Responsive Ad Slot

Showing posts with label ଖେଳ. Show all posts
Showing posts with label ଖେଳ. Show all posts

ହାରିଗଲା ଭାରତ, ଇତିହାସ ରଚିଲା ବାଂଲାଦେଶ

No comments

Sunday, November 3, 2019

କ୍ରିକେଟ ଇତିହାସରେ ପ୍ରଥମଥର ଟି-୨୦ ଫର୍ମାଟରେ ଭାରତକୁ ୭ ୱିକେଟରେ ହରାଇ ଇତିହାସ ସୃଷ୍ଟି କଲା ଭାରତ ଗସ୍ତରେ ଥିବା ବଙ୍ଗଳାଦେଶ ଦଳ ।


ବ୍ୟୁରୋ (୩ ନଭେମ୍ବର ୨୦୧୯): ଆଜି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ବାଂଲାଦେଶ ଦଳ । ଟି-୨୦ରେ ପ୍ରଥମଥର ପାଇଁ ବଙ୍ଗଳାଦେଶ ଭାରତକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ମୁସଫିକର ରହିମଙ୍କ ଲଢ଼ୁଆ ଅପରାଜିତ ୬୦ ରନର ମ୍ୟାଚ୍ ବିଜୟୀ ଇନିଂସ ବଳରେ ବଙ୍ଗଳାଦେଶୀ ଦଳ ୧୪୯ ରନର ବିଜୟ ଲକ୍ଷ୍ୟ ମାତ୍ର ୩ ୱିକେଟ ହରାଇ ୧୯.୩ ଓଭର୍‌ରେ ହାସଲ କରିଥିଲା ।

ଆଜିର ମ୍ୟାଚରେ ବାଂଲାଦେଶୀ ଅଧିନାୟକ ମହମଦୁଲ୍ଲା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ପକ୍ଷରୁ ରୋହିତ୍ ଶର୍ମା ୫ ବଲରେ ମାତ୍ର ୯ ରନ୍ କରିଥିଲେ । ଏହାପରେ କେ.ଏଲ୍. ରାହୁଲ ମାତ୍ର ୧୫ ରନ କରି ବିଦାୟ ନେଇଥିଲେ । ଶିଖର ଧବନ ଓ ଶ୍ରେୟସ ଅୟର ଚତୁର୍ଥ ଓ୍ଵିକେଟରେ ୩୪ ରନ ଯୋଡ଼ିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା ।


୧୪୮ ରନ୍‌ର ଲକ୍ଷ୍ୟର ପିଛା କରି ବାଂଲାଦେଶ ପ୍ରଥମ ଓଭରରେ ଲିଟନ୍ ଦାସଙ୍କ ୱିକେଟ ହରାଇଥିଲା । ମାତ୍ର ୭ ରନ୍ କରିଥିବା ଲିଟନଙ୍କୁ ଦୀପକ ଚହର୍ ଆଉଟ୍ କରିଥିଲେ । ଏହା ପରେ ଡେବ୍ୟୁଟାଣ୍ଟ ମହମ୍ମଦ ନଇମ ଓ ସୌମ୍ୟ ସରକାର ୨ୟ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ି ଦଳୀୟ ସ୍ଥିତି ସୁଧାରିଥିଲେ । ନଇମ ୨୬ ରନ୍ କରି ଚହଲଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ।

ସୌମ୍ୟ ଓ ମୁଶଫିକର ରହିମ୍ ଦମଦାର ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୬୦ ରନର ମୂଲ୍ୟବାନ୍ ପାର୍ଟନରଶିପ୍ କରି ବାଂଲାଦେଶକୁ ବିଜୟ ନିକଟତର କରାଇଥିଲେ । ସୌମ୍ୟ ୩୫ ବଲରେ ୧ ଚୌକା ଓ ୨ ଛକା ସହ ୩୯ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ମୁଶଫିକର ଓ କ୍ୟାପଟେନ୍ ମହମଦୁଲ୍ଲା ଆକ୍ରମଣାତ୍ମକ ବ୍ୟାଟିଂ କରି ୩ଟି ବଲ୍ ବାକି ଥାଇ ନିଜ ଟିମକୁ ବିଜୟୀ କରାଇଥିଲେ ।

ରହିମ୍ ୪୩ ବଲରେ ୮ ଚୌକା ଓ ୧ ଛକା ସହ ୬୦ ରନ୍ କରି ମ୍ୟାନ୍ ଅଫ୍‌ ଦି ମ୍ୟାଚ୍ ହୋଇଥିଲେ । ଅଧିନାୟକ ମହମ୍ମଦୁଲ୍ଲା ୭ ବଲରେ ୧୫ ରନ୍ କରି ଅପରାଜିତ ଥିଲେ ।

ସଚିନଙ୍କୁ ମିଳିଳା ଇଣ୍ଡିଆ ଟୁଡେର 'ସଫାଇ-ଗିରି' ପୁରସ୍କାର

No comments

Friday, October 4, 2019

Photo: India Today
ବ୍ୟୁରୋ: କ୍ରିକେଟରେ ଭଗବାନ ଭାବରେ ପରିଚିତ ଭାରତୀୟ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କୁ ମିଳିଛି ‘ସଫାଇ-ଗିରି’ ପୁରସ୍କାର । ଇଣ୍ଡିଆ ଟୁଡେ ଗ୍ରୁପ୍‌ର ସଫାଇଗିରି ପୁରସ୍କାରର ପଞ୍ଚମ ସଂସ୍କରଣ ଅବସରରେ ସଚିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭାରତକୁ ଆର୍ବଜନାମୁକ୍ତ କରିବା ଲାଗି ସଚିନ ୧୦ ବର୍ଷ ହେଲା କାମ କରିଆସୁଛନ୍ତି ।

୨୦୧୧ ସେପ୍ଟେମ୍ବର ୧୮ରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍‌ କାର୍ଯ୍ୟକ୍ରମ ଆଧାରରେ ସଚିନ ସାରା ଭାରତରେ ୧୪୦ ସରକାରୀ ସ୍କୁଲ୍‌ରେ ଛାତ୍ରୀଙ୍କ ଲାଗି ଶୌଚାଳୟ ନିର୍ମାଣ କରିବାକୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ପ୍ରଦାନ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ୨୦୧୪ ମସିହାରେ ଭାରତର ସ୍ବଚ୍ଛତା ଦୂତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନୋନୀତ କରିଥିଲେ ।

ସେ ନିଜର ପ୍ରଥମ ଅଭିଯାନ ନିଜ ସହର ମୁମ୍ବାଇରୁ ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ, ୫ ବର୍ଷ ଧରି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ‌କୁ ଆଗେଇ ନେବାରେ କାମ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ‘ସଫାଇଗିରି ପୁରସ୍କାର’ ନାମରେ ଇଣ୍ଡିଆ ଟୁଡେ ଗ୍ରୁପ୍‌ ସମ୍ମାନିତ କରିଆସୁଛି । ସଚିନ ତେନ୍ଦୁଲକରଙ୍କୁ ଏହି ପୁରସ୍କାର ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ପ୍ରଦାନ କରିଥିଲେ ।

ରବୀନ୍ଦ୍ର ଜାଡ଼େଜାଙ୍କ ରେକର୍ଡ଼: ୨୦୦ ଟେଷ୍ଟ ଓ୍ଵିକେଟ କ୍ଲବ୍‌ରେ ସାମିଲ୍

No comments

ବ୍ୟୁରୋ (୪ ଅକ୍ଟୋବର ୨୦୧୯): ବିଶାଖାପାଟଣାରେ ଚାଲିଥିବା ଟେଷ୍ଟରେ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଟେଷ୍ଟ କ୍ରିକେଟ୍‌ରେ ୨୦୦ ୱିକେଟ ନେଇ ନୂଆ ରେକର୍ଡ଼ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶୁକ୍ରବାର ଦିନ ସେ ଡିନ ଏଲଗରଙ୍କୁ ଆଉଟ କରି ଟେଷ୍ଟ କ୍ରିକେଟ୍‌ରେ ୨୦୦ ଓ୍ଵିକେଟ୍ ପୂରା କରିଛନ୍ତି । ଏହି ବାମହାତୀ ବୋଲର ନିଜର ୪୪ତମ ଟେଷ୍ଟରେ ଏହି ଅଭିଜ୍ଞତା ହାସଲ କରିଛନ୍ତି । ସେ ସବୁଠାରୁ କମ ଟେଷ୍ଟରେ ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଜାଡ଼େଜା ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କ ୪୭ ମ୍ୟାଚ୍‌ର ରେକର୍ଡ ମଧ୍ୟ ଅତିକ୍ରମ କରିଛନ୍ତି ।

ରବୀନ୍ଦ୍ର ଜାଦେଜା ପୂର୍ବରୁ ୧୯୮ଟି ଟେଷ୍ଟ ଓ୍ଵିକେଟ୍‌ ନେଇଥିଲେ। ତାଙ୍କୁ ସେ ମ୍ୟାଚର ୨ୟ ଦିନରେ ଡିନ ପିଡଙ୍କୁ ଆଉଟ କରିଥିଲେ । ପରେ ୩ୟ ଦିନରେ ପୁଣି ଗୋଟିଏ ଓ୍ଵିକେଟ୍‌ ନେଇ ଏହି ରେକର୍ଡ କରିଛନ୍ତି ।

ଜ‌ାତୀୟ ମହିଳା ଫୁଟ୍‌ବଲ୍‌ ଶିବିରରେ ୩ ଓଡ଼ିଆ ଖେଳାଳୀ

No comments

Thursday, October 3, 2019


ବ୍ୟୁରୋ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରଶିକ୍ଷଣ ପାଇଁ ଓଡ଼ିଶାରୁ ତିନିଜଣ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ମୟୂରଭଞ୍ଜର ଯବାମଣୀ ଟୁଡୁ, ଓଡ଼ିଶା ପୁଲିସର ଆରତି ଅନିମା ଖଡ଼ିଆ ଓ କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ସୋନି ବେହେରା । ୨୦୨୨ ଏଏଫ୍‌ସି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଦିଲ୍ଲୀରେ ପ୍ରସ୍ତୁତି କରିବାର ଲକ୍ଷ୍ୟ ରଖିଛି । ଏହି ପ୍ରଶିକ୍ଷଣ ପରେ ଭାରତୀୟ ଦଳ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଖେଳିବା ପାଇଁ ଭିଏତନାମ ଗସ୍ତ କରିବ ।

ବିରାଟଙ୍କୁ ଭେଟିଲେ ତାଙ୍କର ଓଡ଼ିଆ ପ୍ରଶଂସକ: ଖୁସିରେ ଆଲିଙ୍ଗନ କଲେ ଭାରତୀୟ ଅଧିନାୟକ

No comments

Wednesday, October 2, 2019


ବ୍ୟୁରୋ: ଭାରତୀୟ କ୍ରିକେଟ୍‌ ଅଧିନାୟକ ବିରାଟ କୋହଲି ତାଙ୍କର ଜଣେ ଓଡ଼ିଆ ପ୍ରଶଂସକଙ୍କୁ ଭେଟିଛନ୍ତି । ଏହି ଓଡ଼ିଆ ଯୁବକ ଜଣଙ୍କ ହେଉଛନ୍ତି ପିଣ୍ଟୁ ବେହେରା, ଯିଏକି କୋହଲିଙ୍କର ଜଣେ ବଡ଼ ପ୍ରଶଂସକ । ସେ କୋହଲିଙ୍କୁ ନେଇ ତାଙ୍କ ଶରୀରରେ ୧୪ଟି ଟାଟୁ କରିଛନ୍ତି । ଏହି ୩୧ ବର୍ଷିଅ ଓଡ଼ିଆ ଯୁବକ ଜଣକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ଟେଷ୍ଟ୍‍ ମ୍ୟାଚ୍‌ ସମୟରେ ୱାଇଜାକରେ ବିରାଟଙ୍କୁ ସାକ୍ଷାତ କରିଥିଲେ ।

ପିଣ୍ଟୁ ତାଙ୍କ ଶରୀରରେ ବିରାଟଙ୍କ ନାମ, ମୁହଁ, ଜର୍ସି ନମ୍ବର ଆଦିର ଟାଟୁ ଆଙ୍କିଛନ୍ତି । ଖାଲି ସେତିକି ନୁହେଁ, ବିରାଟଙ୍କ କ୍ୟାରିୟର୍‌‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ୨୦୦୮ ମସିହାର ୧୯ ବର୍ଷରୁ କମ ବିଶ୍ୱକପ୍‌, ୨୦୧୩ର ଅର୍ଜୁନ ପୁରସ୍କା, ୨୦୧୭ ମସିହାରେ ପାଇଥିବା ପଦ୍ମଶ୍ରୀ ସମ୍ମାନ ଆଦିକୁ ମଧ୍ୟ ତାଙ୍କ ଦେହରେ ଟାଟୁ କରି ସାଇତିଛନ୍ତି । କୋହଲିଙ୍କ ସହ ଜଡ଼ିତ ଏହିଭଳି ୧୪ଟି ମୁହୂର୍ତ୍ତକୁ ସେ ତାଙ୍କ ଦେହରେ ଅଙ୍କିଛନ୍ତି । ବିରାଟ କୋହଲି ପିଣ୍ଟୁଙ୍କୁ ଭେଟିବା ସହ ତାଙ୍କୁ ଆଲିଙ୍ଗନ କରି କୁଣ୍ଡାଇ ପକାଇଥିଲେ ।

ପ୍ରଥମ ଟ୍ୱେଣ୍ଟି-୨୦ର ଭାରତର ବିଜୟ

No comments

Sunday, February 18, 2018


ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ଟ୍ୱେଣ୍ଟି-୨୦ ଶୃଙ୍ଖଳାରେ ଭାରତର ବିଜୟ । ଶିଖର ଧବନଙ୍କ ୨୭ ବଲ୍‌‌ରେ ଅର୍ଦ୍ଦଶତକ ପରେ ଭୁବନେଶ୍ୱର କୁମାରଙ୍କ ପ୍ରଥମ ୫ ଓ୍ଵିକେଟ୍‌ ସଫଳତା ବଳରେ ଦକ୍ଷିଣ ଆଫ୍ରିକାକୁ ଭାରତ ୨୮ ରନ୍‌ରେ ହରାଇ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି । ରବିବାର ଓ୍ଵଣ୍ଡରର୍ସ ଷ୍ଟାଡିୟମ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ଭାରତୀୟ ଦଳ । ରୋହିତ ଶର୍ମା ଆରମ୍ଭରୁ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ପାଟରସନ୍‌ଙ୍କଠାରୁ ୧୮ ରନ୍‌ କରିଥିବା ରୋହିତ ଶର୍ମା (୨୧, ୯ ବଲ୍‌, ୨ ଚୌକା, ୨ ଛକା) କିନ୍ତୁ ନବାଗତ କାର୍ଲ ଜୁନିଅର୍‌ ଡାଲାଙ୍କ ଶିକାର ହୋଇଥିଲେ । ଓ୍ଵିକେଟ୍‌ ପଛପଟେ କ୍ଲାସେନ୍‌ ନେଇଥିବା କ୍ୟାଚ୍‌କୁ ରିଭ୍ୟୁ ଜରିଆରେ ଜିତି ଡାଲା ନିଜର ପଦାର୍ପଣ ଓଭରରେ ହିଁ ଓ୍ଵିକେଟ୍‌ ନେବାର ସୌଭାଗ୍ୟ ପାଇଥିଲେ । ଏହା ପରେ ଶିଖର ଧବନ (୭୨, ୩୯ ବଲ୍‌, ୧୦ ଚୌକା, ୨ ଛକା) ୧୫ ଓଭର ପର୍ଯ୍ୟନ୍ତ ଲଢ଼େଇ କରିବା ଭାରତର ବଡ଼ ସ୍କୋର୍‌କୁ ଅକ୍ଷୁର୍ଣ୍ଣ ରଖିଥିଲା । ସୁରେଶ ରାଇନା (୧୫, ୭ ବଲ୍‌, ୨ ଚୌକା, ୧ ଛକା) ଭଲ ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ପ୍ରତ୍ୟାବର୍ତନ ପାଳିକୁ ନିରାଶାରେ ସାରିଥିଲେ । ବିରାଟ କୋହଲି (୨୬, ୨୦ ବଲ୍‌, ୨ ଚୌକା, ୧ ଛକା) ଜୀବନଦାନ ପାଇଥିଲେ ମଧ୍ୟ ଏହାର ଲାଭ ଉଠାଇ ପାରିନଥିଲେ । ଶେଷକୁ ମନୀଷ ପାଣ୍ଡେ (୨୯, ୨୭ ବଲ୍‌, ୧ ଛକା)ଙ୍କ ମନ୍ଥର ପାଳି ସହିତ ମହେନ୍ଦ୍ର ସିଂହ ଧୋନି (୧୬, ୧୧ ବଲ୍‌, ୨ ଚୌକା) ଏବଂ ହାର୍ଦିକ ପାଣ୍ଡିଆ (୧୩*, ୭ ବଲ୍‌, ୨ ଚୌକା)ଙ୍କ ଜରିଆରେ ଭାରତ କେବଳ ୨୦୦ ରନ୍‌ ପାର କରି ୨୦୩/୫ରେ ପହଞ୍ଚିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୯ ଉଇକେଟ ହରାଇ ମାତ୍ର ୧୭୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଭୁବନେଶ୍ୱର କୁମାରଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା ।
Don't Miss
© all rights reserved
made with by templateszoo | Upated by GAPU