Responsive Ad Slot

ନୂଆ ଖବର

latest

ଉଷସୀ ମିଶ୍ରଙ୍କ ପ୍ରତ୍ୟାବର୍ତ୍ତନ

Sunday, February 18, 2018

/ by Gapu
ଓଡ଼ିଶା: ଓଡ଼ିଆ କଥାଚିତ୍ର ଜଗତରେ ୧୯୯୮ ମସିହାରେ "ବୋଉ" ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିବା ଉଷସୀ ମିଶ୍ର ରହିଛି ରହିବି ତୋ’ରି ପାଇଁ, ଧର୍ମର ହେବ ଜୟ, କାଶିଆ କପିଳା ଓ ବହୁଡ଼ିବେ ମୋ’ ଜଗାବଳିଆ ଭଳି କେତୋଟି ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଧୀରେ ଧୀରେ ସେ ନାୟିକାର ପାର୍ଶ୍ୱଅଭିନେତ୍ରୀ ସାଜିଥିଲେ । ବିଭିନ୍ନ ଭୂମିକାରେ ଉଷସୀ ଆସିଥିଲେ ଜୟ ଶ୍ରୀରାମ, ଏ ଯୁଗର କୃଷ୍ଣ ସୁଦାମା, ସଞ୍ଜୁ ଆଉ ସଞ୍ଜନା, ତୁ ଥା ମୁଁ ଯାଉଛି ରୁଷି ଆଦି ଚଳଚ୍ଚିତ୍ରଗୁଡ଼ିକରେ ।

ଏହାପରେ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଉପସ୍ଥାପିକା ତ‌ଥା ଅଭିନେତ୍ରୀ ଭାବରେ ଧାରାବାହିକରେ ଅଭିନୟ କରିଥିଲେ । ପରେ ପରେ ସେ ଯାତ୍ରା ଦୁନିଆରେ ପାଦ ଥାପିଥିଲେ । ଯାତ୍ରା ସ‌ହ ଜଡ଼ିତ ଥିଲେ ବି ସେ ଲଭ୍ ପାଇଁ କୁଛ୍ ବି କରେଗା ଚଳଚ୍ଚିତ୍ରରେ ବାବୁଶାନ୍‌ଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ମାତ୍ର କିଛିଦିନ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ଉଭେଇଯାଇ ଯାତ୍ରାରେ ମାତିଯାଇଥିଲେ । ପୁଣିଥରେ ଉଷସୀ ଓଡ଼ିଆ କଥାଚିତ୍ର ‘ଦିଓ୍ଵାନା ହେଲି ତୋ’ ପାଇଁ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀତମ ଦାସ ଓ ଅଶୋକ କୁମାର ଦାସ ଏହାର ପ୍ରଯୋଜନା କରିଛନ୍ତି । ଏଥିରେ ଉଷସୀ ମିଶ୍ରଙ୍କୁ ଏକ ବଳିଷ୍ଠ ଭୂମିକାରେ ଦେଖିବାକୁ ମିଳିବ ।
Don't Miss
© all rights reserved
made with by templateszoo | Upated by GAPU