Responsive Ad Slot

ନୂଆ ଖବର

latest

ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ଅତସୀ କୁସୁମ ଇ-କବିତା ସଂକଳନ ଉନ୍ମୋଚିତ

Saturday, April 18, 2020

/ by Gapu

ଭଦ୍ରକ (୧୮ ଅପ୍ରେଲ ୨୦୨୦): ଗତ ପଣା ସଂକ୍ରାନ୍ତି ଅବସରରେ ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ଏକ ନୂଆ ପୁସ୍ତକ ଅତସୀ କୁସୁମ ଉନ୍ମୋଚିତ ହୋଇଯାଇଛି । ସୁଦୂର ନାଗପୁରରେ ରହୁଥିବା ଓଡ଼ିଆ କବି ନିର୍ମଳ ନାୟକଙ୍କ ରଚିତ ୩୦ ଗୋଟି କବିତାକୁ ନେଇ ଏହି କବିତା ସଙ୍କଳନଟି ପ୍ରକାଶ ପାଇଛି ।

ଏହି ପ୍ରକାଶନର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତିଙ୍କ ଅନୁସାରେ ଶ୍ରୀଯୁକ୍ତ ନାୟକଙ୍କ ରଚିତ ଅତସୀ କୁସୁମର ଅନ୍ୟ ଦୁଇଟି କବିତା ସଂକଳନ ପୂର୍ବରୁ ପ୍ରକାଶ ପାଇଥିଲା । ଏହି କବିତା ସଂକଳନଟି ଶୁଭପଲ୍ଲବର ୱେବ୍‌ସାଇଟ୍‌ରେ ଉପଲବ୍ଧ, ଯାହାକୁ ଆପଣମାନେ https://bit.ly/atasikusumaରୁ ମଧ୍ୟ ସିଧାସଳଖ ଡାଉନ୍‌ଲୋଡ୍ କରିପାରିବେ ।
Don't Miss
© all rights reserved
made with by templateszoo | Upated by GAPU