Responsive Ad Slot

ନୂଆ ଖବର

latest

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍‌ର ଚିନ୍ତନ ଶିବିର ଆୟୋଜିତ

Monday, December 19, 2022

/ by Gapu

Brainstorming Program organized by Odia Wikimedians User Group

ଭୁବନେଶ୍ୱର (୧୮ ଡିସେମ୍ବର ୨୦୨୨): ଗତ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଫର୍ଚୁନ୍ ପାର୍କ ସିସ୍ମୋରେ ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍‌ର ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଓଡ଼ିଆ ଉଇକିଆଳିଙ୍କ ସମେତ କିଛି ସାନ୍ତାଳୀ ଉଇକିଆଳି ମଧ୍ୟ ଯୋଗ ଦେଇଥିଲେ । 

ଚିନ୍ମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଉଇକିପିଡ଼ିଆ ତଥା ଅନ୍ୟାନ୍ୟ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା ହେବା ସହିତ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା ।

ଓଡ଼ିଆ ଉଇକିପିଡ଼ିଆର ଦୁଇ ପରିଚାଳକ ମୃତ୍ୟୁଞ୍ଜୟ କର ଓ ଜ୍ଞାନ ରଞ୍ଜନ ସାହୁଙ୍କ ସମେତ ଶିତିକଣ୍ଠ ଦାଶ, ଶୈଳେଶ ପଟ୍ଟନାୟକ, ସଂଗ୍ରାମ କେଶରୀ ସେନାପତି, ଅଲିଭା ସାହୁ ଏବଂ ସାନ୍ତାଳୀ ଉଇକିପିଡ଼ିଆର ପରିଚାଳକ ଆର୍. ଅଶ୍ୱିନୀ ବଞ୍ଜନ ମୁର୍ମୁଙ୍କ ସହ ରାମଜିତ ଟୁଡୁ ଓ ପ୍ରଶାନ୍ତ ହେମ୍ବ୍ରମ ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ସଦସ୍ୟ ଡ. ମାନବପ୍ରୀତ କୌର ଓ ଉର୍ଦ୍ଦୁ ଉଇକିପିଡ଼ିଆର ଅନ୍ୟତମ ସଦସ୍ୟ ଆଫି ଆଦି ଭିଡିଓ କଲ୍ ମାଧ୍ୟମରେ ଯୋଗ ଦେଇଥିଲେ ।

Don't Miss
© all rights reserved
made with by templateszoo | Upated by GAPU