Responsive Ad Slot

ନୂଆ ଖବର

latest

ନୂଆବର୍ଷ ଅବସରରେ ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ

Tuesday, January 5, 2021

/ by Gapu

ନୂଆବର୍ଷ ଅବସରରେ ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୫ ଜାନୁଆରୀ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୨ଶ ସଂସ୍କରଣ ଗତ ଜାନୁଆରୀ ୪ ତାରିଖରେ ଉନ୍ମୋଚିତ ହୋଇଯାଇଛି । ବିଗତ ନବବର୍ଷ ଅବସରରେ ଏହି ପତ୍ରିକାକୁ ତିନିବର୍ଷ ପୂରଣ ହୋଇଯାଇଛି ।

ସମୁଦାୟ ୨୧ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ।

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି ।

ପତ୍ରିକାଟି ସବୁ ମାସର ପହିଲାରେ ପ୍ରକାଶ ପାଉଥିବାବେଳେ କିଛି ସମସ୍ୟା କାରଣରୁ ଏହା ୪ ତାରିଖରେ ପ୍ରକାଶ ପାଇଥିବା କଥା ସୂଚନା ଦେଇଛନ୍ତି ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ।


Don't Miss
© all rights reserved
made with by templateszoo | Upated by GAPU