Responsive Ad Slot

ନୂଆ ଖବର

latest

ଦୁର୍ଗାପୂଜା ଅବସରରେ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ

Saturday, October 24, 2020

/ by Gapu

New Odia e-Magazine Shubhodaya published Under Shubhapallaba Publication

ଭଦ୍ରକ
(୨୪ ଅକ୍ଟୋବର ୨୦୨୦): ଦୁର୍ଗାପୂଜାର ମହାଷ୍ଟମୀ ଅବସରରେ ଶୁଭପଲ୍ଲବ ପ୍ରକାଶନିର ଏକ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ ହୋଇଯାଇଛି । ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଏହି ସଂସ୍କରଣଟିର ପ୍ରଚ୍ଛଦପଟ ଆଙ୍କିଥିବା ବେଳେ ପତ୍ରିକାଟିର ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ସେନାପତି ।

ଦୁର୍ଗାପୂଜା ଥିମ୍‌ରେ ପ୍ରସ୍ତୁତ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟିଏ ବଛା ବଛା ଓଡ଼ିଆ ଲେଖା ପ୍ରକାଶ ପାଇଛି, ଯେଉଁଥିରେ ମାଆ ଦୁର୍ଗାଙ୍କ ଉପରେ ଗପ, କବିତା, ସ୍ତୁତି ଆଦି ସ୍ଥାନ ପାଇଥିବାବେଳେ ସାମ୍ପ୍ରତିକ ପରିସ୍ଥିତିରେ କରୋନାର ସ୍ଥିତିକୁ ମଧ୍ୟ ସ୍ଥାନିତ କରାଯାଇଛି । ଏହି ଇ-ପତ୍ରିକାଟି ଶୁଭପଲ୍ଲବର ଅନ୍‌ଲାଇନ୍ ଷ୍ଟୋରରେ ଉପଲବ୍ଧ ହେଉଛି । ଏଥି ସହିତ ପତ୍ରିକାଟି ସିଧାସଳଖ ପଢ଼ିବା ପାଇଁ ଆପଣ http://bit.ly/Shubhodaya1 ରେ ଦେଖିପାରିବେ ।

Don't Miss
© all rights reserved
made with by templateszoo | Upated by GAPU