Responsive Ad Slot

Showing posts with label ବିଶେଷ. Show all posts
Showing posts with label ବିଶେଷ. Show all posts

ଦୀନଦୁଃଖିଙ୍କ ପାଇଁ ସମର୍ପିତ: ସିଦ୍ଧାର୍ଥ ଫାଉଣ୍ଡେସନ୍

No comments

Friday, December 6, 2019


ବ୍ୟୁରୋ: ଆମ ଜୀବନରେ ଆମେ ପ୍ରତ୍ୟେକ ଦିନ ଅନେକ ଦୁଃଖିରଙ୍କୀମାନଙ୍କୁ ଦେଖିଥାଉ । କିନ୍ତୁ ସେମାନଙ୍କୁ ସାହାଯ୍ୟ କରିବାକୁ କିଏ ବଢ଼ାଏ ସାହାଯ୍ୟର ହାତ? ଦୁନିଆରେ ବହୁତ କମ ଲୋକ ଥିବେ, ଯିଏକି ସେହିଭଳି ଲୋକଙ୍କୁ ବିନା ସ୍ୱାର୍ଥରେ ସାହାଯ୍ୟ କରୁଥିବେ । ସେହିଭଳି ଜଣେ ଯୁବ ହେଲେ ସିଦ୍ଧାର୍ଥ ଶଙ୍କର ଦାସ ।

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଧିନସ୍ଥ ତରପବା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସିଦ୍ଧାର୍ଥ ପିଲାଦିନରୁ ସମାସେବା ପ୍ରତି ଆକୃଷ୍ଟ ହୋଇଥିଲେ, ଯେଉଁଥିରେ ତାଙ୍କର ପ୍ରେରଣାର ଉତ୍ସ ସାଜିଥିଲେ ଅହିୟାସ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ତାଙ୍କର ପିତାମାତା ।


ସ୍କୁଲରେ ପଢ଼ିବାବେଳେ ସିଦ୍ଧାର୍ଥ ନିଜ ପ୍ରଚେଷ୍ଟାରେ ଅନେକଙ୍କୁ ସାହାଯ୍ୟ କରୁଥିଲେ, ଏବଂ ପରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧିନରେ ସ୍ନାତକୋତ୍ତର କରିବାପରେ ସମାଜ ସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଥିଲେ ଏବଂ ସିଦ୍ଧାର୍ଥ ଫାଉଣ୍ଡେସନ୍ ନାମକ ତାଙ୍କର ନିଜର ଏକ ସେବାସଂସ୍ଥା ସ୍ଥାପନା କରିଥିଲେ ।

ତାଙ୍କର ଏହି ଫାଉଣ୍ଡେସନ୍ ସମାଜରେ ଅବହେଳିତ, ନିଷ୍ପେଷିତ ଲୋକମାନଙ୍କ ପାଇଁ କାର୍ଯ୍ୟ କରିଆସୁଛି । ସିଦ୍ଧାର୍ଥ କୁହନ୍ତି କି, "ଶିକ୍ଷା ଦ୍ୱାରା ସବୁ ଦୁରବସ୍ଥାକୁ ଦୂର କରାଯାଇପାରେ । ସମାଜରେ ଶିକ୍ଷାର ବିକାଶରେ ହିଁ ଅଭାବ ଅନାଟନ ଦୂର ହେବା ସହିତ ଲୋକ କୁଶଳୀ ହୋଇପାରିବେ ଏବଂ ଜୀବନରେ ଉନ୍ନତି କରିପାରିବେ ବୋଲି ମୋତେ ଅନୁଭବ ହୁଏ, ତେଣୁ ଅନାଥ ଶିଶୁମାନଙ୍କର ଶିକ୍ଷା କ୍ଷେତ୍ରରେ ଆମେ ଅଧିକ ଗୁରୁତ୍ୱ ଦେଇଥାଉ ।"


ସିଦ୍ଧାର୍ଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଫାଉଣ୍ଡେସନ୍‌ରେ ଏବେ ୨୦ରୁ ଅଧିକ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ନିଜ ନିଜର ଦରମାରୁ କିଛି କିଛି ଗରିବ ପିଲାମାନଙ୍କୁ ଦେଇ ପାଠ ପଢ଼ିବାରେ ସାହାଯ୍ୟ କରିବା ସହ ଦୀନହୀନଙ୍କର ସାହାର ପାଲଟିଛନ୍ତି ।

ଆପଣ ଜାନନ୍ତି କି ଲକ୍ଷ୍ମୀଙ୍କ ଭଉଣୀ କିଏ? ସେ କେଉଁଭଳି ସ୍ଥାନରେ ବସବାସ କରନ୍ତି?

No comments

Friday, October 4, 2019


କୁହାଯାଏ ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ହେଉଛନ୍ତି ଦୁଇ ଭଉଣୀ, ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ଆଦୌ ପଡ଼େ ନାହିଁ । ତେଣୁ ଯେଉଁଠି ଲକ୍ଷ୍ମୀ ବାସ କରନ୍ତି, ସେଠାରେ ଅଲକ୍ଷ୍ମୀଙ୍କର ଦୃଷ୍ଟି ମଧ୍ୟ ପଡ଼ିପାରେ ନାହିଁ, ମାତ୍ର ଅଲକ୍ଷ୍ମୀ ଯେଉଁଠି ବାସ କରନ୍ତି, ଲକ୍ଷ୍ମୀ ସେ ସ୍ଥାନ ମାଡ଼ନ୍ତି ନାହିଁ ।

ଲକ୍ଷ୍ମୀ ମୁଖ୍ୟତଃ ସଫାସୁତୁରା ସ୍ଥାନରେ ରହିବାକୁ ପସନ୍ଦ କରୁଥିବାବେଳେ ଅକ୍ଷଲ୍ମୀ ସଦସର୍ବଦା ଅସନା ସ୍ଥାନକୁ ବାଛିଥାନ୍ତି । ଆଉ ଯେଉଁଠାରେ ଅଲକ୍ଷ୍ମୀ ବସବାସ କରନ୍ତି, ସେଠାରେ କଦାପି ଉନ୍ନତି ହୋଇପାରେନାହିଁ । ଯେହେତୁ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ, ତେଣୁ ଅଲକ୍ଷ୍ମୀଙ୍କ ଥିବା ସ୍ଥାନରେ ସତ୍ ଉପାୟରେ ଧନ ଉପାର୍ଜନ କଥାକୁ ମୁଣ୍ଡକୁ ଢୁକେ ନାହିଁ । 

ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ: କ୍ରୋଧିତ ହୋଇପାରନ୍ତି ମାଆ ଲକ୍ଷ୍ମୀ

No comments

ପ୍ରତିଦିନ ଗୃହକୁ ସଫାସୁତୁରା କରିବା ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ବୋଲି ଜନମାନସରେ ବିଶ୍ୱାସ ରହିଛି । ଏହାଦ୍ୱାରା ଘରର ଶାନ୍ତି ବଜାୟ ରହିବା ସହ ଧନଧାନ୍ୟରେ ଘର ପୂରି ଉଠେ । ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତା'ର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ । ଏଥିରେ ଆମେ ବ୍ୟତିବ୍ୟସ୍ତ ହୋଇପଡ଼ୁ ଏବଂ ଭଗବାନଙ୍କୁ ଦୋଷାରପ କରିବାକୁ ପଛାଇନଥାଉ । ପ୍ରକୃତରେ ଏହା ପଛର ଥିବା ମୂଳ କାରଣ ହେଉଛି ଆମେ ଅଜଣାତରେ ଏପରି କିଛି କାର୍ଯ୍ୟ କରୁ ଯାହାଦ୍ୱାରା ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେମିତି କିଛି କାର୍ଯ୍ୟ ସମ୍ବନ୍ଧରେ...

  • ସର୍ବଦା ଗୃହରେ ବିନା କାରଣରେ କ୍ରୋଧ କଲେ, ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ସେହି ଗୃହରେ ଅଶାନ୍ତି ଲାଗି ରହେ ।
  • ଘରକୁ ଯଦି କୌଣସି ସାଧୁ, ଅତିଥି କିମ୍ବା ଭିକାରୀ ଭୋଜନ ସମୟରେ ଆସନ୍ତି, ତାଙ୍କ ଉପରେ ବିରକ୍ତ ହେବା ଉଚିତ ନୁହେଁ ।
  • ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ଉଚିତ । ଏହା ଦ୍ୱାରା ମାଆଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି । ଏଭଳି କାର୍ଯ୍ୟ କରୁଥିବା ଗୃହରେ କେବେ ଧନର ଅଭାବ ରହେନାହିଁ ।
  • ସକାଳେ ସୂର୍ଯ୍ୟୋଦୟ ପରେ ଏବଂ ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ପରେ ଶୋଇବା ଦ୍ୱାରା ଗୃହରେ ଧନହାନୀ ହୋଇଥାଏ ।
  • ସର୍ବଦା ଘରକୁ ସ୍ୱଚ୍ଛ ରଖିବା ସହ ପରିଷ୍କାର ପୋଷାକ ପିନ୍ଧିବା ଆବଶ୍ୟକ, କାରଣ ମାଆ ମହାଲକ୍ଷ୍ମୀ ସବୁବେଳେ ସଫାସୁତୁରା ସ୍ଥାନକୁ ପସନ୍ଦ କରିଥାନ୍ତି, ଯାହା ଫଳରେ ମାଆଙ୍କ କୃପା ରହିଥାଏ ।
  • ଯେଉଁ ଝିଅମାନେ ବା ବୋହୂମାନେ ପାଉଞ୍ଜି ପିନ୍ଧୁଛନ୍ତି, ସେଥିରେ ଘୁଙ୍ଗୁର ରହିବା ନିତ୍ୟାନ୍ତ ଆବଶ୍ୟକ । ଏହା ଦ୍ୱାରା ମାଆଳକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ବୃଦ୍ଧି ହୋଇଥାଏ ।

ଆଜି ସ୍ୱାଧୀନତା ଦିବସରେ ପଢ଼ନ୍ତୁ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ବିଷୟରେ ୭ଟି ଅଜଣା ତଥ୍ୟ

No comments

Friday, August 23, 2019


  1. ପ୍ରଥମ ପତାକା ୧୯୦୬ ଅଗଷ୍ଟ ୭ତାରିଖରେ ପାର୍ସୀ ବାଗାନ୍‍ ଚୌକ୍‍ (ଗ୍ରୀନ୍‍ପାର୍କ) କଲିକତାରେ ଉଡ଼ାଯାଇଥିଲା। ଏହି ଧ୍ୱଜ ଲାଲ୍‍, ହଳଦିଆ ଏବଂ ସବୁଜ ରଙ୍ଗର କପଡ଼ାରେ ପ୍ରସ୍ତୁତ ହୋଇଥିଲା ।
  2. ମ୍ୟାଡମ ଭିକାଜୀ ରୁସ୍ତମ କାମା ୧୯୦୭ ଅଗଷ୍ଟ ୨୨ ତାରିଖରେ ଜର୍ମାନୀର ଷ୍ଟଟ୍‍ଗ୍ରାଟଠାରେ ଭାରତର ଜାତୀୟ ପତାକା ଉଡ଼ାଇଥିଲେ । ବିଦେଶ ମାଟିରେ ତ୍ରିରଙ୍ଗା ଉଡ଼ିବାର ଏହା ଥିଲା ପ୍ରଥମ ଘଟଣା ।
  3. ରାଷ୍ଟ୍ରପତି ଭବନ ସଂଗ୍ରହାଳୟରେ ଏପରି ଏକ ଲଘୁ ତ୍ରିରଙ୍ଗା ରହିଛି ଯାହାକୁ ସୁନାର ସ୍ତମ୍ଭରେ ହୀରା ଆଦି ଦୁର୍ମୂଲ୍ୟ ରତ୍ନ ଖଚିତ କରି ପ୍ରସ୍ତୁତ କରାଯାଇଛି ।
  4. ୧୯୮୪ ମସିହାରେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶଯାତ୍ରା କରିଥିଲେ । ତାଙ୍କ ସହ ବ୍ୟାଜ୍‍ ଆକାରରେ ତ୍ରିରଙ୍ଗା ମହାକାଶକୁ ଯାଇଥିଲା । ଏହା ପୂର୍ବରୁ ୧୯୭୧ ମସିହାରେ ଆପୋଲୋ-୧୫ ଅଭିଯାନରେ ବି ମହାକାଶକୁ ଯାଇଥିଲା ତ୍ରିରଙ୍ଗା ।
  5. ଏଭରେଷ୍ଟ ଶୃଙ୍ଗରେ ପ୍ରଥମ ଥର ପାଇଁ ୧୯୫୩ ମସିହାର ମଇ ୨୯ ତାରିଖରେ ତ୍ରିରଙ୍ଗା ଉଡ଼ାଯାଇଥିଲା । ଏହା ସହିତ ଉଡ଼ିଥିଲା ୟୁନିଅନ ଜ୍ୟାକ୍‍ ଏବଂ ନେପାଳର ଜାତୀୟ ପତାକା । ସେର୍ପା ତେନ୍‍ଜିଂ ନୋର୍କେ ଏବଂ ଆଡମଣ୍ଡ ହିଲାରୀ ଏଭରେଷ୍ଟ ବିଜୟ ହାସଲ କରିବା ପରେ ଏପରି କରିଥିଲେ ।
  6. ୧୯୯୬ ଏପ୍ରିଲ ୨୧ରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ସଞ୍ଜୟ ଥାପର ଏମ୍‍ଆଇ-୮ ହେଲିକପ୍ଟରରୁ ୧୦ହଜାର ଫୁଟ ତଳକୁ ଡେଇଁ ପ୍ରଥମ ଥର ପାଇଁ ଉତ୍ତର ମେରୁରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏଥିସହିତ ଦିଲ୍ଲୀ ନିକଟସ୍ଥ ହିଣ୍ଡନ୍‍ଠାରେ ୧୯୯୭ ମସିହାର ଅଗଷ୍ଟ ମାସ ୬ ତାରିଖରେ ୨୨୨୬ ବର୍ଗଫୁଟର ୬୫କିଲୋଗ୍ରାମ ଓଜନର ତ୍ରିରଙ୍ଗା ଧରି ଡେଇଁବାର ରେକର୍ଡ଼ ମଧ୍ୟ ତାଙ୍କ ନାମରେ ରହିଛି।
  7. ୨୦୦୭ ମସିହାରେ ୫୮ତମ ଗଣତନ୍ତ୍ର ଦିବସ ଅବସରରେ ଭାରତୀୟ ଅଭିଯାତ୍ରୀ ଅଜିତ ବଜାଜ ଦକ୍ଷିଣ ମେରୁରେ ତ୍ରିରଙ୍ଗା ଉଡ଼ାଇଲେ ଏବଂ ଉଭୟ ଦକ୍ଷିଣ ଓ ଉତ୍ତର ମେରୁ ଯାଇଥିବା ପ୍ରଥମ ଭାରତୀୟ ହେବାର ଖ୍ୟାତି ଅର୍ଜନ କରିଥିଲେ ।

ପ୍ରଭୁ ଶ୍ରୀରାମ ଚନ୍ଦ୍ର ଓ ସୁଗ୍ରୀବଙ୍କ ଚିରସ୍ମରଣୀୟ ବନ୍ଧୁତ୍ୱର କାହାଣୀ

No comments

Sunday, August 4, 2019


ବନ୍ଧୁ ୨ଟି ଅକ୍ଷର ହେଲେ ମଧ୍ୟ ଜୀବନରେ ଏହାର ମହତ୍ତ୍ୱ ଖୁବ ଅଧିକ । ଖାଲି ବର୍ତ୍ତମାନ ସମୟରେ ନୁହେଁ, ଏହାର ମହତ୍ତ୍ୱ ବହୁ ପ୍ରାଚୀନ କାଳରୁ ରହିଛି । ଏହି ସଂପର୍କରେ କୌଣସି ସ୍ୱାର୍ଥ ନଥାଏ । ତେଣୁ ଜୀବନରେ ସାଙ୍ଗର ସ୍ଥାନ ସ୍ୱତନ୍ତ୍ର । ତେଣୁ ଏହି ସଂପର୍କ ଅମୂଲ୍ୟ । ଆଜି ବନ୍ଧୁତ୍ୱ ଦିବସ ଅବସରରେ ଏପରି ଏକ ବନ୍ଧୁତ୍ୱ ବିଷୟରେ ଚାଲନ୍ତୁ ଜାଣିବା ।

ରାମ ଓ ସୁଗ୍ରୀବ

ଖାଲି ଏବେ ନୁହେଁ ବହୁ ପୌରାଣିକ ସମୟରୁ ମଧ୍ୟ ବନ୍ଧୁତ୍ୱର ଗୁରୁତ୍ୱ ଦେଖିବାକୁ ମିଳେ । ପ୍ରଭୁ ଶ୍ରୀରାମ ଓ ସୁଗ୍ରୀବ ଉତ୍ତମ ବନ୍ଧୁ ଥିଲେ । ଯେଉଁ ସମୟରେ ମାତା ସୀତାଙ୍କୁ ରାବଣ ହରଣ କରିନେଇ ଯାଇଥିଲେ, ସୀତାଙ୍କୁ ଠାବ କରିବାବେଳେ ପ୍ରଭୁ ରାମଚନ୍ଦ୍ର ଋଷିମୁଖ ପର୍ବତକୁ ଯାଇଥିଲେ, ଯେଉଁଠାରେ ସୁଗ୍ରୀବ ନିଜର ରାଜକର୍ମଚାରୀଙ୍କ ସହ ରହୁଥିଲେ ।  ସୁଗ୍ରୀବ କିସ୍କିନ୍ଧାର ରାଜା ବଳୀଙ୍କର ଭାଇ ଥିଲେ । ମାତ୍ର କଳହ କାରଣରୁ ରାଜା ବଳୀ ସୁଗ୍ରୀବଙ୍କ ଠାରୁ ସମସ୍ତ ସମ୍ପତ୍ତି ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛଡ଼ାଇ ନେଇ ସୁଗ୍ରୀବଙ୍କୁ ତଡ଼ି ଦେଇଥିଲେ । ପ୍ରଭୁ ହନୁମାନ ଭଗବାନ ଶ୍ରୀରାମ ଓ ସୁଗ୍ରୀବଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପିତ କରାଇଥିଲେ । ଏହାପରେ ପରସ୍ପରକୁ ସାହାଯ୍ୟ ନିମନ୍ତେ ସ୍ଥିରିକୃତ ହେଲା । ଏହା ପରେ ପ୍ରଭୁ ଶ୍ରୀରାମଙ୍କ ସହୟତା ଯୋଗୁ ସୁଗ୍ରୀବ ନିଜର ସମ୍ପତ୍ତି ଓ ରାଜ୍ୟ ଫେରି ପାଇଥିଲେ ।

ମାତା ସୀତାଙ୍କୁ ଠାବ କରିବାରେ ସୁଗ୍ରୀବ ନିଜର ସୈନ୍ୟଙ୍କୁ ପଠାଇଥିଲେ । ହନୁମାନ ଠାବ କରିପାରିଥିଲେ କି ମା’ ସୀତାଙ୍କୁ ରାବଣ ଅପହରଣ କରିନେଇ ଲଙ୍କାପୁରୀରେ ରଖିଛି । ଏହା ପରେ ସୁଗ୍ରୀବ ନିଜର ସୈନ୍ୟସାମନ୍ତ ସହ ଲଙ୍କା ଯାଇଥିଲେ । ଏହା ପରେ ଭଗବାନ ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା ଓ ଶେଷରେ ରାମ ଜିତିଥିଲେ । ଏପରି ପରସ୍ପରକୁ ସାହାଯ୍ୟ କରିଥିଲେ ଦୁଇ ବନ୍ଧୁ । ଯେଉଁ କାରଣରୁ ଆଜି ମଧ୍ୟ ତାଙ୍କ ବନ୍ଧୁତ୍ୱ ଅମର ରହିଛି ।

ଜାଣନ୍ତୁ ବନ୍ଧୁତ୍ୱ ଦିବସର ଇତିହାସ ଓ ଏହାର ମହତ୍ତ୍ୱ

No comments

Wednesday, July 31, 2019


ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡସିପ ଡ଼େକୁ ଆଉ ଅଳ୍ପ କେଇଟା ଦିନ ବାକି ରହିଲା । ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଉଥିବା ଏହି ଦିନଟି ବନ୍ଧୁମାନଙ୍କ ପାଇଁ ଏକ ବିଶେଷ ଦିନ । ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ରକ୍ତ ସମ୍ପର୍କ ନହେଲେ ମଧ୍ୟ ଏହାର ମୂଲ୍ୟ ଓ ପବିତ୍ରତା ଖୁବ ଅଧିକ । ବେଳେବେଳେ ଏପରି କିଛି କଥା ମନରେ ଆସିଥାଏ ଯାହା ଅନ୍ୟ କାହାକୁ ନକହି ହେଉନଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ପ୍ରକାଶ କରି ହୁଏ । ବନ୍ଧୁ ହେଉଛି ଏପରି ବ୍ୟକ୍ତି ଯାହାର ଗୁରୁତ୍ୱତା ସାରା ବିଶ୍ୱରେ ସ୍ୱତନ୍ତ୍ର । ସାଙ୍ଗମାନେ ଆମକୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତି । ଜୀବନରେ ଯଦି ସାଙ୍ଗ ନଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଇଥାଆନ୍ତା । ସାଙ୍ଗଟିଏ ଆମକୁ ଖୁସି କରାଇଥାଏ । ଯେଉଁଥିରେ ଆମର ଦୁର୍ବଳତା ଜାଣି ମଧ୍ୟ ଆମକୁ ପ୍ରେରିତ କରିଥାଏ ସାହସର ସହ ଆଗକୁ ବଢ଼ିବା ପାଇଁ । ଆବଶ୍ୟକ ସମୟରେ ଆମକୁ ସାହାଯ୍ୟ କରିବା ନିମନ୍ତେ ସର୍ବଦା ଆଗେଇ ଆସିଥାଏ । ପରିବାରର ସଦସ୍ୟଙ୍କ ମାନଙ୍କ ଭଳି ଆମେ ସାଙ୍ଗସାଥିଙ୍କୁ ଭରସା କରିଥାଉ । ପ୍ରକୃତରେ ବନ୍ଧୁର ଭୂମିକା ଅନ୍ୟ ମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ମାତ୍ର ଆପଣ ହୁଏତ ଜାଣି ନଥିବେ ବନ୍ଧୁତ୍ୱ ଦିବସ ଅଗଷ୍ଟ ମାସର ପ୍ରଥମ ରବିବାରକୁ କେଉଁ କାରଣରୁ ପାଳନ କରାଯାଏ? ଜାଣନ୍ତୁ ବନ୍ଧୁତ୍ୱ ଦିବସର ଇତିହାସ...

ହଲମାର୍କ କାର୍ଡ଼ର ସଂସ୍ଥାପକ ଜୋସ ହାଲଙ୍କ ପ୍ରସ୍ତାବରେ ବନ୍ଧୁତ୍ୱର ପ୍ରତୀକ ସ୍ୱରୂପ ୧୯୧୯ରୁ ଏହି ଦିବସର ପାଳନ ଆରମ୍ଭ ହୋଇଥିଲା ।
୧୯୩୫ରେ ପ୍ରଥମଥର ଆମେରିକା କଂଗ୍ରେସ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ।

ପୃଥିବୀର ପ୍ରଥମ ପରମାଣୁ ବୋମା ପ୍ରଯୋଗ ହୋଇଥିଲା ମହାଭାରତ ଯୁଦ୍ଧରେ

No comments

Sunday, February 18, 2018


ମହାଭାରତରେ ଲୁଚି ରହିଛି ଅନେକ ରହସ୍ୟଜନକ ଘଟଣା । ମହାଭାରତ ସହିତ ଜଡ଼ିତ ଥିବା ଅଭିଶାପ ଓ ଆର୍ଶୀବାଦରେ ମଧ୍ୟ ରହସ୍ୟ ଲୁଚି ରହିଛି । ଦୁନିଆର ପ୍ରଥମ ପରମାଣୁ ବୋମା ବୋଧେ ଅଶ୍ୱତ୍ଥାମା ପକାଇଥିଲେ । ଆଧୁନିକ ଯୁଗର ଦାର୍ଶନିକ ଜେ. ରବର୍ଟ ଓପନ୍‌ହାଇମର ଗୀତା ଓ ମହାଭାରତର ତୁଳନାତ୍ମକ ଅଧ୍ୟୟନ କରିଥିଲେ । ସେ ମହାଭାରତରେ ବର୍ଣ୍ଣିତ ହୋଇଥିବା ବ୍ରହ୍ମାସ୍ତ୍ରର ସଂହାର କ୍ଷମତା ଉପରେ ଗବେଷଣା କରିଥିଲେ ଏବଂ ନିଜର ଏହି ମିଶନ ନାଁ ଦେଇଥିଲେ ଟ୍ରିନିଟି (ତ୍ରିଦେବ) । ରବର୍ଟଙ୍କ ନେତୃତ୍ୱରେ ଏକ ଟିମ୍‌ ୧୯୩୯ ମସିହା ଠାରୁ ୧୯୪୫ ମସିହା ମଧ୍ୟରେ ଏହି କାର୍ଯ୍ୟ କରିଥିଲେ । ୧୯୪୫ ମସିହା ଜୁଲାଇ ୬ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା ।

ଅନୁସନ୍ଧାନ ପରେ ବିଦେଶୀ ବୈଜ୍ଞାନିକଙ୍କ ମତରେ ମହାଭାରତ ଯୁଦ୍ଧରେ ପରମାଣୁର ବୋମାର ପ୍ରୟୋଗ ହୋଇଥିଲା । ୪୨ ବର୍ଷ ପୂର୍ବରୁ ପୁନେର ଜଣେ ଡାକ୍ତର ଏବଂ ଲେଖକ ପଦ୍ମାକର ବିଷ୍ଣୁ ବର୍ତକ ନିଜର ଅନୁସନ୍ଧାନକୁ ଆଧାର କରି କହିଥିଲେ କି ମହାଭାରତରେ ଯେଉଁ ବ୍ରହ୍ମାସ୍ତ୍ରର ପ୍ରୟୋଗ କରାଯାଇଥିଲା, ତାହାର ପ୍ରଭାବ ପରମାଣୁ ବୋମା ସହିତ ସମାନ ଥିଲା । ଡାକ୍ତର ବର୍ତକ ୧୯୬୯-୧୯୭୦ ମସିହାରେ‘ସ୍ୱୟଂଭୁ’ ଶୀର୍ଷକ ଏକ ବହି ଲେଖିଥିଲେ । ରାମାୟଣରେ ମଧ୍ୟ ମେଘନାଦ ସହିତ ଯୁଦ୍ଧ ହେବାରୁ ଲକ୍ଷ୍ମଣ ଯେତେବେଳେ ବ୍ରହ୍ମାସ୍ତ୍ରର ପ୍ରୟୋଗ କରିବାକୁ ଚାହିଁଲେ, ରାମ ତାଙ୍କୁ ଲଙ୍କା ଧ୍ୱଂସ ହୋଇଯିବ ବୋଲି କହି ଅଟକାଇ ଦେଇଥିଲେ । ବ୍ରହ୍ମାସ୍ତ୍ର ମହାଭାରତ ସମୟରେ ଦ୍ରୋଣାଚାର୍ଯ୍ୟ, ଅଶ୍ୱତ୍ଥମା, ଶ୍ରୀକୃଷ୍ଣ, ଯୁଧିଷ୍ଠର, କର୍ଣ୍ଣ, ପ୍ରଦ୍ୟୁମ୍ନ ଓ ଅର୍ଜୁନଙ୍କ ପାଖରେ ଥିଲା । ରାମାୟଣ ସମୟରେ ବିଭୀଷଣ ଓ ଲକ୍ଷ୍ମଣଙ୍କ ପାଖରେ ଥିଲା ।

Image by Bishnu Sarangi from Pixabay

ବ୍ରହ୍ମାସ୍ତ୍ର ବିଭିନ୍ନ ପ୍ରକାରର ଥିଲା । ମହାଭାରତରେ ସୌପ୍ତିକ ପର୍ବର ଅଧ୍ୟାୟ ୧୩ ରୁ ୧୫ ରେ ବ୍ରହ୍ମାସ୍ତ୍ରର ପରିଣାମ ବିଷୟରେ ବର୍ଣ୍ଣନା କରାଯାଇଛି । ବେଦ ପୁରାଣରୁ ଜଣାଯାଇଛି ଯେ ଅସୁରମାନଙ୍କର ବିନାଶ ପାଇଁ ବ୍ରହ୍ମାସ୍ତ୍ରର ଉତ୍ପନ୍ନ ହୋଇଥିଲା । ବ୍ରହ୍ମାସ୍ତ୍ରର ଅର୍ଥହେଲା ଇଶ୍ୱର ଙ୍କର ଅସ୍ତ୍ର । ପ୍ରଥମେ ଏହି ଅସ୍ତ୍ର ଦେବତାଙ୍କ ପାଖରେ ଥିଲା । ପରେ ମନୁଷ୍ୟ ଏହାକୁ ପାଇଲା । ଏହି ଅସ୍ତ୍ର ଶତ୍ରୁକୁ ନାଶ କରିଥାଏ । ଏହାର ପ୍ରତିକାର ଅନ୍ୟ ଏକ ବ୍ରହ୍ମାସ୍ତ୍ର ଦ୍ୱାରା ହିଁ ହୋଇପାରିବ । ମହର୍ଷୀ ବେଦବ୍ୟାସ ଲେଖିଛନ୍ତି ଯେ ଯେଉଁ ସ୍ଥାନରେ ବ୍ରହ୍ମାସ୍ତ୍ରର ପ୍ରୟୋଗ ହୋଇଛି, ସେଇଠି ୧୨ ବର୍ଷ ଯାଏଁ ଜୀବ-ଜନ୍ତୁ, ଗଛଲତା ଆଦିର ଉତ୍ପତ୍ତି ହୋଇପାରିବ ନାହିଁ । ମହାଭାରତରେ ଲେଖା ଅଛି ଯେ ବ୍ରହ୍ମାସ୍ତ୍ରର ପ୍ରୟୋଗ ଦ୍ୱାରା ଗାଁରେ ରହୁଥିବା ମହିଳାମାନଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା । ସେହିପରି ହିରୋସୀମାରେ ଆଣବିକ ବିକିରଣ ଫଳରେ ଗର୍ଭ ବିନଷ୍ଟ ହୋଇଯାଇଥିଲା ।
Don't Miss
© all rights reserved
made with by templateszoo | Upated by GAPU