Responsive Ad Slot

ନୂଆ ଖବର

latest

ବିରାଟଙ୍କୁ ଭେଟିଲେ ତାଙ୍କର ଓଡ଼ିଆ ପ୍ରଶଂସକ: ଖୁସିରେ ଆଲିଙ୍ଗନ କଲେ ଭାରତୀୟ ଅଧିନାୟକ

Wednesday, October 2, 2019

/ by Gapu

ବ୍ୟୁରୋ: ଭାରତୀୟ କ୍ରିକେଟ୍‌ ଅଧିନାୟକ ବିରାଟ କୋହଲି ତାଙ୍କର ଜଣେ ଓଡ଼ିଆ ପ୍ରଶଂସକଙ୍କୁ ଭେଟିଛନ୍ତି । ଏହି ଓଡ଼ିଆ ଯୁବକ ଜଣଙ୍କ ହେଉଛନ୍ତି ପିଣ୍ଟୁ ବେହେରା, ଯିଏକି କୋହଲିଙ୍କର ଜଣେ ବଡ଼ ପ୍ରଶଂସକ । ସେ କୋହଲିଙ୍କୁ ନେଇ ତାଙ୍କ ଶରୀରରେ ୧୪ଟି ଟାଟୁ କରିଛନ୍ତି । ଏହି ୩୧ ବର୍ଷିଅ ଓଡ଼ିଆ ଯୁବକ ଜଣକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ଟେଷ୍ଟ୍‍ ମ୍ୟାଚ୍‌ ସମୟରେ ୱାଇଜାକରେ ବିରାଟଙ୍କୁ ସାକ୍ଷାତ କରିଥିଲେ ।

ପିଣ୍ଟୁ ତାଙ୍କ ଶରୀରରେ ବିରାଟଙ୍କ ନାମ, ମୁହଁ, ଜର୍ସି ନମ୍ବର ଆଦିର ଟାଟୁ ଆଙ୍କିଛନ୍ତି । ଖାଲି ସେତିକି ନୁହେଁ, ବିରାଟଙ୍କ କ୍ୟାରିୟର୍‌‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ୨୦୦୮ ମସିହାର ୧୯ ବର୍ଷରୁ କମ ବିଶ୍ୱକପ୍‌, ୨୦୧୩ର ଅର୍ଜୁନ ପୁରସ୍କା, ୨୦୧୭ ମସିହାରେ ପାଇଥିବା ପଦ୍ମଶ୍ରୀ ସମ୍ମାନ ଆଦିକୁ ମଧ୍ୟ ତାଙ୍କ ଦେହରେ ଟାଟୁ କରି ସାଇତିଛନ୍ତି । କୋହଲିଙ୍କ ସହ ଜଡ଼ିତ ଏହିଭଳି ୧୪ଟି ମୁହୂର୍ତ୍ତକୁ ସେ ତାଙ୍କ ଦେହରେ ଅଙ୍କିଛନ୍ତି । ବିରାଟ କୋହଲି ପିଣ୍ଟୁଙ୍କୁ ଭେଟିବା ସହ ତାଙ୍କୁ ଆଲିଙ୍ଗନ କରି କୁଣ୍ଡାଇ ପକାଇଥିଲେ ।
Don't Miss
© all rights reserved
made with by templateszoo | Upated by GAPU