ବ୍ୟୁରୋ: ଗତ ମାର୍ଚ୍ଚ ୧୧ ତାରିଖ ଦିନ ଆମେରିକାର ଜର୍ଜିଆ ସ୍ଥିତ ଆଲ୍ଫାରେଟା ସହରରେ ଜର୍ଜିଆ ସୋସାଇଟି ଅଫ୍ ଆମେରିକା ତରଫରୁ ଓଡ଼ିଶାର ଗଣ ପର୍ବ ହୋଲି ଖୁବ୍ ଧୂମ୍ଧାମ୍ରେ ପାଳନ କରାଯାଇଛି । ଜର୍ଜିଆର ବିଭିନ ପ୍ରାନ୍ତରୁ ଶତାଧିକ ଓଡ଼ିଆ ଭାଇଭଉଣୀମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ କୁନି କୁନି ପିଲାମାନେ ଓଡ଼ିଆ ଗୀତରେ ନୃତ୍ୟ କରିବା ସହିତ ଅନ୍ୟାନ୍ୟ ସାଂସ୍କୃତି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଦେଶରେ ଓଡ଼ିଆ ଖାଦ୍ୟ ଓ ପରମ୍ପରାର ପସରା ମେଲିଥିବାବେଳେ ସ୍ଥାନୀୟ ଆମେରିକୀୟ ନାଗରିକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉପଭୋଗ କରିଥିଲେ ଏବଂ ଉପସ୍ଥିତ ସଭିଏଁ ପରସ୍ପରକୁ ରଙ୍ଗ ଲଗାଇଥିଲେ । ଏହି କାର୍ଯ୍ୟକ୍ରମଟି ଜର୍ଜିଆ ସୋସାଇଟି ଅଫ୍ ଆମେରିକାର ସଚିବ ରାଜଲକ୍ଷ୍ମୀ ଜେନା, ସଭାପତି ଶୀତଲ ମିଶ୍ର ଏବଂ ସୁବୋଧ ପାତ୍ରଙ୍କ ତତ୍ଵାବଧାନରେ ସମ୍ପନ ହୋଇଥିଲା ।