Responsive Ad Slot

ନୂଆ ଖବର

latest

ମକର ସଂକ୍ରାନ୍ତି ଅବସରରେ ଶୁଭୋଦୟର ୪ର୍ଥ ସଂସ୍କରଣ ଉନ୍ମୋଚିତ

Friday, January 15, 2021

/ by Gapu

ମକର ସଂକ୍ରାନ୍ତି ଅବସରରେ ଶୁଭୋଦୟର ୪ର୍ଥ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧୫ ଜାନୁଆରୀ ୨୦୨୧): ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୪ର୍ଥ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୪ର୍ଥ ସଂସ୍କରଣର ପ୍ରଚ୍ଛଦଚିତ୍ରଟି ଅଙ୍କିଥିଲେ ସୁପ୍ରସିଦ୍ଧ ଓଡ଼ିଆ ଚିତ୍ରକର ବିଜୟ ବିଶ୍ୱାଳ, ଯାହାକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତ୍ରକଳା ପାଇଁ ତାଙ୍କର ମନ୍‌କି ବାତ୍ କାର୍ଯ୍ୟକ୍ରମରେ ପ୍ରସଂଶା କରିଥିଲେ । ଏହି ପ୍ରଚ୍ଛଦଟିରେ କରୋନା ଭୂତାଣୁର ଭେକ୍ସିନ୍ ସହ ୨୦୨୧କୁ ସ୍ୱାଗତ କରିବା ଚିତ୍ର ଅଙ୍କାଯାଇଛି ।

ସମୁଦାୟ ୧୨ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି ଏହି ସଂସ୍କରଣଟିରେ, ଯାହାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ଏବଂ ଏହି ସଂଖ୍ୟାଟିର ସମ୍ପାଦକୀୟ ଲେଖାଟି ରଚନା କରିଛନ୍ତି ସୁନାମଧନ୍ୟା ଓଡ଼ିଆ ଗାଳ୍ପିକା ଡ. ସୁଲଗ୍ନା ମହାନ୍ତି, ଯାହାଙ୍କର କେତୋଟି ଓଡ଼ିଆ ଗପ ବହି ଓ ଉପନ୍ୟାସ ଅନେକ ପାଠକଙ୍କ ଦ୍ୱାରା ଆଦୃତ ହୋଇଛି । ଏହି ପତ୍ରିକାଟି ଶୁଭପଲ୍ଲବ ୱେବ୍‌ସାଇଟ୍ ସହିତ ଶୁଭପଲ୍ଲବ ଷ୍ଟୋର୍ ତଥା ଆନ୍ତର୍ଜାତୀୟ ରିଡିଂ ସାଇଟ୍ ମାଗ୍‌ଜ୍‌ଟର୍‌ରେ ମୁକ୍ତ ଭାବରେ ଉପଲବ୍ଧ ହେଉଛି ।

Don't Miss
© all rights reserved
made with by templateszoo | Upated by GAPU