ଅନୁଗୋଳ (୨୮ଜାନୁଆରୀ ୨୦୨୩): ଆଦିକବି ସାରଳା ଦାସ ସ୍ମୃତି ପରିଷଦ, ନାଲକୋ ନଗର, ଅନୁଗୋଳ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଶୂଦ୍ରମୁନି ସାରଳା ଦାସଙ୍କ ମହାପ୍ରୟାଣ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି ।
ଏଥିରେ ନାଲକୋ ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଭୀମସେନ ପ୍ରଧାନ, ସୁଧିର ରଞ୍ଜନ ପଟ୍ଟନାୟକ (ଜିଜିଏମ), ସିପିପି, କଲ୍ଲୋଳ ବିକାଶ ସ୍ଵାଇଁ, ଏମ.ଆର ଆଚାର୍ଯ୍ୟ, ପ୍ରଭାତ କୁମାର ବିଶ୍ଵାସ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ପରିଷଦ ପକ୍ଷରୁ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ, ଜିତେନ୍ଦ୍ର ସ୍ଵାଇଁ, ଶଶାଙ୍କ ଶେଖର ଦାସ, ଦିଲ୍ଲିପ ତରାଇ ଆଦି ପ୍ରମୁଖ ସଦସ୍ୟଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ନିର୍ବାହୀ ନିର୍ଦ୍ଦେଶକ ମହୋଦୟ ସାରଳା ଦାସଙ୍କ ସାରସ୍ଵତ ସାଧନା ଉପରେ ଆଲୋକପାତ କରିଥିଲେ ।