Responsive Ad Slot

ନୂଆ ଖବର

latest

କାନ୍ତକବିଙ୍କ ଜୟନ୍ତୀରେ ସଂଗ୍ରାମଙ୍କୁ ସାହିତ୍ୟ ଏକାଡେମୀ ମଞ୍ଚରେ ସମ୍ବର୍ଦ୍ଧନା

Friday, December 9, 2022

/ by Gapu

Sangram Keshari Senapati felicitated at Birth Anniversary of Kanta Kabi Laxmikanta Mohapatra by Odisha Sahitya Academy

ଭଦ୍ରକ (୯ ଡିସେମ୍ବର ୨୦୨୨): ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମତିଥିରେ ତାଙ୍କ ଜନ୍ମସ୍ଥାନ ତାଳପଦାଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ନିଳୋକ ଗ୍ରାମର ଯୁବ ସାହିତ୍ୟକ ତଥା ଶୁଭପଲ୍ଲବ ଓଡ଼ିଆ ପତ୍ରିକାର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଉତ୍ସବରେ ଯୋଗ ଦେଇ ସଂଗ୍ରାମ କବିତାପାଠ କରିବା ସହିତ ମୁଖ୍ୟ ଅତିଥି ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଓଡ଼ିଆ କବି ହୃଦାନନ୍ଦ ପାଣିଗ୍ରାହୀ ଓ ସାହିତ୍ୟ ଏକାଡେମୀର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀଙ୍କ ଠାରୁ ପୁଷ୍ପମାଲ୍ୟ ଗ୍ରହଣ କରିଥିଲେ । ଉକ୍ତ ସଭାରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନ୍ୟତମ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ ସଂଗ୍ରାମ ୨୦୧୪ ମସିହାରୁ ଓଡ଼ିଆ ଉଇକିପିଡ଼ିଆରେ ନିୟମିତ ଭାବରେ ସମ୍ପାଦନା କାର୍ଯ୍ୟ କରିବା ସହିତ ବିଶ୍ୱର ୩ୟ ବ୍ୟକ୍ତି ଭାବରେ ନିୟମିତ ଭାବରେ ପ୍ରସଙ୍ଗ ଲେଖି ଲଗାତାର ୨୦୦୦ ଦିନ ଅତିକ୍ରମ କରିଛନ୍ତି । ୨୦୧୮ ମସିହାରେ ସେ ଶୁଭପଲ୍ଲବ ଓଡ଼ିଆ ପତ୍ରିକାର ପ୍ରତିଷ୍ଠା କରିବା ସହିତ ଏହାର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ୨୦୨୦ ମସିହାରେ ଦିଲ୍ଲୀଠାରେ ଦ ଇଣ୍ଟେଲାକ୍ଟ ଦ୍ୱାରା ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସେ ଯୁବ ପ୍ରେରଣା ପୁରସ୍କାର ମଧ୍ୟ ପାଇଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU