Responsive Ad Slot

Showing posts with label ଜୀବନଚର୍ଯ୍ୟା. Show all posts
Showing posts with label ଜୀବନଚର୍ଯ୍ୟା. Show all posts

କାହିଁକି ସ୍ନାନ ପରେ ଭୋଜନ କରାଯାଏ? ପଢ଼ନ୍ତୁ ଏହାର ବୈଜ୍ଞାନିକ ଓ ଧାର୍ମିକ କାରଣ

No comments

Friday, October 4, 2019


ଖାଦ୍ୟ, ବସ୍ତ୍ର, ବାସଗୃହ ହେଉଛି ମଣିଷର ମୌଳିକ ଆବଶ୍ୟକତା । ଆଉ ଖାଦ୍ୟ ବା ଭୋଜନ ହେଉଛି ଆମ ଶରୀର ପାଇଁ ମୌଳିକ ଆବଶ୍ୟକ ଜିନିଷ । ଭୋଜନ ଦ୍ୱାରା ଆମ ଶରୀରକୁ ଶକ୍ତି ପ୍ରାପ୍ତ ହୋଇଥାଏ, କାର୍ଯ୍ୟ କରିବାର କ୍ଷମତା ବଢ଼ିଥାଏ ଏବଂ ସର୍ବୋପରି ସ୍ୱାସ୍ଥ୍ୟ ଭଲ ରହିଥାଏ । ଯାହା ଦ୍ୱାରା ଆମେ ଆମ ଦୈନନ୍ଦିନ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁ । ହିନ୍ଦୁ ଧର୍ମରେ ଶାସ୍ତ୍ରରେ କୁହାଯାଇଛି, ସ୍ନାନ କରିବା ପରେ ଭୋଜନ କରିବା ଉଚିତ । କିନ୍ତୁ ଏହି ବୈଜ୍ଞାନିକ ଯୁଗରେ କ'ଣ ଆମେ ଏହି ପୁରୁଣା ଶାସ୍ତ୍ର କଥାକୁ ମାନିବା ଆବଶ୍ୟକ? ହଁ ମାନିବା ଆବଶ୍ୟକ ଏବଂ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ପଢ଼ନ୍ତୁ କ'ଣ ରହିଛି ଭୋଜନର ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟାନ୍ତ...

ଧାର୍ମିକ କାରଣ-

ଶାସ୍ତ୍ର ଅନୁଯାୟୀ, ସ୍ନାନ କରିବା ପୂର୍ବରୁ ଭୋଜନ କରିବା ଅନୁଚିତ । ସ୍ନାନ କରିବା ପରେ ପବିତ୍ର ହୋଇ ଭୋଜନ କରିବାର ପରମ୍ପରା ଭାରତୀୟ ସଂସ୍କୃତିରେ ବହୁ ପୂରାତନ । ବିନା ସ୍ନାନରେ ଭୋଜନ କରିବା ପଶୁଙ୍କ ସହ ସମାନ ବୋଲି ଦର୍ଶାଯାଇଛି । ଏହାସହ ସ୍ନାନ ନକରି ଭୋଜନ କଲେ ଦେବାଦେବୀ କ୍ରୋଧ କରନ୍ତି ବୋଲି ବର୍ଣ୍ଣନା କରାଯାଇଛି । ଦେବାବେଦୀଙ୍କର କ୍ରୋଧ କରିବା କାରଣରୁ ଜୀବନରେ ବିଭିନ୍ନ ସମସ୍ୟା ଦେଖାଯାଏ । ଏହସହ ଅନ୍ନଙ୍କୁ ମାଆ ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ । ତେଣୁ ବିନା ସ୍ନାନରେ ଭୋଜନ କଲେ ମାଆ ଲକ୍ଷ୍ମୀଙ୍କ ଅବମାନନା ହେବା ସହ ମାଆଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇନଥାଏ । ତେଣୁ ସର୍ବଦା ସ୍ନାନ କରି ଭୋଜନ କରିବା ଦ୍ୱାରା ଉଭୟ ମନ ଓ ଶରୀର ସୁସ୍ଥ ରହେ ।

ବୈଜ୍ଞାନିକ କାରଣ- 

ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦ ଅନୁଯାୟୀ ସ୍ନାନ କରିବା ଦ୍ୱାରା ଆମ ଶରୀରରୁ ଝାଳ ଆକାରରେ ଯେତିକି ପାଣି ନିର୍ଗତ ହୋଇଯାଇଥାଏ, ଗାଧୋଇବା ଦ୍ୱାରା ସେହି ପାଣି ଆବଶ୍ୟକ ପରିମାଣରେ ଶରୀର ଭିତରକୁ ପ୍ରବେଶ କରିଥାଏ । ଯାହା ଦ୍ୱାରା ଶରୀର ଶୀତଳ ହୋଇ ଫୂର୍ତ୍ତି ଅନୁଭୂତ ହୋଇଥାଏ । ଭୋକ ମଧ୍ୟ ସଠିକ ପରିମାଣରେ ହୋଇଥାଏ । ସେହି ସମୟରେ ଆମେ ଯେଉଁ ଖାଦ୍ୟ ଖାଉ ତାହା ସଠିକ ଭାବେ ହଜମ ହୋଇଥାଏ । ପେଟ ଜନିତ ବହୁ ସମସ୍ୟା ଗ୍ୟାସଟିକ, ଏସଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ । ଏଥିସହ ଭୋଜନ କରିବା ପରେ ସ୍ନାନ କରିବାଦ୍ୱାରା ପାକସ୍ଥଳୀରେ ଖାଦ୍ୟ ଭଲଭାବରେ ହଜମ ହୁଏନାହିଁ ବୋଲି ବୈଜ୍ଞାନିକମାନେ ମଧ୍ୟ ଦର୍ଶେଇଛନ୍ତି ।

ଓଷାବ୍ରତ ସମୟରେ ଆପଣ ଚାହା ବା କଫି ପିଉଛନ୍ତି କି? ତେବେ ଜାଣନ୍ତୁ ଏହା ପିଇପାରିବେ କି ନାହିଁ

No comments

ବିଭିନ୍ନ ଓଷାବ୍ରତ କରିବା ସମୟରେ ଖାଦ୍ୟ ଓ ପାନୀୟ ପ୍ରତି ବିଶେଷ ଭାବରେ ଧ୍ୟାନ ​ଦେବାକୁ ପଡ଼ିଥାଏ । ଏହି ସମୟରେ ବ୍ରତ କରୁଥିବା ବ୍ୟକ୍ତିମାନେ ଅନ୍ନ ଗ୍ରହଣ କରନ୍ତି ନାହିଁ । କେବଳ ଅନ୍ନ ନୁହେଁ, ଡାଲି ଜାତୀୟ ଶସ୍ୟ, ପିଆଜ, ରସୁଣ, ମାଂସ ଓ ମଦ ଆଦି ସେବନ କରିବା ନିଷିଦ୍ଧ ଥାଏ । କିଛି ଲୋକ ଏହି ସମୟରେ ଚାହା ଓ କଫି ପିଇବାକୁ ବାରଣ କରୁଥିବା ବେଳେ କତେକ ଲୋକେ ଏସବୁ ସାଧାରଣ ଭଳି ଗ୍ରହଣ କରିଥାନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ବ୍ରତ ଧାରଣ ସମୟରେ ଚା’ ଓ କଫି ସେବନ କରିବା ଉଚିତ୍ ନା ଅନୁଚିତ୍? ତେବେ ଆସନ୍ତୁ ଜାଣିବା କ’ଣ ରହିଛି ବ୍ରତର ନିୟମ...

ବ୍ରତର ନିୟମ ମୁଖ୍ୟତଃ ଆମରି ସାଧାରଣ ଲୋକମାନେ ହିଁ ତିଆରି କରିଥାନ୍ତି । ବିଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ପରମ୍ପରାକୁ ନେଇ ବ୍ରତ ଓ ଖାଦ୍ୟ ପାନର ନିୟମ ଚାଲିଆସିଛି । ସେମିତି ଦେଖିବାକୁ ଗଲେ ଉପବାସ ସମୟରେ ଚାହା ଓ କଫି ପିଇବାକୁ ନେଇ ବୋଧେ ସେମିତି ବିଶେଷ କିଛି ନିୟମ ଲେଖା ହୋଇନାହିଁ । ବେଦ ଓ ଶାସ୍ତ୍ରରେ ମଧ୍ୟ ଏଭଳି କିଛି ଉଲ୍ଲେଖ ନାହିଁ । ପ୍ରତିଟି ଲୋକର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ସେମାନେ ଏସବୁ ଦ୍ରବ୍ୟ ଗ୍ରହଣ କରିଥାନ୍ତି।

ବ୍ରତ ସମୟରେ ଆପଣ ନିଜ ଇଚ୍ଛା ଅନୁସାରେ ଚାହା ବା କଫି ପିଇପାରିବେ, କିନ୍ତୁ ଏହି ସମୟରେ ଖାଲି ପେଟ ରହୁଥିବାରୁ ଅଧିକ ପରିମାଣରେ ଚାହା ବା କଫି ପିଇବା ଦ୍ବାରା ଗ୍ୟାସ ବା ଏସିଡିଟି ଭଳି ସମସ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ଥାଏ । ତେଣୁ ଏହି କାରଣରୁ ଚାହା ଓ କଫି ପିଇବାକୁ ବାରଣ କରାଯାଏ ବୋଲି କେତେକ ମତ ଦିଅନ୍ତି । କ୍ଷୀରରେ ତିଆରି ଚାହା ପିଇବା ଦ୍ବାରା ପାକସ୍ଥଳୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କେତେକ ବିଶେଷଜ୍ଞ ମତ ଦିଅନ୍ତି ।

କ୍ଷୀର ସରର ଉପକାରିକା: ଅଳ୍ପଦିନରେ ଫେରି ପାଆନ୍ତୁ ନିଜ ମୁହଁର ପୂର୍ବଭଳି ଚମକ

No comments

ପ୍ରାୟ ଲୋକମାନଙ୍କୁ କ୍ଷୀରର ସର ଖାଇବାକୁ ବହୁତ ପସନ୍ଦ ଥାଏ । ଏହା ଖାଇବାକୁ ଯେପରି ସୁଆଦିଆ ତ୍ୱଚା ପାଇଁ ଏକ ଆଶୀର୍ବାଦ ସ୍ୱରୂପ ଅଟେ । ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ମୁହଁର ବିଭିନ୍ନ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ନିୟମିତ କ୍ଷୀର ସରକୁ ମୁହଁରେ ଲଗାଇ ମାଲିସ କରନ୍ତୁ । ଏଭଳି କରିବା ଦ୍ୱାରା ମୁହଁ ଉଜ୍ୱଳ ହେବା ସହ ତ୍ୱଚାରରେ ଥିବା ଦୂଷିତ ପଦାର୍ଥ ବାହାରିଯାଇଥାଏ । ଯଦି ଆପଣଙ୍କ ତ୍ୱଚାର ଚମକ ହ୍ରାସ ପାଇଯିବା ଭଳି ଅନୁଭବ କରୁଛନ୍ତି, ତେବେ ସର ସହ କିଛି ମହୁ ମିଶାଇ ଲଗାନ୍ତୁ । ଏପରି କରିବା ଦ୍ୱାରା ନିଜେ ଏହାର ଚତ୍ମକାରିତା ଅନୁଭବ କରିପାରିବେ ।

କ୍ଷୀର ସରକୁ ନିୟମିତ ମୁହଁରେ ଲଗାଇଲେ ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ । ବହୁ ଯୁବତୀ ଓ ମହିଳା ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ଓ କଳା ଦାଗ ପାଇଁ ଚିନ୍ତିତ ରହିଥାଆନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସରରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ ।

ସାବଧାନ୍‌ ! ଶୋଇବାବେଳେ ଏହି କାମ ଆଦୌ କରନ୍ତୁ ନାହିଁ, ନହେଲେ ଦୃଷ୍ଟିହୀନର ଶିକାର ହୋଇପାରନ୍ତି !

No comments

Saturday, August 24, 2019


ଯଦି ଆପଣ ଚଷମା ବଦଳରେ ଆଖିରେ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ । ବିଶେଷ କରି ଶୋଇବାବେଳେ ଆପଣ ଭୁଲରେ ମଧ୍ୟ କଣ୍ଟାକ୍ଟ ଲେନ୍‌ସ ପିନ୍ଧନ୍ତୁ ନାହିଁ । ନ ହେଲେ ଆପଣ ଚକ୍ଷୁ ସଂକ୍ରମଣର ଶିକାର ହୋଇପାରନ୍ତି ।

ଖାଲି ସେତିକି ନୁହେଁ, ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆପଣ କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୁଅନ୍ତି, ତେବେ ଆପଣ ସଂପୂର୍ଣ୍ଣ ରୂପେ ଦୃଷ୍ଟିହୀନ ହୋଇପାରନ୍ତି । ଆମେରିକର ୟୁନିଭର୍ସିଟି ଅଫ୍‌ ମେକ୍‌ସିକୋର ସରକାରୀ ପ୍ରଫେସର ଜନ୍‌ ଫେମଲିଙ୍ଗ କହିଛନ୍ତି, "ଶୋଇବା ବେଳେ କଣ୍ଟାକ୍ଟ ଲେନ୍‌ସ ପିନ୍ଧିଥିଲେ, କେବଳ ଚକ୍ଷୁ ସଂକ୍ରମଣ ନୁହେଁ, ବରଂ କୌଣସି ପ୍ରକାରର ସ୍ଥାୟୀ ରୋଗର ଶିକାର ବି ହୋଇପାରନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି କି ସପ୍ତାହରେ ୩/୪ ଦିନ ଲଗାତାର କଣ୍ଟାକ୍ଟ ଲେନ୍‌ସ ପିନ୍ଧି ଶୋଇଲେ ପ୍ରତ୍ୟାରୋପଣ ବି କରାଯିବାର ଆବଶ୍ୟକତା ପଡ଼ିପାରେ । ଏଣୁ ଶୋଇବାପୂର୍ବରୁ କଣ୍ଟାକ୍ଟ ଲେନ୍‌ସ ନ ପିନ୍ଧିବା ଭଲ । ଶୋଇବା ବେଳେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କଲେ ବେଳେ ବେଳେ ତାହା ଗରମ ହୋଇଯାଇ ତରଳିଯାଇ ଡୋଳା ମିଶିଯାଇପାରେ । ତେଣୁ ବେଳ ଥାଉଁ ଥାଉଁ ସତର୍କ ହେବା ନିତ୍ୟାନ୍ତ ଆବଶ୍ୟକ ।

ଖାଦ୍ୟ ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ ହିଁ ମଧୁମେହରୁ ମୁକ୍ତି ଦେଇଥାଏ

No comments

Sunday, February 18, 2018


ମଧୁମେହ ଖାଦ୍ୟ ଏବଂ ଜୀବନ-ଶୈଳୀ ସହ ସଂପର୍କିତ । ଆଜିକାଲି ଜିନ୍‌-ଦୋଷରୁ ଏପରିକି ଶିଶୁ ମଧ୍ୟ ମଧୁମେହ ଭୋଗୁଛନ୍ତି । ଭାରତରେ ଟାଇପ୍‌-୨ ମଧୁମେହ ଭୋଗୁଥିବା ରୋଗୀଙ୍କ ସଂଖ୍ୟା ବିଶ୍ୱରେ ସବୁଠାରୁ ଅଧିକ । ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଦ୍ୱାରା ମଧୁମେହକୁ କିଛି ପରିମାଣରେ ରୋକାଯାଇପାରେ ।

ଏଥିପାଇଁ ପ୍ରତି ଦିନ ସକାଳେ ଖାଲି ପେଟରେ ତାଜା କଲରା ରସ ପିଇଲେ ମଧୁମେହ ନିୟନ୍ତ୍ରଣରେ ରହେ । ସେହିପରି ଜଳଖିଆରେ କଲରା ଚିପ୍‌ସ ବା କଲରା ପ୍ରସ୍ତୁତ ଯେକୌଣସି ଖାଦ୍ୟ ଖାଇପାରନ୍ତି । ରାତିରେ ୧-୪ ଚାମଚ ମେଥି ପାଣିରେ ବତୁରାନ୍ତୁ । ସକାଳୁ ଖାଲି ପେଟରେ ପାଣି ସହ ମେଥି ଚୋବାଇଚୋବାଇ ଖାଆନ୍ତୁ ।

ପ୍ରତି ଦିନ ପିଜୁଳି ଚୋପା ଚାଞ୍ଛି ଖାଆନ୍ତୁ । ଚୋପା ନ ଚାଞ୍ଛି ଖାଇଲେ ରକ୍ତ ଶର୍କରା ବଢ଼େ । ନିୟମିତ ତ୍ରିଫଳା ଚୂର୍ଣ୍ଣ ଖାଆନ୍ତୁ । ମଧୁମେହ ରୋଗୀଙ୍କ ଲାଗି ଜାମୁକୋଳି ଭଲ । ବର୍ଷର ସବୁ ସମୟରେ ଜାମୁକୋଳି ମିଳେନାହିଁ । ତେଣୁ, ମିଳୁଥିବା ବେଳେ ଅଧିକ ପରିମାଣରେ ସଂଗ୍ରହ କରି, ମଞ୍ଜିକୁ ଶୁଖାଇ, ଗୁଣ୍ଡକରିରଖନ୍ତୁ; ପାଣିରେ ଗୋଳାଇ ଦିନରେ ଦୁଇ ଥର ପିଅନ୍ତୁ । ଚାହା ବା କଫିରେ ଚିନି ବଦଳରେ ମହୁ ପକାନ୍ତୁ । ବିନା ଚିନିରେ କଳା କଫି ପିଅନ୍ତୁ ।
Don't Miss
© all rights reserved
made with by templateszoo | Upated by GAPU