୍ରଭାବିତ କରିଛି ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ହଜାର ହଜାର ବର୍ଷ ପୁରୁଣା ସଭ୍ୟତାର କେନ୍ଦ୍ରସ୍ଥଳ ବଡନଗରର ତପୋଭୂମି ଆଜି ନୂଆ ରୂପ ନେଉଛି । ଐତିହାସିକ ଐତିହ୍ୟର ଏହି ଭୂମିକୁ ଏକବିଂଶ ଶତାବ୍ଦୀରେ ଭାରତର ନେତୃତ୍ୱ ନେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ସହିତ ଗ୍ଲୋବାଲ ସାଉଥର ସ୍ୱର ହୋଇଛନ୍ତି । ଏହା ହେଉଛି ବଡନଗରର ସଂସ୍କାର । ଏହି ଅଞ୍ଚଳର ବିଚାର, ଯାହାର ଛତ୍ରଛାୟାରେ ସମଗ୍ର ବିଶ୍ୱର ଲୋକମାନେ ଲାଭ ପାଉଛନ୍ତି । ଯେଉଁ ସ୍କୁଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ, ସେହି ଠାରେ ଲୋକାର୍ପିତ 'ପ୍ରେରଣା କମ୍ପଲେକ୍ସ' ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପାଠ୍ୟକ୍ରମ ମାଧ୍ୟମରେ ଆମ ପିଲାମାନଙ୍କ ମଧ୍ୟରେ ନେତୃତ୍ୱର ଗୁଣାତ୍ମକ ଏବଂ ମୂଲ୍ୟବୋଧ ବିକାଶ କରିବାର ଏକ ଜରିଆ ହେବ । ଏହି ଆଧୁନିକ ସଂଗ୍ରହାଳୟରେ ବଡନଗର ପ୍ରାଚୀନ ସଂସ୍କୃତି ଏବଂ ଇତିହାସର ଛାପ ରହିଛି । ଏହା ବିଶ୍ୱର ଏକମାତ୍ର ଅତ୍ୟାଧୁନିକ ସଂଗ୍ରହାଳୟ । ବଡନଗର ଆମର ସମୃଦ୍ଧ ଐତିହ୍ୟ । ଆଗାମୀ ଦିନରେ ଏହି ଭୂମି ଆମର ଯୁବପିଢ଼ିଙ୍କୁ ଗର୍ବିତ କରିବା ସହିତ ଏକ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରେରଣା ଯୋଗାଇବ ।

ଆଜି ପ୍ରେରଣା ବିଦ୍ୟାଳୟର ୪୨ତମ ବ୍ୟାଚର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶାହ ଆଲୋଚନା କରିଥିଲେ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ଏହି ଆଲୋଚନା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଜ୍ଞାନଦାୟକ ନଥିଲା, ବରଂ ତାଙ୍କ ଭିତରେ ନୂତନ ଶକ୍ତି ଏବଂ ଚିନ୍ତାଧାରା ମଧ୍ୟ ସୃଷ୍ଟି କରିଥିଲା । ଏହି ପ୍ରେରଣାଦାୟୀ ଆଲୋଚନା ସେମାନଙ୍କ ବ୍ୟକ୍ତିତ୍ୱ ଏବଂ ଦୃଷ୍ଟିକୋଣକୁ ବ୍ୟାପକ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ପ୍ରେରଣା ବିଦ୍ୟାଳୟ ଆଜି ଶିକ୍ଷା ଓ ମୂଲ୍ୟବୋଧର ଏକ ଅନନ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଅଭିଜ୍ଞତା ଭିତ୍ତିକ, ଅଭିନବ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ବିଶ୍ୱ ମଞ୍ଚରେ ଉତ୍କୃଷ୍ଟ ହେବା ପାଇଁ ପ୍ରସ୍ତୁତ କରୁଛି। ନୂତନ ପିଢ଼ିଙ୍କୁ ଅନୁଭୂତିମୂଳକ ଓ ସାମଗ୍ରିକ ଶିକ୍ଷା ପ୍ରଦାନ କରି ଭବିଷ୍ୟତର ଦକ୍ଷ ନେତାଙ୍କୁ ଗଢ଼ିତୋଳିବା ପାଇଁ ଏହି ବିଦ୍ୟାଳୟ କାର୍ଯ୍ୟ କରୁଛି। ମାନ୍ୟବର ଗୃହମନ୍ତ୍ରୀଙ୍କ ସହ ଏହି ବାର୍ତ୍ତାଳାପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଦେଶପ୍ରେମ ଏବଂ ସମାଜ ପ୍ରତି ଦାୟିତ୍ୱବୋଧକୁ ସୁଦୃଢ଼ କରି 'ବିକଶିତ ଭାରତ' ଗଠନ ପାଇଁ ପ୍ରେରଣା ଯୋଗାଇବ । ଏହି ସମାରୋହରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ସମ୍ପାଦକଙ୍କ ବିୟୋଗରେ ଶୋକସଭା

No comments

Saturday, January 11, 2025

 Nikhil Utkal Sanskrit Mahamandala Mourns the Untimely Demise of its General Secretary

ଭଦ୍ରକ (୧୧ ଜାନୁଆରୀ ୨୦୨୪): ଆଜି ଭଦ୍ରକ ପୁରୁଣା ବଜାର ସ୍ଥିତ ଦାମୋଦର ସଂସ୍କୃତ ବିଦ୍ୟାଳୟ ପରିସରରେ ଭଦ୍ରକ ସଂସ୍କୃତ ମଣ୍ଡଳ ଦ୍ୱାରା ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ଦିବଂଗତ ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଅକାଳ ବିୟୋଗରେ ଶୋକସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଭଦ୍ରକ ସଂସ୍କୃତ ମଣ୍ଡଳର ସଭାପତି ଅଭିମନ୍ୟୁ ସେନାପତି । ଏହି ସଭାରେ ଦାମୋଦର ମହାବିଦ୍ୟାଳୟ ଉପଶାସ୍ତ୍ରୀର ଅଧକ୍ଷ ଡ. ପ୍ରମୋଦ କୁମାର ନାୟକ, ଅବସରପ୍ରାପ୍ତ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ସମ୍ପାଦକ ସତ୍ୟନାରାୟଣ ପାଢ଼ୀ, ଦାମୋଦର ଟୋଲ୍‌ର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ପାଣିଗ୍ରାହୀ ଆଦି ଦିବଂଗତ ବ୍ୟକ୍ତିତ୍ୱଙ୍କ ଉଦ୍ଦେଶ୍ୟରେ ସମ୍ଭାଷଣ ପ୍ରଦାନ କରିଥିଲେ ।

ଭଦ୍ରକ ମଣ୍ଡଳର ଅନ୍ୟତମ ସଦସ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ନାୟକ, ବିନୟ କୁମାର ଦାସ, ମଞ୍ଜୁଲତା ମହାପାତ୍ର, ଗୌରାଙ୍ଗ ଚରଣ ଦାସ, ଯଶୋବନ୍ତ ମିଶ୍ର ଆଦି ସଭାରେ ଯୋଗ ଦେଇଥିଲେ । ସଂସ୍କୃତ ମହାବିଦ୍ୟାଳୟ ଶାସ୍ତ୍ରୀର ଅଧକ୍ଷ ଡ. ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପକ ଶୁକଦେବ ପଣ୍ଡା, ଚିତ୍ତରଞ୍ଜନ ଦାସ, ରଘୁନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସଭା ପରିଚାଳନାରେ ସହଯୋଗ କରିଥିଲେ ସଂଗ୍ରାମ କେଶରୀ ସେନାପତି ।

ପୋଲାଣ୍ଡର କାଟୋଭିସଠାରେ ଉଇକିମାନିଆ ୨୦୨୪ରେ ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିଙ୍କ ଯୋଗଦାନ

No comments

Friday, August 9, 2024

 Odia and Santali Wikimedians joined Wikimani Katowice

ଭୁବନେଶ୍ୱର (୯ ଅଗଷ୍ଟ ୨୦୨୪): ଉଇକିମିଡ଼ିଆ ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର ପୋଲାଣ୍ଡର କାଟୋଭିସଠାରେ ଆୟୋଜନ କରାଯାଇଛି, ଯେଉଁଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ଯୋଗ ଦେଇଛନ୍ତି । ପ୍ରତିବର୍ଷ ଅଗଷ୍ଟ ମାସରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ଏହି ବର୍ଷ ୭ ରୁ ୧୦ ଅଗଷ୍ଟ ଯାଏଁ ଚାରିଦିନ ବ୍ୟାପି ଚାଲିବ ।

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍‌ର ସଦସ୍ୟ ସୁଭାସିସ ପାଣିଗ୍ରାହୀ, ଚିନ୍ମୟୀ ମିଶ୍ର ଓ ଅଲିଭା ସାହୁ ପ୍ରତିନିଧିତ୍ୱ କରିଥିଲେ । ବୃତ୍ତିରେ ଜଣେ ଇଞ୍ଜିନିୟର ତଥା ଉତ୍ସାହୀ ଉଇକିମିଡ଼ିଆନ୍ ଚିନ୍ମୟୀ ମିଶ୍ର ୨୦୧୫ ମସିହାରେ ଉଇକିମିଡ଼ିଆରେ ଯୋଗ ଦେଇଥିଲେ । ଭେଦଭାବ କିମ୍ବା ପକ୍ଷପାତରୁ ମୁକ୍ତ ହୋଇ ସମସ୍ତଙ୍କୁ ଆଗକୁ ବଢ଼ିବାର ଯଥେଷ୍ଟ ସୁଯୋଗ ଥିବା ଏକ ସମାବେଶୀ ସ୍ଥାନ ସୃଷ୍ଟି କରିବାର ପ୍ରୟାସ ପାଇଁ ସେ ଜଣାଶୁଣା । ଚିନ୍ମୟୀ ଏଥର ଉଇକିମାନିଆରେ ଚାରୋଟି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଉଇକି ଓମେନ୍ସ କ୍ୟାମ୍ପ ପାଇଁ ବିଶେଷ ଉପସ୍ଥାପନ କରିଛନ୍ତି ।

୨୦୧୫ ମସିହାରେ ଉଇକିମିଡ଼ିଆରେ ଯୋଗ ଦେଇଥିବା ଅନ୍ୟତମ ସକ୍ରିୟ ଉଇକିଆଳି ଅଳିଭା ସାହୁ ଓଡ଼ିଆ ଓ ହିନ୍ଦୀ ଉଇକିପିଡ଼ିଆରେ ସକ୍ରିୟ ଅବଦାନ କରି ଆସୁଛନ୍ତି । ସେ ଉଇକିମିଡ଼ିଆ କମନ୍ସ, ଓଡ଼ିଆ ଉଇକିପାଠାଗାର ଓ ଉଇକିଡାଟାରେ ମଧ୍ୟ ଅବଦାନ କରନ୍ତି । ଉଇକିମିଡ଼ିଆ ଡଚ୍‌ଲ୍ୟାଣ୍ଡର ସହାୟତାରେ ଅଲିଭା ପ୍ରଥମ କରି ଉଇକିମାନିଆରେ ଯୋଗ ଦେବାର ସୁଯୋଗ ପାଇଛନ୍ତି ।

ଏଥର ଉଇକିମାନିଆରେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିନିଧିତ୍ୱ କରୁଥିବା ରାମଜିତ ଟୁଡୁ, ଉଭୟ ଓଡ଼ିଆ ଓ ସାନ୍ତାଳୀ ଉଇକିପିଡ଼ିଆରେ ଜଣେ ସକ୍ରିୟ ସଦସ୍ୟ । ସେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିଷ୍ଠା ତଥା ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସିଆଇଏସ୍-ଏ୨କେ ପକ୍ଷରୁ ଦିଆଯାଇଥିବା ସ୍କଲାରସିପ୍ ଜରିଆରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଉଇକିପିଡ଼ିଆ ସହିତ ତାଙ୍କର ନିଜସ୍ୱ ଅନୁଷ୍ଠାନ ଓଲଚିକିଟେକ୍ ଓ ବୀରମାଳି ସାନ୍ତାଳୀ ଇ-ପତ୍ରିକା ଅଛି ଯେଉଁଥିରେ ସେ ସାନ୍ତାଳୀ ଭାଷାର ଡିଜିଟାଲ ସଶକ୍ତୀକରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଓଡ଼ିଆ ଉଇକିପିଡ଼ିଆରେ ଦୀର୍ଘଦିନ ଧରି ଯୋଗଦାନ କରି ଆସୁଥିବା ଶୈଳେଶ କ୍ରିଏଟିଭ୍ କମନ୍ସ ଲାଇସେନ୍ସରେ ଓଡ଼ିଆ ବିଷୟବସ୍ତୁ ଉପଲବ୍ଧ କରାଇବା ପାଇଁ ସରକାରଙ୍କ ସହ ମିଶି ଅନେକ କାର୍ଯ୍ୟ କରିଛନ୍ତି । ସେ ଏବେ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଆ ଉଇକିପିଡ଼ିଆର ପରିଚ୍ଛା ସୁଭାସିଷ ପାଣିଗ୍ରାହୀ ୨୦୧୧ ମସିହାରୁ ଓଡ଼ିଆ ଉଇକିପିଡ଼ିଆରେ କାମ କରି ଆସୁଛନ୍ତି । ତାଙ୍କ ଉଦ୍ୟମରେ ୨୦୦୨ରୁ ପ୍ରଥମ ଦକ୍ଷିଣ ଏସୀୟ ଭାଷା ଭାବରେ ଉପଲବ୍ଧ ଥିବା ଓଡ଼ିଆ ଉଇକିପିଡ଼ିଆ ସକ୍ରିୟ ହୋଇଥିଲା । ଉଇକିପିଡ଼ିଆ ବ୍ୟତୀତ ଉଇକିପାଠାଗାର, ଉଇକିଡାଟା, ଲିଙ୍ଗୁଆ ଲିବ୍ରେରେ ତାଙ୍କର ବିଳିଷ୍ଠ ଯୋଗଦାନ ରହିଛି, ଯାହାକି ଓଡ଼ିଆ ଭାଷାକୁ ଇଣ୍ଟରନେଟ୍ ତଥା ଡିଜିଟାଲ୍ ଯୁଗରେ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ ସମ୍ମିଳନୀରେ ଓଡ଼ିଶାର ଏହି ଉଇକିଆଳିଙ୍କ ଅଂଶଗ୍ରହଣ ଉଇକିମିଡ଼ିଆ ଇକୋସିଷ୍ଟମରେ ଓଡ଼ିଆ ଓ ସାନ୍ତାଳୀ ଭାଷା ସମ୍ପ୍ରଦାୟର ବଢ଼ୁଥିବା ଯୋଗଦାନ ଓ ଅବଦାନର ପ୍ରମାଣ । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ସେମାନଙ୍କ ଉପସ୍ଥିତି ସେମାନଙ୍କ ଅନୁଭୂତି ବାଣ୍ଟିବା, ବିଶ୍ୱ ସମୁଦାୟଠାରୁ ଶିଖିବା ତଥା ଉଇକିମିଡ଼ିଆ ଆନ୍ଦୋଳନର ବହୁଭାଷୀ ପ୍ରୟାସକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରେ ।

ଏନ୍‌ଆଇଟି ରାଉରକେଲାରେ ଓଏସ୍‌ଆର୍‌ଟିସି ପେସାଦାରମାନଙ୍କ ପାଇଁ କ୍ୟାପାସିଟି ବିଲ୍ଡିଂ କୋର୍ସର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

No comments

Wednesday, July 10, 2024

The second phase of the Capacity Building Course for OSRTC Professionals starts at NIT Rourkela

ରାଉରକେଲା (୧୦ ଜୁଲାଇ ୨୦୨୪): ଓଏସ୍‌ଆର୍‌ଟିସି (ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ)ର ପେସାଦାରମାନଙ୍କ ପାଇଁ ୬ ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ଜୁଲାଇ ୧୦ରୁ ୧୫ ଯାଏଁ) ଆଜି ଏନ୍ଆଇଟି ରାଉରକେଲାରେ ଆରମ୍ଭ ହୋଇଛି । ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଦକ୍ଷତା ବିକାଶ ପାଠ୍ୟକ୍ରମ ବିଭାଗର ସେମିନାର୍ ହଲ୍‌ରେ ଅନୁଷ୍ଠିତ ହେଉଛି । ଓଏସ୍‌ଆର୍‌ଟିସି ଇଞ୍ଜିନିୟର ଏବଂ ଅଧିକାରୀଙ୍କ ପାଇଁ ଜୁନ୍ ୨୦୨୪ ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପାଠ୍ୟକ୍ରମ ପରେ ଏହି ଦ୍ୱିତୀୟ ପର୍ଯ୍ୟାୟ ପାଠ୍ୟକ୍ରମ ବିଶେଷ କରି ଓଏସ୍‌ଆର୍‌ଟିସି ଡିପୋ ମ୍ୟାନେଜରଙ୍କ ପାଇଁ ଡିଜାଇନ୍ କରାଯାଇଛି ।


ଆଜି, ଜୁନ୍ ୧୦, ୨୦୨୪ରେ ଉଦ୍‌ଘାଟନୀ ଅଧିବେଶନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପାଠ୍ୟକ୍ରମ ସଂଯୋଜକ ପ୍ରଫେସର୍ ବୁକ୍କେ କିରଣ ନାଏକ ସମସ୍ତ ୩୧ ଜଣ ପ୍ରତିଯୋଗୀଙ୍କୁ ସ୍ୱାଗତ କରିବା ସହ ଦକ୍ଷତା ବୃଦ୍ଧି ପାଠ୍ୟକ୍ରମରେ ଯାନ ପରିଚାଳନା, ଡିପୋ ପରିଚାଳନା, ପରିବହନ ନୀତି ଓ ସ୍ଥାୟୀ ପରିବହନ ଅଭ୍ୟାସରେ ଦକ୍ଷତା ବୃଦ୍ଧି ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ବିବିଧ ପାଠ୍ୟକ୍ରମ ରହିବ ବୋଲି ଆଲୋକପାତ କରିଥିଲେ । ଏହାବ୍ୟତୀତ ଏହି ପାଠ୍ୟକ୍ରମରେ ବସ୍ ଏୟାର କଣ୍ଡିସନିଂ ସ୍ଥାପନ ଓ ବସ୍ ଡିପୋରେ ସିସିଟିଭି କ୍ୟାମେରାର ରକ୍ଷଣାବେକ୍ଷଣ ଆଦି ବାବାଦରେ ଶିକ୍ଷା ପ୍ରଦାନ କରାଯିବ ।


ଉଦ୍‌ଘାଟନୀ ଭାଷଣରେ ପ୍ରଫେସର ଏସ୍.କେ. ପ୍ରତିହାର (ପ୍ରାୟୋଜିତ ଗବେଷଣା, ଶିଳ୍ପ ପରାମର୍ଶ ଓ ନିରନ୍ତର ଶିକ୍ଷାର ଡିନ୍) ଆଲୋକପାତ କରିଥିଲେ ଯେ ଏହି ପାଠ୍ୟକ୍ରମର ବ୍ୟାପକ ପାଠ୍ୟଖସଡ଼ା ଆଧୁନିକ ପରିବହନ ବ୍ୟବସ୍ଥାରେ ଓଏସ୍‌ଆର୍‌ଟିସି ପେସାଦାରଙ୍କ ଦକ୍ଷତା ବୃଦ୍ଧି କରିବ, ପାରଦର୍ଶିତା ତଥା ପରିବେଶ ଦାୟିତ୍ୱକୁ ପ୍ରୋତ୍ସାହିତ କରିବ । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ଅଧିବେଶନରେ ଅଂଶଗ୍ରହଣକାରୀଙ୍କ ପାଇଁ ପାଠ୍ୟକ୍ରମ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପାଇଁ ନୂତନ, ଆକର୍ଷଣୀୟ ବିଷୟ ଅନ୍ତର୍ଭୁକ୍ତ ଅଟେ ।

The second phase of the Capacity Building Course for OSRTC Professionals starts at NIT Rourkela

ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରି ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଏସ୍.କେ. ପଟେଲ ଏହି ପାଠ୍ୟକ୍ରମ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ସେମାନଙ୍କ ବିଭାଗ ଚୟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ କହିଥିଲେ, "ପ୍ରଥମ ପର୍ଯ୍ୟାୟ ଅଂଶଗ୍ରହଣକାରୀଙ୍କ ମତାମତ ଅତ୍ୟନ୍ତ ସନ୍ତୋଷଜନକ ଥିଲା । ୬୩ ବର୍ଷ ପୂର୍ବେ ସ୍ଥାପିତ ଆମ ବିଭାଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ଭୂମିକାରେ କାର୍ଯ୍ୟ କରୁଥିବା ଅନେକ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଗର୍ବର ସହ ଗଣନା କରାଯାଏ । ଉଦାହରଣ ସ୍ୱରୂପ, ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓ ଓଡ଼ିଶାର ଏସ୍‌ଏସ୍‌ଇପିଡିର ପ୍ରମୁଖ ସଚିବ ଆଇଏଏସ୍ ବିଷ୍ଣୁପଦ ସେଠୀ ଆମ ବିଭାଗର ଉଲ୍ଲେଖନୀୟ ପୂର୍ବତନ ଛାତ୍ର ଅଟନ୍ତି ।


ଏନ୍‌ଆଇଟି ରାଉରକେଲା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରି ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ ଶାସନ ସଚିବ (ଓଏସ୍‌ଆର୍‌ଟିସି), ଭୁବନେଶ୍ୱର କହିଛନ୍ତି ଯେ, ଏହି ପାଠ୍ୟକ୍ରମ ଆମର ଓଏସ୍‌ଆର୍‌ଟିସି ପେସାଦାରମାନଙ୍କୁ ମାର୍ଗଦର୍ଶନ ଓ ଆକାର ପ୍ରଦାନରେ ସହାୟକ ହୋଇଛି, ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ମାଲିକାନା ତଥା ଉତ୍ତରଦାୟିତ୍ୱ ନେବାରେ ସାହାଯ୍ୟ କରିଛି । ଏକ ସମୟ ଥିଲା ଯେତେବେଳେ ଓଏସ୍‌ଆର୍‌ଟିସି ଘରୋଇ କମ୍ପାନୀମାନଙ୍କୁ ବିକ୍ରିର ଦ୍ୱାରଦେଶରେ ଥିଲା, କିନ୍ତୁ ମୁଁ ଖୁସିରେ କହୁଛି ଯେ ଆମେ ବର୍ତ୍ତମାନ ୩,୦୦୦ ଗାଡ଼ି ସହିତ କାର୍ଯ୍ୟ କରୁଛୁ । ଆମେ ଆମର ପରିଶ୍ରମୀ ଓଏସ୍‌ଆର୍‌ଟିସି ପେସାଦାରମାନଙ୍କ ପାଇଁ ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରଦାନ କରିବାକୁ ଯୋଜନା କରୁଛୁ ଏବଂ ଏନ୍‌ଆଇଟି ରାଉରକେଲାରେ ଏହି ଦକ୍ଷତା ବିକାଶ ପାଠ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଉତ୍ସାହର ସହ ଅପେକ୍ଷା କରୁଛୁ ।"


ଉଦ୍‌ଘାଟନୀ ଉତ୍ସବରେ ଏନ୍ଆଇଟି ରାଉରକେଲାର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଯୋଗଦେଇ ଦେଶର ବିଭିନ୍ନ ବସ୍ ଡିପୋ ମ୍ୟାନେଜମେଣ୍ଟ୍ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, "ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିବାର ପ୍ରାଥମିକ ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ସୁରକ୍ଷା ଓ ଆରାମ ସୁନିଶ୍ଚିତ କରିବା । ଭାରତରେ ବସ୍‌ଗୁଡ଼ିକ ମୁଖ୍ୟତଃ ପର୍ଯ୍ୟଟନ ପରିବର୍ତ୍ତେ ଆବଶ୍ୟକତା ପାଇଁ ବ୍ୟବହୃତ ହୁଏ, ଯାହାଫଳରେ ଅଧିକାଂଶ ସମୟରେ ଅତ୍ୟଧିକ ଭିଡ଼ ଓ ବିଳମ୍ବ ତଥା ପର୍ଯ୍ୟାପ୍ତ ଅସୁବିଧା ଉପୁଜି ଥାଏ । ସ୍ୱୟଂଚାଳିତ ଷ୍ଟିୟରିଂ କାର୍ଯ୍ୟକାରୀ କରିବା, ବାରମ୍ବାର ହର୍ଣ୍ଣ ବଜାଇବା ସମୟରେ ଶବ୍ଦ ସ୍ତର ମାପିବା, ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ଯୋଗାଇବା, ହାଇଡ୍ରୋଲିକ୍ ବ୍ରେକ୍ ସିଷ୍ଟମ ପ୍ରଚଳନ କରିବା ଏବଂ ତୈଳ ଲିକ୍‌କୁ ନିୟନ୍ତ୍ରଣ କରିବା ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଏହାବ୍ୟତୀତ, ସାମଗ୍ରିକ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ସ୍ମାର୍ଟ ସିଡ୍ୟୁଲିଂ ପାଇଁ ଆମର କାର୍ଯ୍ୟସୂଚୀକୁ ସୁବ୍ୟବସ୍ଥିତ କରିବା ଏବଂ ଡାଟା ତଥା ଡିଜିଟାଲ ଉପକରଣର ଉପଯୋଗ କରିବା ଆବଶ୍ୟକ ଅଟେ ।"

The second phase of the Capacity Building Course for OSRTC Professionals starts at NIT Rourkela

ପାଠ୍ୟକ୍ରମ ସଂଯୋଜକ ପ୍ରଫେସର ଏସ୍. ମୁର୍ଗନ ୬ ଦିନିଆ ପାଠ୍ୟକ୍ରମର କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ସହ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ । ଏହି ପାଠ୍ୟକ୍ରମରେ 'ବସ୍ ଡିପୋ ମ୍ୟାନେଜମେଣ୍ଟ୍' (ଇନ୍ଧନ, ଟ୍ରାଫିକ୍, ଯାନ, ଇନ୍ଭେଣ୍ଟରୀ, ସୁବିଧା, କର୍ମଚାରୀ ଓ ସମୟ ନିର୍ଦ୍ଧାରଣ ପରିଚାଳନା), 'ଯାନ ପରିଚାଳନା' (ଅଫ୍-ରୋଡ୍, ହାଇବ୍ରିଡ୍ ଓ ସ୍ୱୟଂଚାଳିତ ଯାନ), 'ସ୍ଥାୟୀ ପରିବହନ' (ପରିବେଶ ପ୍ରଭାବ, ନୀତି ବିକାଶ, ମାମଲା ଅଧ୍ୟୟନ, ବିକଳ୍ପ ଇନ୍ଧନ/ପାୱାର ବସ୍) ଏବଂ 'ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ' (ସୁସ୍ଥ କାର୍ଯ୍ୟ ପରିବେଶ, ସମୟ ପରିଚାଳନା, ବିଶ୍ରାମ କୌଶଳ) ଅନ୍ତର୍ଭୁକ୍ତ ହେବ । ଅନ୍ତିମ ଦିନରେ ପରୀକ୍ଷାରେ ସନ୍ତୋଷଜନକ ପ୍ରଦର୍ଶନ କରୁଥିବା ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ରାଜ୍ୟସ୍ତରୀୟ ବୈଠକ ଓ ସମ୍ବର୍ଦ୍ଧନା ସଭା

No comments

Wednesday, September 13, 2023

ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ରାଜ୍ୟସ୍ତରୀୟ ବୈଠକ ଓ ସମ୍ବର୍ଦ୍ଧନା ସଭା

ଭଦ୍ରକ (୧୩ ସେପ୍ଟେମ୍ବର ୨୦୨୩): ଭଦ୍ରକସ୍ଥିତ ଭାଗବତ କଲ୍ୟାଣ୍ଡ ମଣ୍ଡପରେ ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ବୈଠକ ଓ ଭଦ୍ରକ ସଂସ୍କୃତ ମଣ୍ଡଳର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତ ମଣ୍ଡଳ ତରଫରୁ ଗତ ତା୩/୦୯/୨୦୨୩ରିଖରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ସଂସ୍କୃତ ମହାମଣ୍ଡଳର ସଭାପତି ଡ. ସଦାନନ୍ଦ ଦୀକ୍ଷିତ, କାର୍ଯ୍ୟକାରୀ ସମ୍ପାଦକ ଡ. ଶୈଳେନ୍ଦ୍ର ନାରାୟଣ ପାଢ଼ୀ ଓ ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କୁ ପୁଷ୍ପମାଲ୍ୟ ସହିତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏଥି ସହିତ ପଣ୍ଡିତ ଚତୁର୍ଭୁଜ ତ୍ରିପାଠୀଙ୍କୁ ମଧ୍ୟ ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ଭଦ୍ରକ ମଣ୍ଡଳର ସମ୍ପାଦକ ଶ୍ରୀଯୁକ୍ତ ସତ୍ୟନାରାୟଣ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାମଣ୍ଡଳର ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ଷଡ଼ଙ୍ଗୀ ନିଜର ବକ୍ତବ୍ୟ ପ୍ରଦାନ କରି ମହାମଣ୍ଡଳର ଆଗାମୀ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ଗତ କାର୍ଯ୍ୟକାରିତା ସମ୍ପର୍କରେ ମତ ରଖିଥିଲେ । ମହାମଣ୍ଡଳର କାର୍ଯ୍ୟକାରୀ ସଭାପତି ଡ. ଶୈଳେନ୍ଦ୍ର ନାରାୟଣ ପାଢ଼ୀ ବିଗତ ଦିନମାନଙ୍କର ଅନୁଭୂତି ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ମହାମଣ୍ଡଳର ନବ ନିର୍ବାଚିତ ସଭାପତି, ସଂସ୍କୃତ ଦିଗ୍‌ଗଜ ଡ. ସଦାନନ୍ଦ ଦିକ୍ଷୀତ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସଂସ୍କୃତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କେଉଁ ପନ୍ଥା ଗ୍ରହଣ କରାଯାଇପାରିବ ସେ ଉପରେ ମନ୍ତବ୍ୟ ରଖିଥିଲେ । ରାଜ୍ୟର ବିଭିନ୍ନ ସଂସ୍କୃତାନୁଷ୍ଠାନରୁ ପଣ୍ଡିତ ଶିକ୍ଷକମାନେ ଯୋଗଦାନ କରି ନିଜ ନିଜର ମତ ରଖିଥିଲେ । ଭଦ୍ରକ ସଂସ୍କୃତ ମଣ୍ଡଳର ସଭାପତି ଅଭିମନ୍ୟୁ ସେନାପତି ବୈଠକକୁ ଆୟୋଜନ ଓ ପରିଚାଳନ କରିଥିଲେ ।

ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ

No comments

Thursday, April 13, 2023

ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ

ଭଦ୍ରକ (୧୩ ଅପ୍ରେଲ ୨୦୨୩): ଗୁଗୁଲ୍‌ରେ କୌଣସି ତଥ୍ୟ ଖୋଜିଲେ, ପ୍ରଥମେ ଯେଉଁ ୱେବ୍‌ସାଇଟ୍‌ଟି ପ୍ରଥମେ ଦେଖାଏ ତାହା ହେଉଛି ଉଇକିପିଡ଼ିଆ । ଇଂରାଜୀ ଉଇକିପିଡ଼ିଆ ବହୁତ ବଡ଼ ହୋଇଥିବା ବେଳେ ପ୍ରଥମ ଦକ୍ଷିଣ ଏସୀୟ ଉଇକିପିଡ଼ିଆ ଭାବରେ ଓଡ଼ିଆ ଉଇକିପିଡ଼ିଆ କିନ୍ତୁ ସେତେ ସମୃଦ୍ଧ ହୋଇପାରିନାହିଁ । ଓଡ଼ିଆ ଉଇକିପିଡ଼ିଆରେ ନିୟମିତ ଲେଖୁଥିବା ଉଇକିଆଳିଙ୍କ ସଂଖ୍ୟା କମ୍ ଆଉ ଏହି ସଂଖ୍ୟାକୁ ବଢ଼ାଇବା ଲକ୍ଷ୍ୟରେ ଭଦ୍ରକଠାରେ ପ୍ରଥମ କରି ଆୟୋଜିତ ହୋଇଥିଲା ଏକ କ୍ଷୁଦ୍ର କର୍ମଶାଳା ।

ଗତ ବୁଧବାର ଦିନ ସକ୍ରିୟ ଉଇକିଆଳି ସଂଗ୍ରାମ କେଶରୀ ସେନାପତିଙ୍କ ଉଦ୍ୟମରେ ୭ ଜଣ ଯୁବକଯୁବତୀମାନଙ୍କୁ ନେଇ ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଏବଂ କର୍ମଶାଳା ଡାହାଣୀଗଡ଼ିଆ ସ୍ଥିତ ଶୁଭପଲ୍ଲବ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଉଇକିପିଡ଼ିଆ ଓ ଖୋଲା ଜ୍ଞାନକୋଷ ବିଷୟରେ ସଭିଙ୍କୁ ସୂଚନା ଦେବା ସହିତ ଉଇକିପିଡ଼ିଆରେ କେମିତି ଯୋଗଦାନ କରିହେବ, ସେ ବିଷୟରେ ଆଲୋଚନା କରାଯାଇଥିଲା । ଯୋଗ ଦେଇଥିବା ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରୁ ବିଚିତ୍ରାନନ୍ଦ ଜେନା, ମୋନାଲିସା ସାହୁ, ବର୍ଷାରାଣୀ ବେହେରା, ସସ୍ମିତା ସାହୁ, ଅରୂପାନନ୍ଦ ନାୟକ, ଅଂଶୁମାନ ସ୍ୱାଇଁ ଓ ଅଶକନ୍ଦ ପାଣିଗ୍ରାହୀ ଏହି ଗଣ-ସମ୍ପାଦନା ପାଇଁ ଗୋଟିଏ ଲେଖାଏଁ ପ୍ରସଙ୍ଗ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିଥିଲେ ।

ଭଦ୍ରକ ଯୁବ ସାହିତ୍ୟ ପରିଷଦ ଦ୍ୱାରା "ପଦେ କଥା, ଦି'ପଦ କବିତା" କାର୍ଯ୍ୟକ୍ରମ ଅନୁଷ୍ଠିତ

No comments

Sunday, March 26, 2023

 Pade Katha o Di-pada Kabita by Bhadrak Yuva Sahitya Parishada

ଭଦ୍ରକ (୨୭ ମାର୍ଚ୍ଚ ୨୦୨୩): ବିଶ୍ୱର ସର୍ବାଧିକ ଯୁବଶକ୍ତି ଭାରତରେ ଅଛି, କିନ୍ତୁ ସାହିତ୍ୟକୁ ଦେଖିଲେ ଯୁବକମାନଙ୍କ ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି । ତରୁଣ ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିବା ଏବଂ ନୂତନ ସ୍ରଷ୍ଟା ସୃଷ୍ଟି କରିବା ସହିତ ଆଉଟିକେ ସୃଜନ ମନସ୍କ କରିବା ପାଇଁ 'ଭଦ୍ରକ ଯୁବ ସାହିତ୍ୟ ପରିଷଦ' ଦ୍ୱାର ଗତକାଲି 'ଆମ ମାତୃଭାଷା ପରିଷଦ'ର କଲ୍ୟାଣୀ ନଗର ସ୍ଥିତ ଗୁରୁଃକୃପା ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଯୁବ କବି ତଥା ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ଜେନା ଓ ସଂଯୋଜକ ତଥା ଶୁଭପଲ୍ଲବ ଓଡ଼ିଆ ପତ୍ରିକାର ପ୍ରତିଷ୍ଠାତା/ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଡ. ଅନିଲ ଦାଶ ଏବଂ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ କିଶୋର ପାଣିଗ୍ରାହୀ ଓ ମାନସ ରଞ୍ଜନ ପଣ୍ଡା । ଭଦ୍ରକ ପୂଜ୍ୟପୂଜା ସଂସଦର ସଭାପତି ରୂପକ ବିହାରୀ ରାୟ ଓ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚର ଆବାହକ ଯୁବ ଗାଳ୍ପିକ କୈଳାସ ବେହେରା ଅତିଥି ଭାବରେ ଯୋଗଦେଇ ଯୁବପିଢ଼ିଙ୍କୁ ସାହିତ୍ୟ ପତ୍ରି ଆକୃଷ୍ଟ ହେବାକୁ ପ୍ରେରଣା ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମ "ପଦେ କଥା, ଦି'ପଦ କବିତା"ରେ ମୋନାଲିସା ସାହୁ, ପତିତପାବନ ପାଣି, ଜାନକୀ ପାଢ଼ୀ, ମନୋରମା ରାୟ, ସରୋଜିନୀ ନାୟକ, ଦୀପ୍ତିମୟୀ ସାହୁ, ଗୌରାଙ୍ଗ ଚନ୍ଦ୍ର ବାରିକ, ସସ୍ମିତା ସାହୁ, ରତିକାନ୍ତ ଦାଶ, ରମେଶ ଚନ୍ଦ୍ର ଦାସ, ଅଂଶୁମାନ ସ୍ୱାଇଁ, ମନୋରଂଜନ ମୁଦୁଲି, ପ୍ରଦୀପ୍ତ ମହାନ୍ତି, ବିପ୍ଳବ କୁମାର ହୋତା, ରଜତ କୁମାର ସାହୁ, ମମତାରାଣୀ ଦାଶ ପ୍ରମୁଖ ନିଜର ସାହିତ୍ୟ ଜୀବନର ଅନୁଭୂତି ବାଣ୍ଟିବା ସହିତ ସ୍ୱରଚିତ ଏକ କବିତା ଓ ଭଦ୍ରକର ଜଣାଶୁଣା କବିମାନଙ୍କର ପ୍ରକାଶିତ ବହିରୁ ଗୋଟିଏ ଲେଖାଏଁ କବିତା ପାଠ କରିଥିଲେ । ଶେଷରେ ଅଧ୍ୟାପିକା ଡ. ମମତା ସାହୁ ଧନ୍ୟବାଦ ଅପର୍ଣ କରିଥିଲେ ।

ଶୁଭପଲ୍ଲବ ଦ୍ୱାରା ଶିଶୁ ସାହିତ୍ୟ ପତ୍ରିକା ଶିଶୁପଲ୍ଲବ ଉନ୍ମୋଚିତ

No comments

Sunday, February 26, 2023

Shishupallaba 3rd Edition by Shubhapallaba inaugurated by Panchanan Nayak

ଭଦ୍ରକ (୨୭ ଫେବୃଆରୀ ୨୦୨୩): ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ବାର୍ଷିକ ଓଡ଼ିଆ ଶିଶୁପତ୍ରିକା "ଶିଶୁପଲ୍ଲବ" ଗତକାଲି ଆମ୍ବ ବଉଳର ବାସ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ପଲ୍ଲବୀ ପୂଜାପଣ୍ଡାଙ୍କ ବଳିଷ୍ଠ ସମ୍ପାଦନାରେ ପ୍ରକାଶିତ ହୋଇଥିବା ଏହି ୩ୟ ସଂଖ୍ୟାରେ ରହିଛି କୁନିକୁନି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କିଛି ମନଛୁଆଁ ଗପ ଓ କବିତା । ପିଲାମାନଙ୍କର ଚିତ୍ରାଙ୍କନ ସହିତ ପତ୍ରିକାଟିରେ କୁନି କୁନି ସାଥୀମାନଙ୍କର ଫଟୋଗୁଡ଼ିକ ମଧ୍ୟ ସ୍ଥାନିତ ହୋଇଛି ।

Sishupallaba Childrens Magazine Inauguration

୨୦୨୧ ମସିହାରୁ ଶୁଭପଲ୍ଲବ ଶିଶୁରାଇଜ ଭାବରେ ମାତୃଭାଷା ଦିବସ ଅବସରରେ ପ୍ରକାଶ ପାଉଥିବା ଏହି ପତ୍ରିକାଟିର ନାମ ପରିବର୍ତ୍ତନ କରାଯାଇ ଶିଶୁପଲ୍ଲବ ରଖାଯାଇଥିବା ସୂଚନା ଦେଇଛନ୍ତି ଶୁଭପଲ୍ଲବର ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିଗଣଙ୍କ ମଧ୍ୟରୁ ବିଶ୍ୱରଞ୍ଜନ ଦାସ, ଅଜୟ ନାୟକ, ଡକ୍ଟର କ୍ଷୀରୋଦ କୁମାର ସାମଲ, ଗୀତିକାର ପଞ୍ଚାନନ ନାୟକ ଓ ରଞ୍ଜନ କୁମାର ନାୟକ ଆଦି ଏହି ପତ୍ରିକାଟିର ଉନ୍ମୋଚନ କରିଥିଲେ । ଏହି ସାହିତ୍ୟ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ କୈଳାସ ବେହେରା, ବିସ୍ମୟବିହାରୀ ସାହୁ, ଦେବେନ୍ଦ୍ରନାଥ ମହାଳିକ, ନିରଞ୍ଜନ ବାରିକ ଓ ତପନ କୁମାର ହାତୀ ଆଦି ଉପସ୍ଥିତ ଥିଲେ ।


'ଆମ୍ବବଉଳର ମହକ ଆମ ଚେତନାରେ ଭରିଦିଏ ଆନନ୍ଦ’: ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଫଗୁ ଆଲୋଚନା ଓ କବିତାପାଠ

No comments

Kabita Patha and Alochana Chakra by Tihidi Sahitya Sankrutika Mancha

ଭଦ୍ରକ (୨୬ ଫେବୃଆରୀ ୨୦୨୨): ପ୍ରକୃତିଜଗତର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଲାଳସା ମଣିଷର ଏକ ସହଜାତ ପ୍ରବୃତ୍ତି । ଜୀବ ମାତ୍ରେଇ ପ୍ରକୃତି ସ୍ୱରୂପା ଓ ପ୍ରକୃତି ଜଗତ ମାତୃସ୍ୱରୂପା । ଋତୁରାଜ ବସନ୍ତ କବି ଓ ଶିଳ୍ପୀ ପ୍ରାଣରେ ତୋଳେ ଭିନ୍ନ ଏକ ସ୍ପନ୍ଦନ । ଦେହ ମନରେ ମାଖିଦିଏ ଅୟୂତ ସ୍ୱପ୍ନର ଫଗୁଣ ।  ଆମ୍ବ ବଉଳର ମହକରେ ମହକିତ ହୁଏ ବସନ୍ତ ପ୍ରକୃତି ଓ ପରିବେଶ ଏବଂ ଆମ ଚେତନାରେ ଏକ ଅପୂର୍ବ ଆନନ୍ଦର ଉତ୍ସ ସୃଷ୍ଟିହୁଏ ବୋଲି ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ରବିବାର ଅନୁଷ୍ଠିତ ‘ଆମ୍ବ ବଉଳର ବାସ’ ଶୀର୍ଷକ ଫଗୁ ଆଲୋଚନା ଓ କବିତା ପାଠୋତ୍ସବରେ ଅତିଥି ମତବ୍ୟକ୍ତ କରିଛନ୍ତି ।

ମଞ୍ଚର ଉପଦେଷ୍ଟା ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ଯୋଗଦେଇ ଆମ୍ବବଉଳ ଚୁମିବା ପରେ କୋଇଲି କଣ୍ଠରୁ ମନମତାଣିଆ ଗୀତ ଝରିବା ପରି କବିର ମନ ମଳୟ ଭାବନାରେ ହିଲ୍ଲୋଳିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ସମାଲୋଚକ ଡକ୍ଟର କ୍ଷୀରୋଦ କୁମାର ସାମଲ ଯୋଗଦେଇ ‘ଓଡ଼ିଆ କାବ୍ୟ-କବିତାରେ ବସନ୍ତ’ ଶୀର୍ଷକ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗୀତିକାର କବି ପଞ୍ଚାନନ ନାୟକ ଯୋଗଦେଇ ମାଟି ଓ ଜୀବନର ସଂପ୍ରୀତିବୋଧ କାବ୍ୟସ୍ୱରକୁ ବଳିଷ୍ଠ କରେ ବୋଲି ମତ ଦେଇଥିଲେ ।

Audiance at Amba Baulara Basa event by Tihidi Sahitya Sanskrutia Mancha

ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକାର ମୁକ୍ତିକାନ୍ତ ନାୟକ, କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ପତ୍ରକାର ରାମନାରାୟଣ ନାୟକ ଓ ପ୍ରଭାତ କୁମାର ରାଉଳ ବକ୍ତବ୍ୟ ପ୍ରଦାନ କରିଥିଲେ । ଗାଳ୍ପିକ କୈଳାସ ବେହେରା ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ କବି ନିରଞ୍ଜନ ବାରିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କବି ରଞ୍ଜନ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବୟତ୍ରୀ ବିଶ୍ୱମୈତ୍ରୀ ନାୟକ, ରୋଜାଲିନ୍ ରାଉତ, ସୁରୁଚିପ୍ରଭା ଦାଶ, ନିରୁପମା ପାଣି, ଝୁନୁଲତା ମଲ୍ଲିକ, ରୀନାରାଣୀ ପାତ୍ର, ରୁବିଲତା ଦାସ, କବି ଅବଦୁଲ ଦୟାନ, ମୁସ୍ତାକ ଗହ୍ୱର, ଅଭୟ କୁମାର ଦାସ, ଭଗବାନ ପାଣିଗ୍ରାହୀ, ବିପ୍ଳବ ରଞ୍ଜନ ପତି, କୃପାସିନ୍ଧୁ ମହାନ୍ତି, ମାନସ ରଞ୍ଜନ ପଣ୍ଡା, ପ୍ରଦୀପ୍ତ କୁମାର ମହାନ୍ତି, ମାନସ କୁମାର ପାଢ଼ୀ, ଚିନ୍ମୟ ବେହେରା, ପି. ହୃଷୀକେଶ, ବାବୁରାମ ରାଉତ, ମଥୁରା ମୋହନ ବେହେରା, ନିର୍ମଳଚନ୍ଦ୍ର ଦଳାଇ, ମୁକୁନ୍ଦଦେବ ନାୟକ, ଶୀତଳ କୁମାର ବେହେରା, ନରେଶ ଲେଙ୍କା, ବିନୋଦ ନାୟକ, ବିଭାସ ଶଙ୍କର, ପୀତାମ୍ବର ସେଠୀ, ରଘୁନାଥ ପାତ୍ର, ଗଦାଧର ସାହୁ, ମନୋରଞ୍ଜନ ମୁଦୁଲି, ନିତ୍ୟାନନ୍ଦ ସେଠୀ ପ୍ରମୁଖ ବାସନ୍ତିକ କବିତାପାଠ କରିଥିଲେ ।

Sishupallaba Childrens Magazine Inauguration

ଏହି ଅବସରରେ ପଲ୍ଲବୀ ପୂଜାପଣ୍ଡାସଂଗ୍ରାମ କେଶରୀ ସେନାପତିଙ୍କ ସମ୍ପାଦିତ ଶିଶୁପତ୍ରିକା ‘ଶିଶୁପଲ୍ଲପ’କୁ ଅତିଥିମାନେ ଲୋକାର୍ପିତ କରିଥିଲେ । ମଞ୍ଚର କୋଷାଧ୍ୟକ୍ଷ କବି ଦେବେନ୍ଦ୍ରନାଥ ମହାଳିକ ଓ ତପନ କୁମାର ହାତୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଯୋଜକ ବିସ୍ମୟବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭପଲ୍ଲବକୁ ଶ୍ରେଷ୍ଠ ମାସିକ ପତ୍ରିକା ସମ୍ମାନ

No comments

Friday, February 17, 2023

Sangram Keshari Senapati receiving the Best e-Magazine award for Shubhapallaba

ଭଦ୍ରକ (୧୨ ଫେବୃଆରୀ ୨୦୨୩): ଆନନ୍ଦପୁର ଠାରେ ପ୍ରୀତିପ୍ରଣତି ସାହିତ୍ୟ ପରିବାର ଦ୍ୱାରା ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସଂଗ୍ରାମ କେଶରୀ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିବା ମାସିକ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବକୁ ଶ୍ରେଷ୍ଠ ଇ-ପତ୍ରିକା ସମ୍ମାନ ପ୍ରଦାନ କରାଯାଇଛି ।

୨୦୧୮ ମସିହାର ନୂଆବର୍ଷରୁ ପ୍ରକାଶ ପାଉଥିବା ଶୁଭପଲ୍ଲବ ଇ-ପତ୍ରିକା ୫ ବର୍ଷ ପୂରଣ କରିବା ସହିତ ଓଡ଼ିଆଇଂରାଜୀହିନ୍ଦୀବଙ୍ଗାଳୀପଞ୍ଜାବୀତେଲୁଗୁସଂସ୍କୃତ ଆଦି ଭାଷାରେ ପୋର୍ଟାଲ୍ ଜରିଆରେ ପାଠକଙ୍କ ପାଖରେ ପହଞ୍ଚି ପାରିଛି । ଶୁଭପଲ୍ଲବ ଦ୍ୱାରା ଅନ୍ୟ ଏକ ମାସିକ ଇ-ପତ୍ରିକା ଶୁଭୋଦୟ ଓ କୁନି ପିଲାମାନଙ୍କ ପାଇଁ ଏକ ବାର୍ଷିକ ପତ୍ରିକା ଶିଶୁପଲ୍ଲବ ପ୍ରକାଶ ପାଉଛି ।

ସୂଚନା ଥାଉକି ୨୦୨୧ ମସିହାରୁ ଶୁଭପଲ୍ଲବ ପବ୍ଲିକେଶନ୍ ମୁଦ୍ରଣ ପୁସ୍ତକ ପ୍ରକାଶ କରିବା ଆରମ୍ଭ କରିଥିଲା ଏବଂ ଏହି ଉତ୍ସବରେ ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ମନୋରଞ୍ଜନ ସୁରୁଜାଲଙ୍କର ଏକ କବିତା ସଂକଳନ 'ପଦାରବିନ୍ଦ' ଉନ୍ମୋଚିତ ହୋଇଯାଇଛି । ସଂଗ୍ରାମଙ୍କୁ ପ୍ରୀତିପ୍ରଣତିର ସମ୍ପାଦକ ଦେବବ୍ରତ ବାରିକ ମାନପତ୍ର ଓ ଉତ୍ତରିୟ ଦେଇ ସମ୍ମାନିତ କରିଥିଲେ ।


ଅଲବଗା ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

No comments

Tuesday, January 31, 2023

ଅଲବଗା ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

ଭଦ୍ରକ (୩୧ ଜାନୁଆରୀ ୨୦୨୩): ଆଜି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଅଲବଗା ସ୍ଥିତି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନ୍ମଥ କୁମାର ଅଗସ୍ତି ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଉକ୍ତ ସଭାର ସଭାପତିତ୍ୱ କରିଥିଲେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ କମଳାକାନ୍ତ ପାଢ଼ୀ । ଲୁଙ୍ଗା ହାଇସ୍କୁଲର ଶିକ୍ଷକ ଗୟାଧର ଦାସ ମୁଖ୍ୟ ବକ୍ତା ଭାବରେ, କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଓ ମିଶ୍ରପୁର କଷ୍ଟର୍‌ର ସିଆର୍‌ସିସି ମାନସ କୁମାର ଜେନା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ବିଦ୍ୟାଳୟର ଶିକ୍ଷକଗଣ ଶେଖ୍ ଅବଦୁଲ୍ ସଲାମ, ଶ୍ରୀମତୀ ଦେଇ, ସବିତାରାଣୀ ପତି ଉକ୍ତ ସଭାର ଆୟୋଜନ କରିଥଲେ ଏବଂ ଅନ୍ୟତମ ଅତିଥି ଭାବରେ ଧନୁର୍ଜୟ ସ୍ୱାଇଁ, ସୁନିଲ କୁମାର ପରିଡ଼ା, ରବିନ୍ଦ୍ର କୁମାର ରାଉଳ, ବିଜୟ କୁମାର ନାୟକ, ନାଗେଶ କୁମାର ମହାପାତ୍ର, ଅବନ୍ତୀଲତା ପାଢ଼ୀ, ରଞ୍ଜୁଲତା ବାରିକ, ରଶ୍ମିତା ଅଗସ୍ତି, ସଞ୍ଜୟ କୁମାର ପାଣିଗ୍ରାହୀ ଆଦି ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ମନିଷ ଅଗସ୍ତି ଓ ସଂଗ୍ରାମ କେଶରୀ ସେନାପତି ଆଦି ଏହି ସଭାରେ ଯୋଗ ଦେଇଥିଲେ ।

ସାରଳା ଦାସଙ୍କ ମହାପ୍ରୟାଣ ଦିବସ ପାଳନ

No comments

Saturday, January 28, 2023

ସାରଳା ଦାସଙ୍କ ମହାପ୍ରୟାଣ ଦିବସ ପାଳନ

ଅନୁଗୋଳ (୨୮ଜାନୁଆରୀ ୨୦୨୩): ଆଦିକବି ସାରଳା ଦାସ ସ୍ମୃତି ପରିଷଦ, ନାଲକୋ ନଗର, ଅନୁଗୋଳ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଶୂଦ୍ରମୁନି ସାରଳା ଦାସଙ୍କ ମହାପ୍ରୟାଣ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି ।

ଏଥିରେ ନାଲକୋ ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଭୀମସେନ ପ୍ରଧାନ, ସୁଧିର ରଞ୍ଜନ ପଟ୍ଟନାୟକ (ଜିଜିଏମ), ସିପିପି, କଲ୍ଲୋଳ ବିକାଶ ସ୍ଵାଇଁ, ଏମ.ଆର ଆଚାର୍ଯ୍ୟ, ପ୍ରଭାତ କୁମାର ବିଶ୍ଵାସ  ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Statue of Sarala Das

ପରିଷଦ ପକ୍ଷରୁ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ, ଜିତେନ୍ଦ୍ର ସ୍ଵାଇଁ, ଶଶାଙ୍କ ଶେଖର ଦାସ, ଦିଲ୍ଲିପ ତରାଇ ଆଦି ପ୍ରମୁଖ ସଦସ୍ୟଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ନିର୍ବାହୀ ନିର୍ଦ୍ଦେଶକ ମହୋଦୟ ସାରଳା ଦାସଙ୍କ ସାରସ୍ଵତ ସାଧନା ଉପରେ ଆଲୋକପାତ କରିଥିଲେ ।

ଶୁଭପଲ୍ଲବର ସମ୍ପାଦକ ସଂଗ୍ରାମଙ୍କୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ

No comments

Friday, December 30, 2022

Editor of Shubhapallaba, Sangram Keshari Senapati got best magazine editor felicitation

ଭଦ୍ରକ (୨୯ ଡିସେମ୍ବର ୨୦୨୨): ଆଗାମୀ ନବବର୍ଷରେ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାକୁ ପାଞ୍ଚ ବର୍ଷ ପୂରଣ ହେବାକୁ ଯାଉଛି ଏବଂ ଏହାର ୩ ଦିନ ପୂର୍ବରୁ ଗତ ଗୁରୁବାର ଦିନ ଜାତୀୟ କବି ଲେଖକ ସଂଗଠନ, ଭଦ୍ରକ ତରଫରୁ ଏହାର ପ୍ରତିଷ୍ଠାତା ତଥା ସମ୍ପାଦନ ସଂଗ୍ରାମ କେଶରୀ ସେନାପତିଙ୍କୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ କରାଯାଇଛି ।

୨୦୧୮ ମସିହାର ଜାନୁଆରୀ ୧ ତାରିଖରେ ପ୍ରକାଶ ପାଇଥିଲା ଏହି ପତ୍ରିକାର ପ୍ରଥମ ସଂସ୍କରଣ ଏବଂ ୨୦୨୦ ଜାନୁଆରୀରୁ ଏହା ତ୍ରୟମାସିକ ପତ୍ରିକାରୁ ମାସିକ ପତ୍ରିକା ଭାବରେ ପ୍ରକାଶ ହେବା ଆରମ୍ଭ ହୋଇଥିଲା । ଇରମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗ୍ରାମଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ବେଳେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟସାଣୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୃଦାନନ୍ଦ ପାଣିଗ୍ରାହୀ, ବିଶିଷ୍ଟ ବକ୍ତା ସଂଗ୍ରାମ ଆଚାର୍ଯ୍ୟ, ସାହିତ୍ୟିକ ସଂଗ୍ରାମ ସାମନ୍ତରାୟ, ଦୀନବନ୍ଧୁ ବେଜ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍‌ର ଚିନ୍ତନ ଶିବିର ଆୟୋଜିତ

No comments

Monday, December 19, 2022

Brainstorming Program organized by Odia Wikimedians User Group

ଭୁବନେଶ୍ୱର (୧୮ ଡିସେମ୍ବର ୨୦୨୨): ଗତ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଫର୍ଚୁନ୍ ପାର୍କ ସିସ୍ମୋରେ ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍‌ର ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଓଡ଼ିଆ ଉଇକିଆଳିଙ୍କ ସମେତ କିଛି ସାନ୍ତାଳୀ ଉଇକିଆଳି ମଧ୍ୟ ଯୋଗ ଦେଇଥିଲେ । 

ଚିନ୍ମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଉଇକିପିଡ଼ିଆ ତଥା ଅନ୍ୟାନ୍ୟ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା ହେବା ସହିତ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା ।

ଓଡ଼ିଆ ଉଇକିପିଡ଼ିଆର ଦୁଇ ପରିଚାଳକ ମୃତ୍ୟୁଞ୍ଜୟ କର ଓ ଜ୍ଞାନ ରଞ୍ଜନ ସାହୁଙ୍କ ସମେତ ଶିତିକଣ୍ଠ ଦାଶ, ଶୈଳେଶ ପଟ୍ଟନାୟକ, ସଂଗ୍ରାମ କେଶରୀ ସେନାପତି, ଅଲିଭା ସାହୁ ଏବଂ ସାନ୍ତାଳୀ ଉଇକିପିଡ଼ିଆର ପରିଚାଳକ ଆର୍. ଅଶ୍ୱିନୀ ବଞ୍ଜନ ମୁର୍ମୁଙ୍କ ସହ ରାମଜିତ ଟୁଡୁ ଓ ପ୍ରଶାନ୍ତ ହେମ୍ବ୍ରମ ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ସଦସ୍ୟ ଡ. ମାନବପ୍ରୀତ କୌର ଓ ଉର୍ଦ୍ଦୁ ଉଇକିପିଡ଼ିଆର ଅନ୍ୟତମ ସଦସ୍ୟ ଆଫି ଆଦି ଭିଡିଓ କଲ୍ ମାଧ୍ୟମରେ ଯୋଗ ଦେଇଥିଲେ ।

Don't Miss
© all rights reserved
made with by templateszoo | Upated by GAPU