Responsive Ad Slot

ନୂଆ ଖବର

latest

ଅମୃତ ଧାରା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ରକ୍ତଦାନ ଶିବିର

Thursday, October 3, 2019

/ by Gapu

ବାଲେଶ୍ୱର (୩ ଅକ୍ଟୋବର ୨୦୧୯): ଜାତିରଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ରାଜନେତା ଲାଲ ବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ତିଥିରେ ଅମୃତ ଧାରା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାଲେଶ୍ୱର ସହଦେବଖୁଣ୍ଟା ଚାନ୍ଦମାରି ପଡ଼ିଆ ସ୍ଥିତ ବୃଦ୍ଧାଶ୍ରମରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ର ଏହି ଶିବିରରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଟ୍ରଷ୍ଟର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡ. ବସନ୍ତ କୁମାର ଉପାଧ୍ୟାୟ ଓ କବି ପ୍ରଶାନ୍ତ ଦାସ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଡ. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଲ୍ୟାବ ଟେକ୍ନିସିଆନ ଅକ୍ଷୟ ଜେନା, ଜ୍ୟୋତିଷ କୁମାର ପ୍ରଧାନ, ସବନମ ଦାସ, ପଦ୍ମଲୋଚନ ମହାନ୍ତି ଓ ସନ୍ତୋଷ କୁମାର ଜେନା ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ରକ୍ତଦାନ କରିଥିବା ପ୍ରତ୍ୟେକ ରକ୍ତଦାତାଙ୍କୁ ଗୋଟିଏ ଲେଖାଏଁ ଫଳଚାରା ଉପହାର ଦିଆଯାଇଥିଲା ।

ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତୁଷାର ରଞ୍ଜନ ଶତପଥି, ଟ୍ରଷ୍ଟି ମେମ୍ବର ଡ. ସରୋଜ କୁମାର ମହାପାତ୍ର, ଅରବିନ୍ଦ ପଣ୍ଡା, ରାଧାକୃଷ୍ଣ ଦାସ, ସୁଧାଂଶୁ ସେଖର ବିହାରୀ, ବଳରାମ ସେଠୀ, ରତିକାନ୍ତ ଗିରି, ହରିଶଙ୍କର ଦାସ, ସୁରେଶ ଚନ୍ଦ୍ର ସାମଲ, ଅଶୋକ କୁମାର ପୁରୀ, ଗୋପାଳକୃଷ୍ଣ ଆଚାର୍ଯ୍ୟ, ବିକାଶ କୁମାର ନାୟକ, ଚନ୍ଦ୍ରକାନ୍ତ ଦାସ, ସରୋଜ କୁମାର ସେଠୀ, ପ୍ରଭାସିନୀ ସାହୁ, ହେମନ୍ତ କୁମାର ମହାନ୍ତି, ଜିତେନ୍ଦ୍ର କୁମାର ପ୍ରହରାଜ, ନିତ୍ୟାନନ୍ଦ ପ୍ରଧାନ, ପ୍ରକାଶ ଚନ୍ଦ୍ର ନାୟକ, ଜ୍ଞାନରଞ୍ଜନ ମହାନ୍ତି, ଚନ୍ଦନ ଗିରି,  ମନ୍ଦାକିନୀ ବେହେରା, ପଦ୍ମନି ମଣ୍ଡଳ, ଅନୁପମା ଦାସ, ନିରଞ୍ଜନ ପଣ୍ଡା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦର ବାଲେଶ୍ୱର ପ୍ରତିନିଧି ମନୋଜ କୁମାର ରାଉଳ ଓ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଓ ଟ୍ରଷ୍ଟର ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ ।
Don't Miss
© all rights reserved
made with by templateszoo | Upated by GAPU