Responsive Ad Slot

ନୂଆ ଖବର

latest

ଶୁଭପଲ୍ଲବ ପ୍ରକାଶନର ଗଳ୍ପ ସଂକଳନ 'ବିଶ୍ୱାସ' ଉନ୍ମୋଚିତ

Saturday, September 18, 2021

/ by Gapu
Odia Short Story book Biswas by Rajesh Kumar Barik published under Shubhapallaba Publication

ଭଦ୍ରକ (୧୭ ସେପ୍ଟେମ୍ବର ୨୦୨୧): ଗତ ବିଶ୍ୱକର୍ମା ପୂଜା ଦିନ ଶୁଭପଲ୍ଲବ ପ୍ରକାଶନ ତରଫରୁ ରାଜେଶ କୁମାର ବାରିକଙ୍କର ଏକ ଗଳ୍ପ ସଂକଳନ ବିଶ୍ୱାସ ଉନ୍ମୋଚିତ ହୋଇଯାଇଛି । କରୋନା କଟକଣାକୁ ଆଖି ଆଗରେ ରଖି ଶୁଭପଲ୍ଲବ କାର୍ଯ୍ୟାଳୟରେ ଏହାର ଉନ୍ମୋଚନ କରାଯାଇଥିଲା, ଯେଉଁଠି ଗାଳ୍ପିକ ରାଜେଶ କୁମାର ବାରିକ, ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି, ସମାଜସେବୀ ସଞ୍ଜିବ କୁମାର ବାରିକ, ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଭିଡିଓ କଲ୍ ଜରିଆରେ ଶୁଭପଲ୍ଲବର ସଂପାଦକ ତାପସ ରଞ୍ଜନ ଓ ସହଯୋଗୀ ତଥା ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଯୋଗ ଦେଇଥିଲେ ।


ଦୈନନ୍ଦିନ ଘଟଣାବଳୀକୁ ଛୋଟ ଛୋଟ ଗପ ଭାବରେ ପ୍ରସ୍ତୁତ କରୁଥିବା ରାଜେଶ କୁମାର ବାରିକଙ୍କର ଏହା ହେଉଛି ପ୍ରଥମ ପ୍ରକାଶିତ ପୁସ୍ତକ, ଯେଉଁଥିରେ ୨୨ ଗୋଟି କ୍ଷୁଦ୍ର ଗଳ୍ପ ରହିଛି । ରାଜେଶ ୨୦୧୨ ମସିହାରେ ଗପ ଓ କବିତା ଆଦି ଲେଖିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ଶୁଭପଲ୍ଲବର ତ୍ରୟମାସିକ ପତ୍ରିକାରେ ତାଙ୍କର ପ୍ରଥମ ଗଳ୍ପ ପ୍ରକାଶ ପାଇଥିଲା । ଏହାପରେ ଅନେକ ଛୋଟବଡ଼ ପତ୍ରିକାରେ ତାଙ୍କର ଗଳ୍ପଗୁଡ଼ିକ ପ୍ରକାଶ ପାଇ ଆସୁଛି । ରାଜେଶ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶରେ ନିଜର ଖୁସି ବ୍ୟକ୍ତ କରିବା ସହିତ ଶୁଭପଲ୍ଲବ ପ୍ରକାଶନର ସମ୍ପାଦନ ତାପସ ରଞ୍ଜନ ଓ ସମ୍ବିତ ଦାସଙ୍କୁ ବିଶେଷ କୃତଜ୍ଞତା ଜଣାଇଥିଲେ ।


Book Link to buy: https://store.shubhapallaba.in/product/biswas-odia-story-book

Don't Miss
© all rights reserved
made with by templateszoo | Upated by GAPU