Responsive Ad Slot

ନୂଆ ଖବର

latest

ଶୁଭପଲ୍ଲବ ଦ୍ୱାରା ଶିଶୁ ସାହିତ୍ୟ ପତ୍ରିକା ଶିଶୁପଲ୍ଲବ ଉନ୍ମୋଚିତ

ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପଲ୍ଲବୀ ପୂଜାପଣ୍ଡା ଓ ସଂଗ୍ରାମ କେଶରୀ ସେନାପତିଙ୍କ ସମ୍ପାଦନାରେ ବାର୍ଷିକ ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା "ଶିଶୁପଲ୍ଲବ" ଉନ୍ମୋଚିତ ହୋଇଯାଇଛି ।

Sunday, February 26, 2023

/ by Gapu

Shishupallaba 3rd Edition by Shubhapallaba inaugurated by Panchanan Nayak

ଭଦ୍ରକ (୨୭ ଫେବୃଆରୀ ୨୦୨୩): ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ବାର୍ଷିକ ଓଡ଼ିଆ ଶିଶୁପତ୍ରିକା "ଶିଶୁପଲ୍ଲବ" ଗତକାଲି ଆମ୍ବ ବଉଳର ବାସ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ପଲ୍ଲବୀ ପୂଜାପଣ୍ଡାଙ୍କ ବଳିଷ୍ଠ ସମ୍ପାଦନାରେ ପ୍ରକାଶିତ ହୋଇଥିବା ଏହି ୩ୟ ସଂଖ୍ୟାରେ ରହିଛି କୁନିକୁନି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କିଛି ମନଛୁଆଁ ଗପ ଓ କବିତା । ପିଲାମାନଙ୍କର ଚିତ୍ରାଙ୍କନ ସହିତ ପତ୍ରିକାଟିରେ କୁନି କୁନି ସାଥୀମାନଙ୍କର ଫଟୋଗୁଡ଼ିକ ମଧ୍ୟ ସ୍ଥାନିତ ହୋଇଛି ।

Sishupallaba Childrens Magazine Inauguration

୨୦୨୧ ମସିହାରୁ ଶୁଭପଲ୍ଲବ ଶିଶୁରାଇଜ ଭାବରେ ମାତୃଭାଷା ଦିବସ ଅବସରରେ ପ୍ରକାଶ ପାଉଥିବା ଏହି ପତ୍ରିକାଟିର ନାମ ପରିବର୍ତ୍ତନ କରାଯାଇ ଶିଶୁପଲ୍ଲବ ରଖାଯାଇଥିବା ସୂଚନା ଦେଇଛନ୍ତି ଶୁଭପଲ୍ଲବର ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିଗଣଙ୍କ ମଧ୍ୟରୁ ବିଶ୍ୱରଞ୍ଜନ ଦାସ, ଅଜୟ ନାୟକ, ଡକ୍ଟର କ୍ଷୀରୋଦ କୁମାର ସାମଲ, ଗୀତିକାର ପଞ୍ଚାନନ ନାୟକ ଓ ରଞ୍ଜନ କୁମାର ନାୟକ ଆଦି ଏହି ପତ୍ରିକାଟିର ଉନ୍ମୋଚନ କରିଥିଲେ । ଏହି ସାହିତ୍ୟ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ କୈଳାସ ବେହେରା, ବିସ୍ମୟବିହାରୀ ସାହୁ, ଦେବେନ୍ଦ୍ରନାଥ ମହାଳିକ, ନିରଞ୍ଜନ ବାରିକ ଓ ତପନ କୁମାର ହାତୀ ଆଦି ଉପସ୍ଥିତ ଥିଲେ ।


Don't Miss
© all rights reserved
made with by templateszoo | Upated by GAPU