ଭଦ୍ରକ (୨୯ ଡିସେମ୍ବର ୨୦୨୨): ଆଗାମୀ ନବବର୍ଷରେ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାକୁ ପାଞ୍ଚ ବର୍ଷ ପୂରଣ ହେବାକୁ ଯାଉଛି ଏବଂ ଏହାର ୩ ଦିନ ପୂର୍ବରୁ ଗତ ଗୁରୁବାର ଦିନ ଜାତୀୟ କବି ଲେଖକ ସଂଗଠନ, ଭଦ୍ରକ ତରଫରୁ ଏହାର ପ୍ରତିଷ୍ଠାତା ତଥା ସମ୍ପାଦନ ସଂଗ୍ରାମ କେଶରୀ ସେନାପତିଙ୍କୁ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ପ୍ରଦାନ କରାଯାଇଛି ।
୨୦୧୮ ମସିହାର ଜାନୁଆରୀ ୧ ତାରିଖରେ ପ୍ରକାଶ ପାଇଥିଲା ଏହି ପତ୍ରିକାର ପ୍ରଥମ ସଂସ୍କରଣ ଏବଂ ୨୦୨୦ ଜାନୁଆରୀରୁ ଏହା ତ୍ରୟମାସିକ ପତ୍ରିକାରୁ ମାସିକ ପତ୍ରିକା ଭାବରେ ପ୍ରକାଶ ହେବା ଆରମ୍ଭ ହୋଇଥିଲା । ଇରମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗ୍ରାମଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ବେଳେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟସାଣୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୃଦାନନ୍ଦ ପାଣିଗ୍ରାହୀ, ବିଶିଷ୍ଟ ବକ୍ତା ସଂଗ୍ରାମ ଆଚାର୍ଯ୍ୟ, ସାହିତ୍ୟିକ ସଂଗ୍ରାମ ସାମନ୍ତରାୟ, ଦୀନବନ୍ଧୁ ବେଜ ପ୍ରମୁଖ ଉପସ୍ଥିତ ଥିଲେ ।