Responsive Ad Slot

ନୂଆ ଖବର

latest

ଓଷାବ୍ରତ ସମୟରେ ଆପଣ ଚାହା ବା କଫି ପିଉଛନ୍ତି କି? ତେବେ ଜାଣନ୍ତୁ ଏହା ପିଇପାରିବେ କି ନାହିଁ

Friday, October 4, 2019

/ by Gapu

ବିଭିନ୍ନ ଓଷାବ୍ରତ କରିବା ସମୟରେ ଖାଦ୍ୟ ଓ ପାନୀୟ ପ୍ରତି ବିଶେଷ ଭାବରେ ଧ୍ୟାନ ​ଦେବାକୁ ପଡ଼ିଥାଏ । ଏହି ସମୟରେ ବ୍ରତ କରୁଥିବା ବ୍ୟକ୍ତିମାନେ ଅନ୍ନ ଗ୍ରହଣ କରନ୍ତି ନାହିଁ । କେବଳ ଅନ୍ନ ନୁହେଁ, ଡାଲି ଜାତୀୟ ଶସ୍ୟ, ପିଆଜ, ରସୁଣ, ମାଂସ ଓ ମଦ ଆଦି ସେବନ କରିବା ନିଷିଦ୍ଧ ଥାଏ । କିଛି ଲୋକ ଏହି ସମୟରେ ଚାହା ଓ କଫି ପିଇବାକୁ ବାରଣ କରୁଥିବା ବେଳେ କତେକ ଲୋକେ ଏସବୁ ସାଧାରଣ ଭଳି ଗ୍ରହଣ କରିଥାନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ବ୍ରତ ଧାରଣ ସମୟରେ ଚା’ ଓ କଫି ସେବନ କରିବା ଉଚିତ୍ ନା ଅନୁଚିତ୍? ତେବେ ଆସନ୍ତୁ ଜାଣିବା କ’ଣ ରହିଛି ବ୍ରତର ନିୟମ...

ବ୍ରତର ନିୟମ ମୁଖ୍ୟତଃ ଆମରି ସାଧାରଣ ଲୋକମାନେ ହିଁ ତିଆରି କରିଥାନ୍ତି । ବିଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ପରମ୍ପରାକୁ ନେଇ ବ୍ରତ ଓ ଖାଦ୍ୟ ପାନର ନିୟମ ଚାଲିଆସିଛି । ସେମିତି ଦେଖିବାକୁ ଗଲେ ଉପବାସ ସମୟରେ ଚାହା ଓ କଫି ପିଇବାକୁ ନେଇ ବୋଧେ ସେମିତି ବିଶେଷ କିଛି ନିୟମ ଲେଖା ହୋଇନାହିଁ । ବେଦ ଓ ଶାସ୍ତ୍ରରେ ମଧ୍ୟ ଏଭଳି କିଛି ଉଲ୍ଲେଖ ନାହିଁ । ପ୍ରତିଟି ଲୋକର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ସେମାନେ ଏସବୁ ଦ୍ରବ୍ୟ ଗ୍ରହଣ କରିଥାନ୍ତି।

ବ୍ରତ ସମୟରେ ଆପଣ ନିଜ ଇଚ୍ଛା ଅନୁସାରେ ଚାହା ବା କଫି ପିଇପାରିବେ, କିନ୍ତୁ ଏହି ସମୟରେ ଖାଲି ପେଟ ରହୁଥିବାରୁ ଅଧିକ ପରିମାଣରେ ଚାହା ବା କଫି ପିଇବା ଦ୍ବାରା ଗ୍ୟାସ ବା ଏସିଡିଟି ଭଳି ସମସ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ଥାଏ । ତେଣୁ ଏହି କାରଣରୁ ଚାହା ଓ କଫି ପିଇବାକୁ ବାରଣ କରାଯାଏ ବୋଲି କେତେକ ମତ ଦିଅନ୍ତି । କ୍ଷୀରରେ ତିଆରି ଚାହା ପିଇବା ଦ୍ବାରା ପାକସ୍ଥଳୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କେତେକ ବିଶେଷଜ୍ଞ ମତ ଦିଅନ୍ତି ।

Don't Miss
© all rights reserved
made with by templateszoo | Upated by GAPU