Responsive Ad Slot

ନୂଆ ଖବର

latest

ଶୁଭପଲ୍ଲବ ପତ୍ରିକା ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

Saturday, May 1, 2021

/ by Gapu

26th Edition of Shubhapallaba e-magazine released tributing Manoj Das

ଭଦ୍ରକ (୧ ମଇ ୨୦୨୧): ଆଜି ଶୁଭପଲ୍ଲବ ଇ-ପତ୍ରିକାର ୨୬ଶ ସଂସ୍କରଣ ଉନ୍ମୋଚନ ହୋଇଯାଇଛି, ଯାହାକି ଓଡ଼ିଆ ସାହିତ୍ୟ ଜଗତର ମହାନାୟକ ସ୍ୱର୍ଗତ ମନୋଜ ଦାସଙ୍କ ନାମରେ ଏହି ସଂସ୍କରଣଟି ଉତ୍ସର୍ଗୀତ କରାଯାଇଛି । ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଏହି ସଂସ୍କରଣଟିର ସମ୍ପାଦକୀୟ ପୃଷ୍ଠାକୁ ଖାଲି ରଖାଯାଇଛି ଏବଂ ସ୍ୱର୍ଗତ ଦାସଙ୍କ ସହ ଜଡ଼ିତ କେତୋଟି ଲେଖା ଏହି ସଂସ୍କରଣରେ ସ୍ଥାନ ପାଇଛି ।


୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିର ପ୍ରଚ୍ଛଦରେ ପଦ୍ମଭୂଷଣ ମନୋଜ ଦାସଙ୍କ ଡିଜିଟାଲ୍ ଆର୍ଟ‌ଟିଏ ସ୍ଥାନିତ ହୋଇଛି, ଯାହାକୁ ଆଙ୍କିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ । ପ୍ରତିକାଟିର ସମ୍ପାଦନା କରିଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ମନୋଜ ଦାସଙ୍କ ଉପରେ ଏକ କୋଶଲୀ କବିତା ପ୍ରକାଶ ପାଇଛି ଦେବେନ୍ଦ୍ର ନାଏକଙ୍କ ରଚନାରୁ ଓ ମନୋଜ ଦାସଙ୍କ ଘରର ବର୍ଣ୍ଣନା କରିଛନ୍ତି ସାଇ ପ୍ରକାଶ ଜେନା । ଏଥିସହିତ ମନୋଜ ଦାସଙ୍କୁ ଜୀବନିକୁ ଶବ୍ଦରେ ସଜେଇଛନ୍ତି ନିହାର କୁମାର ଦଳାଇ । ଏହି ପତ୍ରିକାଟି ଶୁଭପଲ୍ଲବ ୱେବ୍‌ସାଇଟ୍ ସମେତ ଫେସବୁକ୍ ସପ୍ ଓ ମ୍ୟାଗ୍‌ଜଟର୍‌ରେ ଉପଲବ୍ଧ ହେଉଛି ।


ପତ୍ରିକାର ଲିଙ୍କ୍- https://bit.ly/Shubha26
ଶୁଭପଲ୍ଲବ ୱେବ୍‌ସାଇଟ୍- https://shubhapallaba.in
Don't Miss
© all rights reserved
made with by templateszoo | Upated by GAPU