ଆନନ୍ଦପୁର (୬ ମାର୍ଚ୍ଚ ୨୦୨୧): ଆଜି ଆନନ୍ଦପୁର ସ୍ଥିତ ଆନନ୍ଦଭବନ ଠାରେ ପ୍ରୀତିପ୍ରଣତି ପରିବାର ପକ୍ଷରୁ ଏହାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ସହିତ ବାର୍ଷିକ ମୁଖପତ୍ର ଉନ୍ମୋଚିତ ହୋଇଯାଇଛି । ପରିବାରର ସଭାପତି ବିଭୁତି ଭୂଷଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ରମାକାନ୍ତ ନାୟକ, ମୁଖ୍ୟବକ୍ତା ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନିତ ବକ୍ତା ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ସମ୍ମାନିତ ଅତିଥି ଭାବେ ହରିହର ପାଣିଗ୍ରାହୀ ଓ କବି ହାସ୍ୟମୟୀ ରାଜ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଦିଗନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ପ୍ରୀତିପ୍ରଣତିର ବାର୍ଷିକ ସଂଖ୍ୟାକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ପରିବାରର ସଂପାଦକ ଦେବବ୍ରତ ବାରିକ ସମ୍ପାଦକୀୟ ପାଠ କରିଥିଲେ ଓ ମଞ୍ଚ ସଂଯୋଜନାରେ ରଞ୍ଜନ କୁମାର ମହାନ୍ତି, ବିଦ୍ୟୁଲତା ପଲେଇ ପ୍ରମୁଖ ସହଯୋଗ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଆୟୋଜିତ କବିତା ପାଠ ଉତ୍ସବରେ ବାଲେଶ୍ଵର, ଭୁବନେଶ୍ୱର, ସମ୍ବଲପୁର, ମୟୁରଭଞ୍ଜ, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ୩୪ ଜଣ କବି ସେମାନଙ୍କ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ଦୀପ୍ତି ଦେବସନି ସୁତାର, ଭାସ୍କର ଚନ୍ଦ୍ର ଦାସ, ଦେବାଶିଷ ଚକ୍ରବର୍ତ୍ତୀ, ଅନନ୍ଦିତା ଦାସ, ମାନସ କୁମାର ପାଢ଼ୀ, ରଞ୍ଜନ କୁମାର ମହାନ୍ତି, ସୌଭାଗ୍ୟ ରଞ୍ଜନ ମହାପାତ୍ର, ସର୍ବେଶ୍ୱର ସାହୁଙ୍କୁ ମା' ତାରିଣୀ ଗଳ୍ପ, କବିତା, ସଙ୍ଗୀତ ସମ୍ମାନ ଅର୍ପଣ କରାଯାଇଥିଲା ଏବଂ ଶେଷରେ କବି ସୁଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।