Responsive Ad Slot

ନୂଆ ଖବର

latest

ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ରାଜ୍ୟସ୍ତରୀୟ ବୈଠକ ଓ ସମ୍ବର୍ଦ୍ଧନା ସଭା

ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ରାଜ୍ୟସ୍ତରୀୟ ବୈଠକ ଓ ସମ୍ବର୍ଦ୍ଧନା ସଭା

Wednesday, September 13, 2023

/ by Gapu
ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ରାଜ୍ୟସ୍ତରୀୟ ବୈଠକ ଓ ସମ୍ବର୍ଦ୍ଧନା ସଭା

ଭଦ୍ରକ (୧୩ ସେପ୍ଟେମ୍ବର ୨୦୨୩): ଭଦ୍ରକସ୍ଥିତ ଭାଗବତ କଲ୍ୟାଣ୍ଡ ମଣ୍ଡପରେ ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ବୈଠକ ଓ ଭଦ୍ରକ ସଂସ୍କୃତ ମଣ୍ଡଳର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତ ମଣ୍ଡଳ ତରଫରୁ ଗତ ତା୩/୦୯/୨୦୨୩ରିଖରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ସଂସ୍କୃତ ମହାମଣ୍ଡଳର ସଭାପତି ଡ. ସଦାନନ୍ଦ ଦୀକ୍ଷିତ, କାର୍ଯ୍ୟକାରୀ ସମ୍ପାଦକ ଡ. ଶୈଳେନ୍ଦ୍ର ନାରାୟଣ ପାଢ଼ୀ ଓ ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କୁ ପୁଷ୍ପମାଲ୍ୟ ସହିତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏଥି ସହିତ ପଣ୍ଡିତ ଚତୁର୍ଭୁଜ ତ୍ରିପାଠୀଙ୍କୁ ମଧ୍ୟ ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ଭଦ୍ରକ ମଣ୍ଡଳର ସମ୍ପାଦକ ଶ୍ରୀଯୁକ୍ତ ସତ୍ୟନାରାୟଣ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାମଣ୍ଡଳର ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ଷଡ଼ଙ୍ଗୀ ନିଜର ବକ୍ତବ୍ୟ ପ୍ରଦାନ କରି ମହାମଣ୍ଡଳର ଆଗାମୀ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ଗତ କାର୍ଯ୍ୟକାରିତା ସମ୍ପର୍କରେ ମତ ରଖିଥିଲେ । ମହାମଣ୍ଡଳର କାର୍ଯ୍ୟକାରୀ ସଭାପତି ଡ. ଶୈଳେନ୍ଦ୍ର ନାରାୟଣ ପାଢ଼ୀ ବିଗତ ଦିନମାନଙ୍କର ଅନୁଭୂତି ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ମହାମଣ୍ଡଳର ନବ ନିର୍ବାଚିତ ସଭାପତି, ସଂସ୍କୃତ ଦିଗ୍‌ଗଜ ଡ. ସଦାନନ୍ଦ ଦିକ୍ଷୀତ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସଂସ୍କୃତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କେଉଁ ପନ୍ଥା ଗ୍ରହଣ କରାଯାଇପାରିବ ସେ ଉପରେ ମନ୍ତବ୍ୟ ରଖିଥିଲେ । ରାଜ୍ୟର ବିଭିନ୍ନ ସଂସ୍କୃତାନୁଷ୍ଠାନରୁ ପଣ୍ଡିତ ଶିକ୍ଷକମାନେ ଯୋଗଦାନ କରି ନିଜ ନିଜର ମତ ରଖିଥିଲେ । ଭଦ୍ରକ ସଂସ୍କୃତ ମଣ୍ଡଳର ସଭାପତି ଅଭିମନ୍ୟୁ ସେନାପତି ବୈଠକକୁ ଆୟୋଜନ ଓ ପରିଚାଳନ କରିଥିଲେ ।

Don't Miss
© all rights reserved
made with by templateszoo | Upated by GAPU