Responsive Ad Slot

ନୂଆ ଖବର

latest

ପୂଜା ବଜାରରେ ରିଲିଜ୍ ହେବାକୁ ଯାଉଛି ନୂଆ ଓଡ଼ିଆ କଥାଚିତ୍ର ମିଷ୍ଟର ମଜ୍‌ନୁ

Thursday, October 3, 2019

/ by Gapu

ଭୁବନେଶ୍ୱର (୪ ଅକ୍ଟୋବର ୨୦୧୯): ଆଜି ପୂଜା ବଜାରରେ ପରଦାକୁ ଆସୁଛି ଅଭିନେତା ବାବୁଶାନଙ୍କ ନୂଆ ଫିଲ୍ମ ମିଷ୍ଟର ମଜନୁ । ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍‌ସନ ବ୍ୟାନରରେ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ରଟି ।

ଏ ଫିଲ୍ମରେ ନାୟକ ବାବୁଶାନଙ୍କ ବିପକ୍ଷରେ ସୁରମୟୀ, ଶିତଲ ଓ ଦିବ୍ୟା, ୩ ଜଣ ନାୟିକା ଅଛନ୍ତି । ବାବୁଶାନ୍ ଏକ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଛନ୍ତି । ମିହିର ଦାସ ଏହି କଥାଚିତ୍ରରେ ଜଣେ ହାସ୍ୟ ଅଭିନେତା ଭାବରେ ଏବଂ ରାଇମୋହନ ପରିଡ଼ା ପୂର୍ବଭଳି ଖଳନାୟକ ଭୂମିକାରେ ଅଛନ୍ତି ।
Don't Miss
© all rights reserved
made with by templateszoo | Upated by GAPU