Responsive Ad Slot

ନୂଆ ଖବର

latest

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ୨୩ଶ ସଂସ୍କରଣ ଉନ୍ମୋଚିତ

Monday, February 1, 2021

/ by Gapu

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ୨୩ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧ ଫେବୃଆରୀ ୨୦୨୧): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୩ଶ ସଂସ୍କରଣ ଗତ ଫେବୃଆରୀ ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୧ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ।

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.inଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି ।

ଏତଦ୍ ବ୍ୟତୀତ ଏହି ଇ-ପତ୍ରିକାଟିର ଅନ୍ୟ ଏକ ସଂସ୍କରଣ ଶୁଭୋଦୟ ଭାବରେ ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ୨୦୧୯ ଦୁର୍ଗାପୂଜାଠାରୁ ପ୍ରକାଶ ପାଉଛି । ଶୁଭପଲ୍ଲବର ଏକ ଶିଶୁ ପତ୍ରିକାର ପ୍ରଥମ ସଂସ୍କରଣ ଆଗାମୀ ସରସ୍ୱତୀ ପୂଜା ଅବସରରେ ପ୍ରକାଶ ପାଇଥିବା ଥିବା କଥା ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ସୂଚନା ଦେଇଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU