ପ୍ରାୟ ଲୋକମାନଙ୍କୁ କ୍ଷୀରର ସର ଖାଇବାକୁ ବହୁତ ପସନ୍ଦ ଥାଏ । ଏହା ଖାଇବାକୁ ଯେପରି ସୁଆଦିଆ ତ୍ୱଚା ପାଇଁ ଏକ ଆଶୀର୍ବାଦ ସ୍ୱରୂପ ଅଟେ । ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ମୁହଁର ବିଭିନ୍ନ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ନିୟମିତ କ୍ଷୀର ସରକୁ ମୁହଁରେ ଲଗାଇ ମାଲିସ କରନ୍ତୁ । ଏଭଳି କରିବା ଦ୍ୱାରା ମୁହଁ ଉଜ୍ୱଳ ହେବା ସହ ତ୍ୱଚାରରେ ଥିବା ଦୂଷିତ ପଦାର୍ଥ ବାହାରିଯାଇଥାଏ । ଯଦି ଆପଣଙ୍କ ତ୍ୱଚାର ଚମକ ହ୍ରାସ ପାଇଯିବା ଭଳି ଅନୁଭବ କରୁଛନ୍ତି, ତେବେ ସର ସହ କିଛି ମହୁ ମିଶାଇ ଲଗାନ୍ତୁ । ଏପରି କରିବା ଦ୍ୱାରା ନିଜେ ଏହାର ଚତ୍ମକାରିତା ଅନୁଭବ କରିପାରିବେ ।
କ୍ଷୀର ସରକୁ ନିୟମିତ ମୁହଁରେ ଲଗାଇଲେ ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ । ବହୁ ଯୁବତୀ ଓ ମହିଳା ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ଓ କଳା ଦାଗ ପାଇଁ ଚିନ୍ତିତ ରହିଥାଆନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସରରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ ।

