Responsive Ad Slot

ନୂଆ ଖବର

latest

ସଚିନଙ୍କୁ ମିଳିଳା ଇଣ୍ଡିଆ ଟୁଡେର 'ସଫାଇ-ଗିରି' ପୁରସ୍କାର

Friday, October 4, 2019

/ by Gapu
Photo: India Today
ବ୍ୟୁରୋ: କ୍ରିକେଟରେ ଭଗବାନ ଭାବରେ ପରିଚିତ ଭାରତୀୟ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କୁ ମିଳିଛି ‘ସଫାଇ-ଗିରି’ ପୁରସ୍କାର । ଇଣ୍ଡିଆ ଟୁଡେ ଗ୍ରୁପ୍‌ର ସଫାଇଗିରି ପୁରସ୍କାରର ପଞ୍ଚମ ସଂସ୍କରଣ ଅବସରରେ ସଚିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭାରତକୁ ଆର୍ବଜନାମୁକ୍ତ କରିବା ଲାଗି ସଚିନ ୧୦ ବର୍ଷ ହେଲା କାମ କରିଆସୁଛନ୍ତି ।

୨୦୧୧ ସେପ୍ଟେମ୍ବର ୧୮ରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍‌ କାର୍ଯ୍ୟକ୍ରମ ଆଧାରରେ ସଚିନ ସାରା ଭାରତରେ ୧୪୦ ସରକାରୀ ସ୍କୁଲ୍‌ରେ ଛାତ୍ରୀଙ୍କ ଲାଗି ଶୌଚାଳୟ ନିର୍ମାଣ କରିବାକୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ପ୍ରଦାନ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ୨୦୧୪ ମସିହାରେ ଭାରତର ସ୍ବଚ୍ଛତା ଦୂତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନୋନୀତ କରିଥିଲେ ।

ସେ ନିଜର ପ୍ରଥମ ଅଭିଯାନ ନିଜ ସହର ମୁମ୍ବାଇରୁ ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ, ୫ ବର୍ଷ ଧରି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ‌କୁ ଆଗେଇ ନେବାରେ କାମ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ‘ସଫାଇଗିରି ପୁରସ୍କାର’ ନାମରେ ଇଣ୍ଡିଆ ଟୁଡେ ଗ୍ରୁପ୍‌ ସମ୍ମାନିତ କରିଆସୁଛି । ସଚିନ ତେନ୍ଦୁଲକରଙ୍କୁ ଏହି ପୁରସ୍କାର ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ପ୍ରଦାନ କରିଥିଲେ ।
Don't Miss
© all rights reserved
made with by templateszoo | Upated by GAPU