ଭଦ୍ରକ (୧ ଅପ୍ରେଲ ୨୦୨୧): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୫ଶ ସଂସ୍କରଣ ଆଜି ଉତ୍କଳ ଦିବସ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ।
ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍ସାଇଟ୍ ମ୍ୟାଗ୍ଷ୍ଟାର୍ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି । ଏତଦ୍ ବ୍ୟତୀତ ଏହି ଇ-ପତ୍ରିକାଟିର ଅନ୍ୟ ଏକ ସଂସ୍କରଣ ଶୁଭୋଦୟ ଭାବରେ ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ୨୦୧୯ ଦୁର୍ଗାପୂଜାଠାରୁ ପ୍ରକାଶ ପାଉଛି । ଶୁଭପଲ୍ଲବର ଏକ ଶିଶୁ ପତ୍ରିକା, 'ଶିଶୁରାଇଜ'ର ପ୍ରଥମ ସଂସ୍କରଣ ବିଗତ ମାତୃଭାଷା ଦିବସ ଅବସରରେ ପ୍ରକାଶ ପାଇଥିଲା ।