Responsive Ad Slot

ନୂଆ ଖବର

latest

ଜ‌ାତୀୟ ମହିଳା ଫୁଟ୍‌ବଲ୍‌ ଶିବିରରେ ୩ ଓଡ଼ିଆ ଖେଳାଳୀ

Thursday, October 3, 2019

/ by Gapu

ବ୍ୟୁରୋ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରଶିକ୍ଷଣ ପାଇଁ ଓଡ଼ିଶାରୁ ତିନିଜଣ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ମୟୂରଭଞ୍ଜର ଯବାମଣୀ ଟୁଡୁ, ଓଡ଼ିଶା ପୁଲିସର ଆରତି ଅନିମା ଖଡ଼ିଆ ଓ କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ସୋନି ବେହେରା । ୨୦୨୨ ଏଏଫ୍‌ସି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଦିଲ୍ଲୀରେ ପ୍ରସ୍ତୁତି କରିବାର ଲକ୍ଷ୍ୟ ରଖିଛି । ଏହି ପ୍ରଶିକ୍ଷଣ ପରେ ଭାରତୀୟ ଦଳ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଖେଳିବା ପାଇଁ ଭିଏତନାମ ଗସ୍ତ କରିବ ।
Don't Miss
© all rights reserved
made with by templateszoo | Upated by GAPU