Responsive Ad Slot

ନୂଆ ଖବର

latest

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

Monday, November 2, 2020

/ by Gapu

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ
(୨ ନଭେମ୍ବର ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଗତ ନଭେମ୍ବର ୧ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୫ ଗୋଟି ବଛା ବଛା ଓଡ଼ିଆ ଗପ, କବିତା, ରୋଷେଇ ଟିପ୍ସ, ସାକ୍ଷାତକାର ଆଦିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସଂସ୍କରଣଟିର ସମ୍ପାଦନା କରିଛନ୍ତି ଉଭୟ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ସ୍ ଡିଜାଇନର୍ ସମ୍ବିତ ଦାସ ଏହି ପତ୍ରିକାଟିର ଅଳଂକରଣ କାର୍ଯ୍ୟ କରିଛନ୍ତି ।

ଏହି ସଂସ୍କରଣରେ ଓଡ଼ିଆ କଳାକର ସ୍ୱରାଜ ବାରିକଙ୍କର ଏକ ସାକ୍ଷାତକାର ପ୍ରକାଶ ପାଇଛି, ଯେଉଁଥିରେ ସ୍ୱରାଜ ସଂଗ୍ରାମଙ୍କର କେତୋଟି ପ୍ରଶ୍ନରେ ତାଙ୍କ ଅଭିନୟ ଜୀବନ ଆରମ୍ଭରୁ ନାୟକ ହେବା ପର୍ଯ୍ୟନ୍ତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ଓଡ଼ିଆ ଖଳନାୟକ ସମରେଶ ରାଉତରାୟ, ଅଭିନେତ୍ରୀ ପୁପୁଲ ଭୂୟାଁ, ଜାଙ୍କଲିନ୍ ପରିଡ଼ା ଆଦି କଳାକାରଙ୍କର ସାକ୍ଷାତକାର ପ୍ରକାଶ ପାଇଥିଲା ।

Full Interview with Odia actor Swara Barik

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in ଏବଂ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସଂଗ୍ରାମ କେଶରୀ ସେନାପତିଙ୍କ ଦ୍ୱାରା ସ୍ଥାପିତ ଏହି ପତ୍ରିକାଟିର ୱେବ୍ ପୋର୍ଟାଲ୍ ଏବେ ଓଡ଼ିଆ ସମେତ ହିନ୍ଦୀ, ଇଂରାଜୀ, ତେଲୁଗୁ, ବଙ୍ଗଳା, ପଞ୍ଜାବୀ, ସଂସ୍କୃତ ଆଦିରେ ଉପଲବ୍ଧ ଏବଂ ଏତଦ୍ ବ୍ୟତୀତ ଛୋଟ ପିଲାଙ୍କ ପାଇଁ ଉଦିଷ୍ଟ ଗପ, କବିତା, ଗୀତ, ନୀତିବାଣୀ ଆଦିକୁ ନେଇ ଶୁଭପଲ୍ଲବ-ଶିଶୁରାଇଜ ନାମକ ୱେବ୍ ପୋର୍ଟାଲ୍ ମଧ୍ୟ କରାଯାଇଛି । 

ଗତ ଦୁର୍ଗାପୂଜା ଅବସରରେ ଶୁଭପଲ୍ଲବ ପ୍ରକାଶନୀ ଏହି ନୂଆ ପତ୍ରିକା "ଶୁଭୋଦୟ" ମଧ୍ୟ ପ୍ରକାଶ ପାଇବା ଆରମ୍ଭ କରିଛି । ଏବଂ ବିଗତ ନୀଳଦ୍ରିବିଜେରୁ ଏହି ସଂସ୍ଥାର ଅନ୍‌ଲାଇନ୍ ଇ-କମର୍ସ ଷ୍ଟୋର, ଶୁଭପଲ୍ଲବ ଷ୍ଟୋର ମଧ୍ୟ କାର୍ଯ୍ୟ କରିଆସୁଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ଦ୍ରବ୍ୟ ସମେତ କିଛି ଓଡ଼ିଆ ପୁସ୍ତକ ଉପଲବ୍ଧ ହେଉଛି ।


Don't Miss
© all rights reserved
made with by templateszoo | Upated by GAPU