Responsive Ad Slot

ନୂଆ ଖବର

latest

ବାଲେଶ୍ୱର ନୋସି ବିଜିନେସ୍ ପାର୍କରେ ରକ୍ତଦାନ ଶିବିର: ୧୦୦ ୟୁନିଟ୍ ରକ୍ତ ସଂଗ୍ରହ

Wednesday, August 21, 2019

/ by Gapu

ବାଲେଶ୍ୱର (୨୧/୦୮/୨୦୧୯): ଆଜି ବାଲେଶ୍ୱର ସ୍ଥିତ ନୋସି ବିଜିନେସ୍ ପାର୍କରେ ନୋସି ଇନ୍‌ଫ୍ରା ତରଫରୁ ଏକ ରକ୍ତଦାନ ଶିବିରର ଆଯୋଜନ କରାଯାଇଥିଲା, ଯେଉଁଥିରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ନିଅମ୍, ବାଲେଶ୍ୱର ରୋଟାରୀ କ୍ଲବ୍, ନୋସି ଆଦିର ମିଳିତ ସହାୟତାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି ଶିବିରରେ ନୋସି ଇନ୍‌ଫ୍ରା ଏବଂ ନୋସି ରେସିଡେନ୍ସିର କର୍ମଚାରୀମାନେ ରକ୍ତଦାନ କରିବା ସହ ନିୟମରୁ ଆସିଥିବା ଛାତ୍ରୀମାନେ ରକ୍ତଦାନ କରିଥିଲେ । ଏଥିସହ ଆଖପାଖର ଅଫିସ୍‌ର କର୍ମଚାରୀ ଏବଂ କିଛି ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ ।
Don't Miss
© all rights reserved
made with by templateszoo | Upated by GAPU