Responsive Ad Slot

Showing posts with label ବାଣିଜ୍ୟ. Show all posts
Showing posts with label ବାଣିଜ୍ୟ. Show all posts

ଉତ୍ପାଦର ମୂଲ୍ୟ ବଢ଼ାଇବ ବ୍ରିଟାନିଆ

No comments

Friday, August 23, 2019


କୋଲକାତା: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନି ବ୍ରିଟାନିଆ ଆଗାମୀ ଦିନରେ ଏହାର ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି ଯୋଜନା ରଖିଛି । କମ୍ପାନି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଏହାର ଉତ୍ପାଦଗୁଡ଼ିକର ମୂଲ୍ୟରେ ସାମାନ୍ୟ ବୃଦ୍ଧି ବିଷୟ ଯୋଜନା କରୁଛି ।

ମାନ୍ଦାବସ୍ଥା ଯୋଗୁଁ କମ୍ପାନିର ବିକ୍ରି ହ୍ରାସ ଘଟିଛି । ମାନ୍ଦାବସ୍ଥାରୁ ବର୍ତ୍ତିବା ପାଇଁ କମ୍ପାନି ଏଭଳି ଯୋଜନା ରଖିଛି ବୋଲି ବ୍ରିଟାନିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାନ୍ଦାବସ୍ଥା ଗତ ୫ରୁ ୬ ମାସ ହେଲା ଦେଖାଦେଇଛି । ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ମଧ୍ୟ ପରିସ୍ଥିତି ଭଲ ନାହିଁ । ତେଣୁ ତୃତୀୟ ତ୍ରୟମାସରେ ଉତ୍ପାଦ ମୂଲ୍ୟରେ ସାମାନ୍ୟ ବୃଦ୍ଧି କରାଯିବ ବୋଲି ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ର ମାର୍କେଟିଂ ମୁଖ୍ୟ ବିନୟ ସୁବ୍ରମଣ୍ୟମ୍ କହିଛନ୍ତି । ମାନ୍ଦାବସ୍ଥା ଯୋଗୁଁ କମ୍ପାନିର ବିକ୍ରି ଅଭିବୃଦ୍ଧି ଅଧାଅଧି କମିଯାଇଛି ବୋଲି ସେ କହିଛନ୍ତି । ଖର୍ଚ୍ଚ ହ୍ରାସ ଦୃଷ୍ଟିରୁ କମ୍ପାନିକୁ ଅଧିକ ଦକ୍ଷ ହେବାକୁ ହେବ । ମାଲ ପରିବହନ ବାବଦ ଖର୍ଚ୍ଚକାଟ କରିବାକୁ ପଡ଼ିବ । ମାନ୍ଦାବସ୍ଥା ସତ୍ତ୍ବେ, କମ୍ପାନି ବଜାରଅଂଶ ବଢ଼ାଇ ଚାଲିଛି ଏବଂ ଆଗାମୀ ଦିନରେ ପ୍ରମୁଖ ବ୍ରାଣ୍ଡ୍‌ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି ସେ କହିଛନ୍ତି ।

ଅର୍ଥନୀତିକୁ ସଜାଡ଼ିବା ଲାଗି ନିର୍ମଳା ସୀତାରାମଣଙ୍କ ବଡ଼ ପଦକ୍ଷେପ: ଆଉ ଡରେଇ ପାରିବେନି ଆୟକର ଅଧିକାରୀ

No comments

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଏବେ ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବାରୁ ଆଜି ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ବିଦେଶୀ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଏଫପିଆଇ ବା ବିଦେଶୀ ପୋର୍ଟଫୋଲିଓ ନିବେଶକମାନଙ୍କଠାରୁ ସଂଗ୍ରହ କରାଯାଉଥିବା ସରଚାର୍ଜକୁ ପ୍ରତ୍ୟାହାର କରାଯାଇଛି । ସେହିପରି ଷ୍ଟାର୍ଟ-ଅପ ମାନଙ୍କ ଉପରୁ ଓ ଡିଆଇପିପିରେ ପଞ୍ଜୀକୃତ ନିବେଶକମାନଙ୍କଠାରୁ କୌଣସି ଆଞ୍ଜେଲ ଟାକ୍ସ ସଂଗ୍ରହ କରାଯିବ ନାହିଁ । ସେହିପରି ବିଦେଶୀ ନିବେଶକଙ୍କଠାରୁ ବଜେଟରେ ଘୋଷିତ ସୁପର ରିଚ ଟାକ୍ସ ସଂଗ୍ରହ କରାଯିବ ନାହିଁ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଲା, ଏଣିକି କେବଳ ଏକ କେନ୍ଦ୍ରୀୟ କମ୍ପ୍ୟୁଟର ସିଷ୍ଟମରୁ ହିଁ ଆୟକରଦାତାମାନଙ୍କ ପାଖକୁ ନୋଟିସ ଯିବ । ୩ ମାସ ମଧ୍ୟରେ ନୋଟିସ ପଠାଯାଇଥିବା ମାମଲାଗୁଡ଼ିକର ଫଇସଲା କରାଯିବ । ଅନ୍ୟପକ୍ଷରେ ବ୍ୟାଙ୍କଗୁଡ଼ିକରେ ଅତିରିକ୍ତ ୭୦ ହଜାର କୋଟିର ପୁଞ୍ଜି ଭର୍ତ୍ତି କରାଯିବ । ସେହିପରି ରେପୋରେଟ ସହିତ ବ୍ୟାଙ୍କଋଣକୁ ଲିଙ୍କ୍‌ କରାଯାଇଛି । ଅର୍ଥାତ ରିଜର୍ଭ ବ୍ୟାଙ୍କ ରେପୋହାର କମାଇଲେ ତାହା ଆପେ ଆପେ ବ୍ୟାଙ୍କମାନଙ୍କ ସୁଧହାର ରେ ପ୍ରତିଫଳିତ ହେବ ।

ଅନ୍ୟପକ୍ଷରେ ସିଏସଆର ବା କର୍ପୋରେଟ ସାମାଜିକ ଦାୟିତ୍ୱବଦ୍ଧତା ନିୟମର ଉଲ୍ଲଙ୍ଘନକୁ ସିଭିଲ (ଦେଓ୍ଵାନୀ) ଅପରାଧ ଭାବରେ ବିବେଚନା କରାଯିବ । ଏଗୁଡ଼ିକୁ କ୍ରିମିନାଲ ବା ଫୌଜଦାରୀ ମାମଲା ହିସାବରେ ଧରାଯିବ ନାହିଁ ।

୪୦ ହଜାର ୱାଗନଆର୍ ମାଗଣାରେ ସଜାଡ଼ିବ ମାରୁତି ସୁଜୁକି କମ୍ପାନୀ

No comments

Wednesday, August 21, 2019


ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ୪୦,୧୬୮ଟି ୱାଗନଆରର ପ୍ରତ୍ୟାହାର ଘୋଷଣା କରିଛି । ଏହି ସବୁ କାର ୨୦୧୮ ନଭେମ୍ବର ୧୫ରୁ ୨୦୧୯ ଅଗଷ୍ଟ ୧୨ ତାରିଖ ମଧ୍ୟରେ ନିର୍ମାଣ ହୋଇଛି । ଏହି ଗାଡ଼ିଗୁଡ଼ିକର ଫୁଏଲ୍ ହୋସ୍‌ରେ ଥିବା ତ୍ରୁଟିକୁ ସଜାଡ଼ିବା ପାଇଁ କମ୍ପାନି ଏଗୁଡ଼ିକୁ ପ୍ରତ୍ୟାହାର କରିବ । ଅଗଷ୍ଟ ୨୪ ତାରିଖରୁ ଏହି ଗାଡ଼ି ମାଲିକମାନଙ୍କୁ ମାରୁତି ସୁଜୁକିର ଡିଲରମାନେ ଯୋଗାଯୋଗ କରିବେ । ତ୍ରୁଟି ଥିଲେ କମ୍ପାନି ବିନା ମୂଲ୍ୟରେ ତାହାକୁ ସଜାଡ଼ିବ ବୋଲି କହିଛି ।

ସେପ୍ଟେମ୍ବର ୫ରେ ବଜାରକୁ ଆସିବ ‘ଜିଓ ଜିଗାଫାଇବର’

No comments

Monday, August 12, 2019


ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ବାର୍ଷିକ ବୈଠକରେ ‘ଜିଓ ଜିଗାଫାଇବର’ ବିଷୟରେ ସବୁଠୁ ବଡ଼ ଘୋଷଣା କରିଛନ୍ତି । ଜିଓ ଜିଗାଫାଇବର ସହ ୱେଲକମ ଅଫର ସମ୍ପର୍କରେ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ।

ଜିଓ ଜିଗାଫାଇବର ବଜାରକୁ ପ୍ରବେଶ କବିର ସେପ୍ଟେମ୍ବର ୫ ତାରିଖରେ । ଜିଓ ଜିଗାଫାଇବର ପ୍ଲାନ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ । କମ୍ପାନୀ ସେପ୍ଟେମ୍ବର ୫ରେ ଏନେଇ ବିଭିନ୍ନ ଯୋଜନାର ଘୋଷଣା କରିବ । ଜିଓ ଜିଗାଫାଇବରରେ ସବୁଠୁ କମ୍ ମୂଲ୍ୟର ପ୍ଲାନରେ ବ୍ୟବହାରକାରୀଙ୍କୁ ସେକେଣ୍ଡ ପ୍ରତି ୧୦୦ ଏମ୍‌ବି ପର୍ଯ୍ୟନ୍ତ ସ୍ପିଡ୍‍ ମିଳିବ । ଏହାର ପ୍ରମିୟମ ପ୍ୟାକେଜରେ ଏହି ସ୍ପିଡ୍‍ ସେକେଣ୍ଡ ପ୍ରତି ୧ ଜିବି ପର୍ଯ୍ୟନ୍ତ ରହିବ । ପ୍ରକାଶ ଯେ ଏବେ ଭାରତରେ ଫିକ୍ସଡ୍‍ ବ୍ରଡବ୍ରାଣ୍ଡରେ ଡାଉନଲୋଡ ସ୍ପିଡ ୨୬.୪ ଏମବିପିଏସ୍‍ ରହିଛି ଓ ଅପଲୋଡ ସ୍ପିଡ ୨୧.୯୧ ଏମବିପିଏସ୍‍ ଅଛି ।

ଜିଓ ଜିଗାଫାଇବରର ୭୦୦ ଟଙ୍କିଆ ପ୍ଲାନରେ ଉପଭୋକ୍ତାଙ୍କୁ ଏଚଡି/୪କେ ଏଲଇଡି ଟେଲିଭିଜନ ସେଟ ଏବଂ ୪କେ ସେଟଅପ ବକ୍ସ ମାଗଣା ମିଳିବ । ଅର୍ଥାତ ଗ୍ରାହକଙ୍କୁ କେବଳ ଡାଟା ପାଇଁ ମୂଲ୍ୟ ଦେବାକୁ ପଡ଼ିବ । ଭଏସ କଲ ସବୁଦିନ ପାଇଁ ଅସୀମିତ ରହିବ ।

ଜିଓ ଜିଗାଫାଇବରରେ ନୂଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁ କରୁ ‘ପ୍ରଥମ ଦିନ ପ୍ରଥମ ଶୋ’ ଦେଖାଇବ । ଅର୍ଥାତ ଜିଓ ଜିଗାଫାଇବରର ଉପଭୋକ୍ତା ଘରେ ବସି ପ୍ରଥମ ଦିନ ହିଁ ନୂଆ ଚଳଚ୍ଚିତ୍ର ଦେଖିପାରିବେ । ତେବେ ଏହି ସୁବିଧା ୨୦୨୦ ମସିହାର ମଧ୍ୟଭାଗରୁ ଆରମ୍ଭ ହେବ ବୋଲି ଅମ୍ବାନୀ କହିଛନ୍ତି । ଘରେ ବସି ସିନେମା ହଲ୍‌ର ମଜା ନେବା ପାଇଁ ‘ମିକ୍ସଡ୍‍ ରିଆଲିଟି ଡିଭାଇସ’ର ଲଞ୍ଚ କରାଯାଇଛି । ଏହି ଉପକରଣରେ ଅନ୍ୟ କିଛି ଫିଚର ରହିବ । ଆକାଶ ଏବଂ ଇଶା ଅମ୍ବାନୀ ‘ମିକ୍ସ ରିଆଲିଟି’ (ଏମଆର) ଡିଭାଇସର ପ୍ରଦର୍ଶନ କରିଛନ୍ତି । ଏହାକୁ କମ୍ପାନୀର ଏମଆର ଲ୍ୟାବରେ ପ୍ରସ୍ତୁତ କରାଯାଇଛି । ମିକ୍ସ ରିଆଲିଟି ମନୋରଞ୍ଜନ ଅନୁଭୂତିକୁ ଉତ୍କର୍ଷ କରିବାରେ ସହାୟକ ହେବ । ଏଥିରେ ସବୁ ପ୍ରକାର ଖେଳ ‘ଗେମ’ ଉପଲବ୍ଧ ରହିବ । ଏଥିପାଇଁ ମାଇକ୍ରୋସଫ୍ଟ ଏବଂ ଟେସେଣ୍ଟ ସହ ଚୁକ୍ତି କରାଯାଇଛି । ରିମୋର୍ଟ ଟିଭିରେ ଭିଡିଓ କନଫ୍ରେନ୍ସିଂର ସୁବିଧା ଉପଲବ୍ଧ ରହିବ । ବ୍ରଡବ୍ରାଣ୍ଡ ସହ ଲ୍ୟାଣ୍ଡଲାଇନ ଫୋନ୍‍ ମାଗଣା ମିଳିବ ।

ଲଞ୍ଚ ହେଲା ମୋଟୋ ଜେଡ ୨ ଫୋର୍ସ ସ୍ମାର୍ଟଫୋନ

No comments

Sunday, February 18, 2018


ନୂଆଦିଲ୍ଲୀ: ମୋଟୋରୋଲା ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ ସୀମିତ ସଂସ୍କରଣ ମୋଟୋ ଜେଡ ୨ ଫୋର୍ସର ଶୁଭାରମ୍ଭ କରାଯାଇଛି । ମୋଟୋ ଜେଡ୍ ୨ ଫୋର୍ସ, ସାଟର ଲିମିଟେସନ୍‌ ସହିତ କେବଳ ସ୍କ୍ରିନ ସ୍କ୍ରାଚ ତଥା ନଭାଙ୍ଗିବାର ସ୍କ୍ରିନ ଗ୍ୟାରେଣ୍ଟି ଏବଂ ମୋଟୋ ଟର୍ବୋ ପାୱାର ମୋଡ ଯନ୍ତ୍ର ୬୨୨୦ ଏମଏଏଚ ପାୱାରର ବୃହତ ବ୍ୟାଟେରୀ ସହିତ ଉପଲବ୍ଧ ହେଉଛି । ଏହି ଯାନ୍ତ୍ରିକ ଉପକରଣ ସ୍ଲିମ ମେଟାଲ ଡିଜାଇନ, ଦୁଇଟି ୧୨ ଏମପି କ୍ୟାମେରା, ଅଧିକ ଡାଟା ସ୍ପିଡ ଏବଂ କ୍ୱାଲକମର ଦୃତ ସ୍ନାପଡ୍ରାଗନ ପ୍ରୋସେସର ସହିତ ଉପଲବ୍ଧ । ମୋଟୋ ଜେଡ ୨ ଫୋର୍ସର ସିମୀତ ସଂସ୍କରଣ ଅତ୍ୟାଧୁନିକ ଭାବେ ଫ୍ଲିଫକାର୍ଟ ଏବଂ ଭାରତର ସମସ୍ତ ମୋଟୋ ହବସରେ ଉପଲବ୍ଧ ହେବ ।
Don't Miss
© all rights reserved
made with by templateszoo | Upated by GAPU