Responsive Ad Slot

ନୂଆ ଖବର

latest

ଶୁଭପଲ୍ଲବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ପ୍ରଶଂସା

Thursday, July 2, 2020

/ by Gapu
The office of Odisha Chief Minister, Mr Naveen Pattnaik acknowledged the work of Shubhapallaba

ବ୍ୟୁରୋ (୨ ଜୁଲାଇ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ରଥଯାତ୍ରା ସଂସ୍କରଣରେ ଅନେକଗୁଡ଼ିଏ ଜଗନ୍ନାଥ ଏବଂ ରଥଯାତ୍ରା ସମ୍ବନ୍ଧୀୟ ଫଟୋ ବ୍ୟବହାର କରାଯାଇଛି, ଯେଉଁଥିରୁ ଅଧିକାଂଶ ଫଟୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ର ଟୁଇଟର ହ୍ୟାଣ୍ଡେଲ୍‌ରୁ ନିଆଯାଇଥିଲା । ଯେହେତୁ ଏହି ଦୁଇଟି ହ୍ୟାଣ୍ଡେଲ୍ ସମେତ କିଛି ସରକାରୀ ହ୍ୟାଣ୍ଡେଲ୍ କପିରାଇଟ୍ ଆକ୍ଟ ବାହାରେ ରହିଛି, ଏହାକୁ ବିନା ଅନୁମତିରେ ସାଧାରଣ ଲୋକେ ବ୍ୟବହାର କରିପାରିବେ ।

ଏହି ବିଷୟରେ ଶୁଭପଲ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଏହି କପିରାଇଟ୍ ଆକ୍ଟ ପାଇଁ କାର୍ଯ୍ୟ କରିଥିବା କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ଆଦିକୁ ପ୍ରଶଂସା କରାଯାଇଥିଲା । ଏହାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ସ୍ୱାଗତ କରାଯିବା ସହ ଶୁଭପଲ୍ଲବର ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏହି ବିଷୟରେ ଆମ ସହ ଆଲୋଚନା କରି ଶୁଭପଲ୍ଲବର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ନିଜର ଖୁସି ବ୍ୟକ୍ତ କରିଛନ୍ତି ।


Don't Miss
© all rights reserved
made with by templateszoo | Upated by GAPU