Responsive Ad Slot

Showing posts with label ମନୋରଞ୍ଜନ. Show all posts
Showing posts with label ମନୋରଞ୍ଜନ. Show all posts

ଅଭିନେତା ଇର୍ଫାନ୍ ଖାନ୍‌ଙ୍କ ପରଲୋକ

No comments

Wednesday, April 29, 2020


ବ୍ୟୁରୋ (୨୯ ଅପ୍ରେଲ ୨୦୨୦): ଆଜି ଭାରତୀୟ କଥାଚିତ୍ର ଜଗତର ସଫଳତମ ଅଭିନେତା ଇର୍ଫାନ୍ ଖାନ୍ ୫୪ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ନିରୋନଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିଲେ ବୋଲି ୨୦୧୮ରେ ଜଣାପଡ଼ିବା ପରେ ସେ ବ୍ରିଟେନ୍‌ରେ ଚିକିତ୍ସିତ ହେଉଥିଲେ । ସେଠାରୁ ସୁସ୍ଥ ହୋଇ ଫେରିବା ପରେ ହିନ୍ଦୀ କଥାଚିତ୍ର ଅଂରେଜୀ ମିଡିଅମ୍‌ର ସୁଟିଂ କରିଥିଲେ, ଯାହାକି କିଛିଦିନ ତଳେ ମୁକ୍ତିଲାଭ କରିଥିଲା ।

ମଙ୍ଗଳବାର ଦିନ ସେ ପୁଣିଥରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଛି । ଗତ ଶନିବାର ଦିନ ଇର୍ଫାନ୍‌ଙ୍କର ମାଆ ସଇଦା ବେଗମ୍‌ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା ।


ଭାରତୀୟ କଥାଚିତ୍ର ଜଗତରେ ଇର୍ଫାନ୍ ପ୍ରାୟ ଦୁଇ ଦଶନ୍ଧି ଧରି କାମ କରିଥିଲେ । ତାଙ୍କ ଅଭିନୀତ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ରହିଛି ‘ସଲାମ ବମ୍ବେ’, ‘ମକ୍‌ବୁଲ୍’, ‘ପାନ୍ ସିଂହ ତୋମାର୍’, ‘ଦି ଲଞ୍ଚ୍ ବକ୍ସ୍’, ‘ଗୁଣ୍ଡେ’, ‘ପିକୁ’, ‘ତଲ୍‌ୱାର୍’ , ‘ହିନ୍ଦୀ ମିଡିୟମ୍’ ଏବଂ ‘ଅଙ୍ଗ୍ରେଜି ମିଡିୟମ୍’ ।

ମାନସ ରଞ୍ଜନଙ୍କ ଦ୍ୱାରା ନୂଆ ଓଡ଼ିଆ ଭଜନ ରିଲିଜ୍

No comments

Sunday, April 19, 2020


ବ୍ୟୁରୋ (୨୦ ଅପ୍ରେଲ ୨୦୨୦): ଏହି ଲକ୍‌ଡାଉନ୍ ସମୟରେ ଓଡ଼ିଆ ଗୀତିକାର ତଥା କଣ୍ଠଶିଳ୍ପୀ ମାନସ ରଞ୍ଜନଙ୍କର ଏକ ନୂଆ ଓଡ଼ିଆ ଭଜନ ହେ କଳାମୁଖ ମୁକ୍ତିଲାଭ କରିଛି । ଓଡ଼ିଆ ଜାତିର ଗର୍ବ ଗୌରବ, ସାରା ଜଗତର ସେହି କାଳିଆ ଠାକୁରଙ୍କର କଳାମୁଖକୁ ନେଇ ରଚିତ ତାଙ୍କର ଏହି ଗୀତଟିକୁ ସେ ନିଜେ ସ୍ୱର ସଂଯୋଜନା କରିବା ସହ ନିଜେ ମଧ୍ୟ କଣ୍ଠଦାନ କରିଛନ୍ତି ।

ଏହି ଗୀତଟି ଗତ ଅପ୍ରେଲ ୧୮ ତାରିଖରେ ତାଙ୍କ ନିଜର ୟୁ-ଟ୍ୟୁବ୍ ଚେନାଲ୍‌ରେ ମୁକ୍ତିଲାଭ କରିଥିଲା । ଲକ୍‌ଡାଉନ୍ ସମୟରେ ଏହି ଗୀତଟିକୁ ଲୋକେ ପସନ୍ଦ କରିବେ ବୋଲି ମାନସ ରଞ୍ଜନ ମତ ଦେଇଛନ୍ତି ।

ଉତ୍କଳ ଦିବସ ପୂର୍ବରୁ ଉତ୍କଳ ଦିବସ ଉପରେ ନୂଆ ଓଡ଼ିଆ ଗୀତ

No comments

Tuesday, March 24, 2020


ବ୍ୟୁରୋ (୨୫ ମାର୍ଚ୍ଚ ୨୦୨୦): ସବୁ ବସି ବସି ଲୋକ୍ ବୋର୍ ନ ହୁଅନ୍ତୁ ବୋଲି ଆଜି "ଆମେ ଓଡ଼ିଆ ଭାରି ବଢ଼ିଆ" ଶୀର୍ଷକ ଏକ ଓଡ଼ିଆ ଗୀତ ମୁକ୍ତିଲାଭ କରିଛି । ମାନସ ରଞ୍ଜନ ଦାଶଙ୍କ କଣ୍ଠ ଓ ସଙ୍ଗୀତରେ ନିର୍ମାଣ କରାଯାଇଥିବା ଏହି ଗୀତଟି ଆସନ୍ତା ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କରିବାର ଥିଲା, ମାତ୍ର ବନ୍ଦ ଯୋଗୁଁ ଏହାକୁ ୭ ଦିନ ଆଗରୁ ରିଲିଜ୍ କରାଯାଇଛି ।

ଏବେ କରୋନା ଭୂତାଣୁ ଦାଉ ସାଜିଥିବାବେଳେ ମାର୍ଚ୍ଚ ୨୨ର ଜନତା କର୍ଫ୍ୟୁ ପରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତ ସରକାର ୨୧ଦିନ ପାଇଁ ସମ୍ପୂର୍ଣ୍ଣ ଭାରତରେ କର୍ଫ୍ୟୁ ବା ଲକ୍‌ଡାଉନ୍ ଘୋଷଣା କରିଥିବାବେଳେ ଏବେ ସବୁ ଲୋକ ଘରେ ଆଉ ଘରେ ବସି ଗୀତ ଶୁଣିବାପାଇଁ ମାନସ ରଞ୍ଜନ ଦାଶ ରିଲିଜ୍ କରିଛନ୍ତି ନୂଆ ଏକ ଓଡ଼ିଆ ଗୀତ ।


ସୁବାସ ଚନ୍ଦ୍ର ଦାଶଙ୍କ ରଚିତ ଏହି ଗୀତଟିର ସ୍ୱର ସଂଯୋଜନା କରିଛନ୍ତି ମାନସ ରଞ୍ଜନ ଦାଶ ଏବଂ ସେ ନିଜେ ମଧ୍ୟ ଏଥିରେ କଣ୍ଠଦାନ କରିଛନ୍ତି । ଏହି ସମୟରେ ଲୋକେ ଘରେ ବସି ଏହି ଗୀତଟି ଶୁଣି ଖୁସି ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମାନସ ରଞ୍ଜନ ।

ଅଭିନୟ ନିଶା ଆଗରେ ହାର ମାନିଛ ଅସିତ୍‌ଙ୍କ ଇଂଜିନିୟରିଂ କ୍ୟାରିୟର

No comments

Sunday, February 16, 2020


ବ୍ୟୁରୋ: ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅସିତ୍ ପଟ୍ଟନାୟକ କଳାହାଣ୍ଡିର ସରକାରୀ ବୈଷୟିକ ମହାବିଦ୍ୟାଳୟରୁ ଯାନ୍ତ୍ରିକ ଅବା ମେକାନିକାଲ ବ୍ରାଞ୍ଚରେ ଇଂଜିନିୟରିଂ ପାଠ୍ୟକ୍ରମ ୨୦୧୮ ମସିହାରେ ଶେଷ କରିଥିଲେ । କିନ୍ତୁ ଏହାପରେ ହଠାତ ତାଙ୍କ ମୁଣ୍ଡରେ ଅଭିନୟର କୀଡ଼ା ଚଢ଼ିଥିଲା ।

ପୂର୍ବରୁ ସେ କଲେଜ ସମୟରେ ଏକ ଛୋଟ ଭିଡ଼ିଓରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଣ୍ଟିଥିଲେ । ମାତ୍ର ବିଧିବଦ୍ଧ ଭାବରେ ଅଭିନୟ କ୍ଷେତ୍ରକୁ ଆସିବାକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ସଂଘର୍ଷ ସମୟ ସବୁବେଳେ ରୁହେନାହିଁ । ଓ ଟିଭିରେ ପ୍ରସାରିତ ପୋଲିସ୍ ଫାଇଲ୍ ଓ ଅକୁହା କଥାରେ ସେ ଅଭିନୟ କରିବାର ସୁଯୋଗ ପାରିଥିଲେ । ନିଜର ଗୁରୁ ଭାବେ ମାନୁଥିବା ସୌଭାଗ୍ୟ ପ୍ରକାଶ ପତିଙ୍କୁ ସେ ଏହାର ସମ୍ପୂର୍ଣ୍ଣ ଶ୍ରେୟ ଦିଅନ୍ତୁ । ଏଥି ସହିତ ସେ ସୌଭାସ୍ୟ ପତିଙ୍କର ଆସିଷ୍ଟାଣ୍ଟ ଡିରେକ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି । ଓ ଟିଭିରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହ ସେ ନ୍ୟୁଜ୍ ୱାଲ୍ଡ ଓଡ଼ିଶାରେ ପ୍ରସାରିତ ସ୍ୱତନ୍ତ୍ର ଅଧ୍ୟାୟ ନିର୍ଭୟା ଓ ଅସମୟେ ଅନ୍ଧାରରେ ମଧ୍ୟ ଅଭିନୟ କରିଥିଲେ ।


ଏହାପରେ ତାଙ୍କ ଅଭିନୟ କ୍ୟାରିୟରରେ ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା । ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ପିନୁ ନାୟକ ତାଙ୍କୁ ତାଙ୍କର ଆଗାମୀ ଓଡ଼ିଆ କଥାଚିତ୍ର ଇନ୍ଦ୍ରଜାଲରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଏହି କଥାଚିତ୍ରଟି ଏବେ ସୁଟିଂ ଶେଷ ହୋଇସାରିଛି ଏବଂ ମୁକ୍ତିଲାଭ ଅପେକ୍ଷାରେ ଅଛି । ଏହି ସୁଯୋଗ ପାଇଁ ସେ ପିନୁ ନାୟକଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଜୀବନରେ ଚରିତ୍ରକୁ ଦେଖି ନୁହେଁ ଅଭିନୟ ପ୍ରତି ଧ୍ୟାନ ଦେଇ ଆଗକୁ ବଢ଼ିବାର ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ଅଭିନୟ ଜୀବନର ଯାତ୍ରାରେ ସବୁବେଳେ ବାପା, ମାଆ ଓ ବଡ଼ ଭାଇ ଅମିତ ପଟ୍ଟନାୟକଙ୍କର ପ୍ରେରଣା ଓ ଆଶୀର୍ବାଦ ରହିଛି ବୋଲି ଅସିତ ମତବ୍ୟକ୍ତ କରନ୍ତି ।

ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ସବ୍ୟସାଚୀ-ଏଲିନାଙ୍କ ତୃତୀୟ କଥାଚିତ୍ର ମାଲ୍ ମହୁ ଜୀବନ ମାଟି

No comments

Friday, November 8, 2019


ଭୁବନେଶର (୮ ନଭେମ୍ବର ୨୦୧୯): ଆଜି ଫ୍ରାଇଡେ ରିଲିଜ୍‌ରେ ମୁକ୍ତିଲାଭ କରିଛି ନୂଆ ସବ୍ୟସାଚୀ - ଏଲିନା ଅଭିନୀତ ତୃତୀୟ ଓଡ଼ିଆ କଥାଚିତ୍ର ମାଲ୍ ମହୁ ଜୀବନ ମାଟି - ଭାଗ୍ୟର ନୋ ଗ୍ୟାରେଣ୍ଟି । ଏହି କଥାଚିତ୍ରଟିର ପ୍ରଥମଥର ପାଇଁ ବ୍ରହ୍ମପୁର ସହରରେ ପ୍ରିମିୟର ହୋଇଥିଲା । ଆସନ୍ତା କାଲି କଟକ ଓ ଭୁବନେଶ୍ୱରରେ ଏହାର ପ୍ରିମିୟର୍ ଶୋ ଅନୁଷ୍ଠିତ ହେବାର ସୂଚନା ମିଳିଛି ।


ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଛନ୍ତି ସୁନାମଧନ୍ୟା କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଅସୀମା ପୂର୍ବରୁ ଅନେକ ହିଟ୍ ଓଡ଼ିଆ କଥାଚିତ୍ର, ଆଲବମ୍ ଓ ଭଜନ ତଥା ସମ୍ବଲପୁରୀ ଗୀତରେ କଣ୍ଠଦାନ କରିଛନ୍ତି ।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କଥାଚିତ୍ରରେ ଅଭିନେତା ସ୍ୱର୍ଗତ ସଲିଲ ମିତ୍ର ଅଭିନୟ କରିଛନ୍ତି । ସେ ସିନା ଆମକୁ ଛାଡ଼ି ଚାଲିଯାଇଛନ୍ତି, ହେଲେ ବି ତାଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ଏଯାବତ୍ ମୁକ୍ତିଲାଭ କରିସାରିନାହିଁ ।


ଅନ୍ୟନ୍ୟ କଳାକାରଙ୍କ ମଧ୍ୟରେ ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, କ୍ରିଷ୍ଣା କର, ବିଜୁ ବଡ଼ଜେନା, ସ୍ୱପ୍ନା ପତି, ଜୋଜୋ, ଅମର କାହ୍ନୁ, ରବି ମିଶ୍ର, ରୁଷି ପଟ୍ଟନାୟକ ଆଦି ଏହି କଥାଚିତ୍ରରେ ଅଭିନୟ କରିଛନ୍ତି । ପ୍ରଦ୍ୟୁମ୍ନ ଲେଙ୍କା ସବ୍ୟସାଚୀଙ୍କର ବାପା ଭୂମିକାରେ ଅଭିନୟ କରିଥିବେବେଳେ ସବ୍ୟସାଚୀ ଜଣେ ଖନା ଭୂମିକାରେ ଅଭିନୟ କରିଛନ୍ତି ।

ଦୁର୍ଗାପୂଜା ପାଇଁ ଆଜି ରିଲିଜ୍ ହେଲା ଦୁଇଟି ଓଡ଼ିଆ କଥାଚିତ୍ର

No comments

Friday, October 4, 2019


ଭୁବନେଶ୍ୱର (୪ ଅକ୍ଟୋବର ୨୦୧୯): ଦୁର୍ଗାପୂଜା ଉପଲକ୍ଷେ ଆଜି ମୁକ୍ତିଲାଭ କରିଛି ଦୁଇଟି ଓଡ଼ିଆ କଥାଚିତ୍ର । ପ୍ରଥମଟି ହେଉଛି ତରଙ୍ଗ ସିନେ ପ୍ରଡକ୍ସନରେ ଅଭିନେତା ବାବୁଶାନ୍ ଅଭିନୀତ କଥାଚିତ୍ର ମିଷ୍ଟର ମଜନୁ ଓ ସାର୍ଥକ ମୁଭିଜ୍‌ର ୨୭ ତମ କଥାଚିତ୍ର ଦିସ୍ ଇଜ୍ ମାୟାରେ ବାୟା ।

ମିଷ୍ଟର ମଜନୁରେ ବାବୁଶାନଙ୍କ ସହ ତିନିଜଣ ନାୟିକା ଦିବ୍ୟା, ସୁର୍ଯ୍ୟମୟୀ ଓ ଶୀତଲ ଅଭିନୟ କରିଛନ୍ତି । ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି କଥାଚିତ୍ର ପର୍ଯ୍ୟବେଶିତ ହୋଇଥିବାବେଳେ ଏଥିରେ ମିହିର ଦାସ ଏକ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଛନ୍ତି ଏବଂ ରାଇମୋହନ ପରିଡ଼ା ଏହି କଥାଚିତ୍ରରେ ପ୍ରଥମ ଥର ପାଇଁ ତରଙ୍ଗ ସିନେ ପ୍ରଡକ୍ସନରେ କାର୍ଯ୍ୟ କରିଛନ୍ତି ।


ମିଷ୍ଟର ମଜନୁର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି ଏବଂ ସ୍ୱର ସଂଯୋଜନା କରିଛନ୍ତି ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ଏହି କଥାଚିତ୍ରର ଗୀତ ରଚନା କରିଛନ୍ତି ।

ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ କଥାଚିତ୍ର ଦିସ୍ ଇଜ୍ ମାୟରେ ବାୟାରେ ମୁଖ୍ୟ ଭୂମିକାରେ ସ୍ୱରାଜ ବାରିକ, ଏଲିନା ସାମନ୍ତରାୟ, ସିଦ୍ଧାନ୍ତ ମହାପାତ୍ର ଓ ଝିଲିକ୍ ଅଭିନୟ କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ମଳୟ ମିଶ୍ର ଏହି କଥାଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ପୂଜା ବଜାରରେ ଉଭୟ କଥାଚିତ୍ରଟିର ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି । ଏହି ସମୟରେ ବଜାରେ ହ୍ରିତିକ୍ ରୋଶନ ଓ ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ବଲିଉଡ଼ କଥାଚିତ୍ର ୱାର୍ ଓ ମେଗାଷ୍ଟାର ଚିରଞ୍ଜୀବ ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ତ୍ରିଭାସୀ କଥାଚିତ୍ର ସାଇରା ନରସିଂହ୍ମା ରେଡ୍ଡି ସହ ହଲିଉଡ଼୍ କଥାଚିତ୍ର ଜୋକର୍ ଭଲ ବ୍ୟବସାୟ କରୁଛି ।

ପୂଜା ବଜାରରେ ରିଲିଜ୍ ହେବାକୁ ଯାଉଛି ନୂଆ ଓଡ଼ିଆ କଥାଚିତ୍ର ମିଷ୍ଟର ମଜ୍‌ନୁ

No comments

Thursday, October 3, 2019


ଭୁବନେଶ୍ୱର (୪ ଅକ୍ଟୋବର ୨୦୧୯): ଆଜି ପୂଜା ବଜାରରେ ପରଦାକୁ ଆସୁଛି ଅଭିନେତା ବାବୁଶାନଙ୍କ ନୂଆ ଫିଲ୍ମ ମିଷ୍ଟର ମଜନୁ । ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍‌ସନ ବ୍ୟାନରରେ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ରଟି ।

ଏ ଫିଲ୍ମରେ ନାୟକ ବାବୁଶାନଙ୍କ ବିପକ୍ଷରେ ସୁରମୟୀ, ଶିତଲ ଓ ଦିବ୍ୟା, ୩ ଜଣ ନାୟିକା ଅଛନ୍ତି । ବାବୁଶାନ୍ ଏକ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଛନ୍ତି । ମିହିର ଦାସ ଏହି କଥାଚିତ୍ରରେ ଜଣେ ହାସ୍ୟ ଅଭିନେତା ଭାବରେ ଏବଂ ରାଇମୋହନ ପରିଡ଼ା ପୂର୍ବଭଳି ଖଳନାୟକ ଭୂମିକାରେ ଅଛନ୍ତି ।

ଶୁକ୍ରବାର ମୁକ୍ତିଲାଭ: ଖୁସି- It's Not a Fairy Tale

No comments

Friday, August 23, 2019


ଭୁବନେଶ୍ୱର (୨୩ ଅଗଷ୍ଟ ୨୦୧୯): ଆଜି ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ କଥାଚିତ୍ର ଖୁସି ପରଦାକୁ ଆସିଛି । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି କଥାଚିତ୍ରଟି ଏକ ଛୋଟ ଝିଅର କାହାଣୀକୁ ନେଇ ନିର୍ମାଣ କରାଯାଇଛି ।

ତରଙ୍ଗ ସିନେ ପ୍ରଡକ୍ସନ ୨୦୧୫ ମସିହାରୁ ଲଗାତାର ଭାବରେ ଚଳଚ୍ଚିତ୍ର ନିର୍ମାଣ କରିଆସୁଥିଲେ ମଧ୍ୟ ପ୍ରଥମ ଥର ପାଇଁ ସାମାଜିକ ଚଳଚ୍ଚିତ୍ରଟିର ନିର୍ମାଣ କରିଛି । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱଭାର ତୁଲାଇଥିଲେ ତାପସ ସରଘରିଆ । ତାପସ ୨୦୧୦ ମସିହାରେ ହରିହର ମହାପାତ୍ରଙ୍କ ଚଳଚ୍ଚିତ୍ର ରୁମ୍‌‌କୁ ଝୁମାନା ଜରିଆରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ଏବଂ ପରେ ସେ ଅନେକ ବଡ଼ ବଡ଼ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ଏହି କଥାଚିତ୍ରଟିର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଶିଶୁ କଳାକାର ଐଶ୍ୱର୍ଯ୍ୟା । ତାଙ୍କ ବ୍ୟତୀତ ମିହିର ଦାସ, ଶକ୍ତି ବରାଳ, ଅଶୋକ ଦାସ, ମାଧୁମିତା ମହାନ୍ତି ଭଳି ଅନେକ ବରିଷ୍ଠ କଳାକାର ଅଭିନୟ କରିଛନ୍ତି ଏବଂ ଖୁସିର ମାଆ ବାପା ଭୂମିକାରେ ଅଭିନୟ କରିଛନ୍ତି ସରୋଜ ପରିଡ଼ା ଓ କାବ୍ୟା କିରଣ । କାବ୍ୟା ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର କାଉଁରୀ କନ୍ୟା ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଏବଂ ସେ ରହସ୍ୟ ନାମକ ଅନ୍ୟ ଏକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି ।
ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଭରଦ୍ୱାଜ ପଣ୍ଡା ଏହାର ଗୀତଗୁଡ଼ିକ ରଚନା କରିଛନ୍ତି । ନଭ୍ୟା, ବୈଭବୀ, ଅର୍ପିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାନ କରିଛନ୍ତି ।


ଚନ୍ଦ୍ରାୟନ-୨ର ସହ ବାହୁବଳୀ ନାମ ଯୋଡ଼ାଯିବା କଥାକୁ ନେଇ ଖୁସି ବ୍ୟକ୍ତ କଲେ ଅଭିନେତା ପ୍ରଭାସ

No comments

Monday, July 22, 2019


ବ୍ୟୁରୋ (୨୨ ଜୁଲାଇ ୨୦୧୯): ଇସ୍ରୋ ଉତ୍‌କ୍ଷେପଣ କରିଥିବା ଚନ୍ଦ୍ରାୟନ-୨କୁ ବାହୁବଳୀ କୁହାଯାଉଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ ଅଭିନେତା ପ୍ରଭାସ । ପୂର୍ବରୁ ତେଲୁଗୁ କଥାଚିତ୍ର ଜଗତରେ ସଫଳତା ପାଇଥିବା ପ୍ରଭାସ ବାହୁବଳୀ ଚଳଚ୍ଚିତ୍ର ଜରିଆରେ ଭାରତ ବର୍ଷରେ ଲୋକପ୍ରିୟତା ସାଉଁଟିଥିଲେ । ଐତିହାସିକ ଚନ୍ଦ୍ରାୟନ-୨ ସହ ତାଙ୍କ ଚଳଚ୍ଚିତ୍ରର ନାମର ଥିବା ସଂଯୋଗକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‍ କରିଛନ୍ତି ସେ ।

ସେ ତାଙ୍କ ଇନ୍‌ଷ୍ଟାରେ ଲେଖିଛନ୍ତି, "ଇସ୍ରୋ ଉତ୍‌କ୍ଷେପଣ କରିଥିବା ଚନ୍ଦ୍ରାୟନ-୨ର ସଫଳତା ପୂରା ଦେଶ ପାଇଁ ଗର୍ବ । ଏହାର ନାମ ବାହୁବଳୀ ରଖାଯାଇଥିବାରୁ ପୂରା ବାହୁବଳୀ ଚଳଚ୍ଚିତ୍ରର ଟିମ୍‌ ପାଇଁ ବଡ଼ ସମ୍ମାନ ।"

ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ଶାହୋ ଆସନ୍ତ ଅଗଷ୍ଟ ମାସ ୧୫ ତାରିଖରେ ମୁକ୍ତିଲାଭ କରିବାକୁ ଯୋଜନା ଥିଲା; ମାତ୍ର ବକ୍ସ ଅଫିସ୍ କଲେକ୍ସନ୍‌କୁ ଆଖି ଆଗରେ ରଖି ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଅଗଷ୍ଟ ୧୫କୁ ଘୁଞ୍ଚେଇ ଦିଆଯାଇଛି । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଆଶିକ୍-୨ ଅଭିନେତ୍ରୀ ଶ୍ରଦ୍ଧା କପୁର ।

ରଜ ପାଇଁ ସଜବାଜ ହେଉଛନ୍ତି ବାବୁଶାନ୍

No comments

Monday, March 19, 2018

ଓଡ଼ିଆ କଥାଚିତ୍ର ଜଗତରେ ଲଭ୍ ମାଷ୍ଟର କୁହନ୍ତୁ ବା ଲଭର୍ ବୟ କୁହନ୍ତୁ, ପ୍ରଥମେ ଯେଉଁ କଳାକାରଙ୍କର ନାମ ଆପଣଙ୍କୁ ମନ‌କୁ ଆସିବ, ସେ ହେଲେ ବାବୁଶାନ୍ ମହାନ୍ତି । ବିଗତ କିଛିବର୍ଷ ଧରି ପ୍ରତ୍ୟେକ ପୂଜା ବା ପର୍ବ ସମୟରେ ତାଙ୍କୁ ଚଳଚ୍ଚିତ୍ର ଆସିବାଟା ଥଉ ହୋଇଯାଇଛି । ୨୦୧୮ର ପ୍ରଥମ ଚଳଚ୍ଚିତ୍ର ଭେଟି ଦେଇଥିଲେ ସେ । ପୁଣିଥରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଆଗାମୀ ରଜ ଉପଲକ୍ଷେ ବାବୁଶାନ୍‌ଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର ସୁନ୍ଦରଗଡ଼ର ସଲମନ୍ ଖାନ୍ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଖୁସି ଖବର ବାବୁଶାନ୍ ନିଜେ ଟୁଇଟ୍ କରି ଜଣେଇଛନ୍ତି । ସେ  ଟୁଇଟ୍ କରି ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସଭିଙ୍କ ପାଇଁ ସେୟାର କରିଛନ୍ତି । ଏହି ଫଟୋଟିରେ ସେ ଜଣେ ହିନ୍ଦୁ ଏବଂ ମୁସଲମାନ ପୋଷାକରେ ଦୃଶ୍ୟମାନ ହୋଇଛନ୍ତି ।

ଉଷସୀ ମିଶ୍ରଙ୍କ ପ୍ରତ୍ୟାବର୍ତ୍ତନ

No comments

Sunday, February 18, 2018

ଓଡ଼ିଶା: ଓଡ଼ିଆ କଥାଚିତ୍ର ଜଗତରେ ୧୯୯୮ ମସିହାରେ "ବୋଉ" ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିବା ଉଷସୀ ମିଶ୍ର ରହିଛି ରହିବି ତୋ’ରି ପାଇଁ, ଧର୍ମର ହେବ ଜୟ, କାଶିଆ କପିଳା ଓ ବହୁଡ଼ିବେ ମୋ’ ଜଗାବଳିଆ ଭଳି କେତୋଟି ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଧୀରେ ଧୀରେ ସେ ନାୟିକାର ପାର୍ଶ୍ୱଅଭିନେତ୍ରୀ ସାଜିଥିଲେ । ବିଭିନ୍ନ ଭୂମିକାରେ ଉଷସୀ ଆସିଥିଲେ ଜୟ ଶ୍ରୀରାମ, ଏ ଯୁଗର କୃଷ୍ଣ ସୁଦାମା, ସଞ୍ଜୁ ଆଉ ସଞ୍ଜନା, ତୁ ଥା ମୁଁ ଯାଉଛି ରୁଷି ଆଦି ଚଳଚ୍ଚିତ୍ରଗୁଡ଼ିକରେ ।

ଏହାପରେ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଉପସ୍ଥାପିକା ତ‌ଥା ଅଭିନେତ୍ରୀ ଭାବରେ ଧାରାବାହିକରେ ଅଭିନୟ କରିଥିଲେ । ପରେ ପରେ ସେ ଯାତ୍ରା ଦୁନିଆରେ ପାଦ ଥାପିଥିଲେ । ଯାତ୍ରା ସ‌ହ ଜଡ଼ିତ ଥିଲେ ବି ସେ ଲଭ୍ ପାଇଁ କୁଛ୍ ବି କରେଗା ଚଳଚ୍ଚିତ୍ରରେ ବାବୁଶାନ୍‌ଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ମାତ୍ର କିଛିଦିନ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ଉଭେଇଯାଇ ଯାତ୍ରାରେ ମାତିଯାଇଥିଲେ । ପୁଣିଥରେ ଉଷସୀ ଓଡ଼ିଆ କଥାଚିତ୍ର ‘ଦିଓ୍ଵାନା ହେଲି ତୋ’ ପାଇଁ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀତମ ଦାସ ଓ ଅଶୋକ କୁମାର ଦାସ ଏହାର ପ୍ରଯୋଜନା କରିଛନ୍ତି । ଏଥିରେ ଉଷସୀ ମିଶ୍ରଙ୍କୁ ଏକ ବଳିଷ୍ଠ ଭୂମିକାରେ ଦେଖିବାକୁ ମିଳିବ ।

"ଶଙ୍ଖା ସିନ୍ଦୁର" ପରେ ଋଷି ଆସୁଛନ୍ତି ଆଉ ଏକ ମେଗା ଧାରାବାହିକରେ

No comments
ଭୁବନେଶ୍ୱର: ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଏବେଯାଏଁ ଗୋଟିଏ ବି ଚଳଚ୍ଚିତ୍ର ମୁକ୍ତିଲାଭ କରିନାହିଁ, କିନ୍ତୁ ଛୋଟ ପରଦାର ସେ ଜଣେ ଲୋକପ୍ରିୟ ନାୟକ । ତାଙ୍କ କ୍ଷେତ୍ରରେ କିଛି ନୂଆ କଥା ଘଟିଛି । ସେ ନାୟକଙ୍କ ଜଣକ ହେଲେ ଋଷି । ଏହି ନାୟକଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି ତରଙ୍ଗ ଚାନେଲରେ ପ୍ରସାରିତ ମେଗା ଧାରାବାହିକ "ଶଙ୍ଖା ସିନ୍ଦୁର"ରେ । ଏଥିରେ ଋଷିଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲେ ସୁଲଗ୍ନା । ତାଙ୍କୁ ଦର୍ଶକ ଖୁବ୍‌ ଶୀଘ୍ର ଆଉ ଏକ ମେଗା ଧାରାବାହିକରେ ନାୟକ ଭୂମିକାରେ ଦେଖିବାକୁ ପାଇବେ । ଏହା ହେଲା "ତୋ' ପାଇଁ ମୁଁ" । ଏଥିରେ ନାୟିକା ଭୂମିକାରେ ନଜର ଆସିବେ ଦେବସ୍ମିତା । ଏହା ଜି-ସାର୍ଥକ ଚାନେଲରେ ପ୍ରସାରିତ ହେବ ।
Don't Miss
© all rights reserved
made with by templateszoo | Upated by GAPU