ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ୪୦,୧୬୮ଟି ୱାଗନଆରର ପ୍ରତ୍ୟାହାର ଘୋଷଣା କରିଛି । ଏହି ସବୁ କାର ୨୦୧୮ ନଭେମ୍ବର ୧୫ରୁ ୨୦୧୯ ଅଗଷ୍ଟ ୧୨ ତାରିଖ ମଧ୍ୟରେ ନିର୍ମାଣ ହୋଇଛି । ଏହି ଗାଡ଼ିଗୁଡ଼ିକର ଫୁଏଲ୍ ହୋସ୍ରେ ଥିବା ତ୍ରୁଟିକୁ ସଜାଡ଼ିବା ପାଇଁ କମ୍ପାନି ଏଗୁଡ଼ିକୁ ପ୍ରତ୍ୟାହାର କରିବ । ଅଗଷ୍ଟ ୨୪ ତାରିଖରୁ ଏହି ଗାଡ଼ି ମାଲିକମାନଙ୍କୁ ମାରୁତି ସୁଜୁକିର ଡିଲରମାନେ ଯୋଗାଯୋଗ କରିବେ । ତ୍ରୁଟି ଥିଲେ କମ୍ପାନି ବିନା ମୂଲ୍ୟରେ ତାହାକୁ ସଜାଡ଼ିବ ବୋଲି କହିଛି ।

