Responsive Ad Slot

ନୂଆ ଖବର

latest

ସୁଦୂର ଆମେରିକାରେ ଓଡ଼ିଆମାନଙ୍କ ଦ୍ୱାରା ୭୭ତମ ସ୍ୱାଧୀନତା ଦିବସ ପାଳନ

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭାରତ ବାହାରେ ଆମେରିକାର ଆଟ୍‌ଲାଣ୍ଟା ସହରରେ ଜର୍ଜିଆ ଓଡ଼ିଆ ସୋସାଇଟ୍ ତରଫରୁ ସ୍ୱାଧୀନତା ଦିବସ ଖୁବ୍ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ କରାଯାଇଛି

Monday, August 14, 2023

/ by Gapu
ସୁଦୂର ଆମେରିକାରେ ଓଡ଼ିଆମାନଙ୍କ ଦ୍ୱାରା ସ୍ୱାଧୀନତା ଦିବସ ପାଳନ

ବ୍ୟୁରୋ (୧୫ ଅଗଷ୍ଟ ୨୦୨୩) ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭାରତ ବାହାରେ ଆମେରିକାର ଆଟ୍‌ଲାଣ୍ଟା ସହରରେ ଜର୍ଜିଆ ଓଡ଼ିଆ ସୋସାଇଟ୍ ତରଫରୁ ସ୍ୱାଧୀନତା ଦିବସ ଖୁବ୍ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ କରାଯାଇଛି । ଏହି ଅବସରରେ ଓଡ଼ିଆ ଭାଇଭଉଣୀମାନେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବୀରପୁତ୍ର ପାଇକମାନଙ୍କର ତ୍ୟାଗ ଓ ବଳୀଦାନକୁ ପାଇକ ନୃତ୍ୟ ମାଧ୍ୟମରେ ଖୁବ୍ ନିଖୁଣତାର ସହିତ ପ୍ରଦର୍ଶନ କରିଛନ୍ତି ।

Neha Dhupia at Atlanta Geogia for 77th Independence Day Celebration

ଏହା ସହିତ ସମ୍ବଲପୁରୀ ଲୋକନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ସ୍ୱାଧୀନତା ଦିବସର ଏହି ଶୁଭ ଅବସରରେ ଭାରତୀୟ ହିନ୍ଦୀ ସିନେ କଳାକାର ନେହା ଧୁପିଆଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଜର୍ଜିଆ ଓଡ଼ିଆ ସୋସାଇଟ୍ ତରଫରୁ ପ୍ରଦର୍ଶିତ ଓଡ଼ିଆ ଲୋକନୃତ୍ୟ ବିଦେଶ ମାଟିରେ ବହୁତ ଆଦୃତ ହୋଇଛି ।

ସୁଦୂର ଆମେରିକାରେ ଓଡ଼ିଆମାନଙ୍କ ଦ୍ୱାରା ସ୍ୱାଧୀନତା ଦିବସ ପାଳନ

Don't Miss
© all rights reserved
made with by templateszoo | Upated by GAPU