Responsive Ad Slot

ନୂଆ ଖବର

latest

ଅଭିନେତା ଇର୍ଫାନ୍ ଖାନ୍‌ଙ୍କ ପରଲୋକ

Wednesday, April 29, 2020

/ by Gapu

ବ୍ୟୁରୋ (୨୯ ଅପ୍ରେଲ ୨୦୨୦): ଆଜି ଭାରତୀୟ କଥାଚିତ୍ର ଜଗତର ସଫଳତମ ଅଭିନେତା ଇର୍ଫାନ୍ ଖାନ୍ ୫୪ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ନିରୋନଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିଲେ ବୋଲି ୨୦୧୮ରେ ଜଣାପଡ଼ିବା ପରେ ସେ ବ୍ରିଟେନ୍‌ରେ ଚିକିତ୍ସିତ ହେଉଥିଲେ । ସେଠାରୁ ସୁସ୍ଥ ହୋଇ ଫେରିବା ପରେ ହିନ୍ଦୀ କଥାଚିତ୍ର ଅଂରେଜୀ ମିଡିଅମ୍‌ର ସୁଟିଂ କରିଥିଲେ, ଯାହାକି କିଛିଦିନ ତଳେ ମୁକ୍ତିଲାଭ କରିଥିଲା ।

ମଙ୍ଗଳବାର ଦିନ ସେ ପୁଣିଥରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଛି । ଗତ ଶନିବାର ଦିନ ଇର୍ଫାନ୍‌ଙ୍କର ମାଆ ସଇଦା ବେଗମ୍‌ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା ।


ଭାରତୀୟ କଥାଚିତ୍ର ଜଗତରେ ଇର୍ଫାନ୍ ପ୍ରାୟ ଦୁଇ ଦଶନ୍ଧି ଧରି କାମ କରିଥିଲେ । ତାଙ୍କ ଅଭିନୀତ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ରହିଛି ‘ସଲାମ ବମ୍ବେ’, ‘ମକ୍‌ବୁଲ୍’, ‘ପାନ୍ ସିଂହ ତୋମାର୍’, ‘ଦି ଲଞ୍ଚ୍ ବକ୍ସ୍’, ‘ଗୁଣ୍ଡେ’, ‘ପିକୁ’, ‘ତଲ୍‌ୱାର୍’ , ‘ହିନ୍ଦୀ ମିଡିୟମ୍’ ଏବଂ ‘ଅଙ୍ଗ୍ରେଜି ମିଡିୟମ୍’ ।
Don't Miss
© all rights reserved
made with by templateszoo | Upated by GAPU