Responsive Ad Slot

ନୂଆ ଖବର

latest

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୪ଶ ସଂସ୍କରଣ ଉନ୍ମୋଚିତ

Wednesday, April 1, 2020

/ by Gapu
Shubhapallaba 14th Edition

ଭଦ୍ରକ (୧ ମଇ ୨୦୨୦): ଆଜି ଶ୍ରମିକ ଦିବସ ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୪ଶ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ସଂପ୍ରତି ବିଶ୍ୱରେ ଚାଲିଥିବା କରୋନାର ଭୟାବହତା ଏବଂ ଏହାକୁ ସଜାଡ଼ିବାରେ ଶ୍ରମିକମାନଙ୍କର କାର୍ଯ୍ୟକୁ ନେଇ ଏଥରର ସଂସ୍କରଣଟି ପ୍ରକାଶ ପାଇଛି ଶୁଭପଲ୍ଲବର ୱେବ୍‌ସାଇଟ୍ shubhapallaba.inରେ ।

ଏହି ପତ୍ରିକାଟିର ଅଳଂକରଣ କରିଛନ୍ତି ସଦୂର ହାଇଦ୍ରାବାଦରେ ଅବସ୍ଥାପିତ ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ । ଗପ, କବିତା, ଭଜନ, ପ୍ରବନ୍ଧ, ବଡ଼ ଲୋକଙ୍କ ଜୀବନି, ରୋଷେଇ ଆଦିକୁ ନେଇ ସମୁଦାୟ ୨୪ଟି ପ୍ରସଙ୍ଗ ଏହି ସଂସ୍କରଣରେ ପ୍ରକାଶ ପାଇଛି, ଯାହାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ପତ୍ରିକାର ସମ୍ପାଦକ ତଥା ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ଏବଂ ଏହାର ସମ୍ପାଦକୀୟ ପୃଷ୍ଠାଟି ରଚନା କରିଛନ୍ତି ତାପସ ରଞ୍ଜନ ।

ଏହି ପତ୍ରିକାଟିର ୱେବ୍ ପୋର୍ଟାଲ୍ ଏବେ ଓଡ଼ିଆ ସମେତ ହିନ୍ଦୀ, ଇଂରାଜୀ, ତେଲୁଗୁ, ବଙ୍ଗଳା, ପଞ୍ଜାବୀ, ସଂସ୍କୃତ ଆଦିରେ ଉପଲବ୍ଧ ଏବଂ ଏତଦ୍ ବ୍ୟତୀତ ଶୁଭପଲ୍ଲବ-ଶିଶୁରାଇଜ ନାମକ ଏକ ନୂଆ ୱେବ୍ ପୋର୍ଟାଲ୍ ମଧ୍ୟ ପୂର୍ବମାସରୁ ସକ୍ରିୟ ଅଛି, ଯେଉଁଥିରେ ଛୋଟ ପିଲାଙ୍କ ପାଇଁ ଉଦିଷ୍ଟ ଗପ, କବିତା, ଗୀତ, ନୀତିବାଣୀ ଆଦି ଉପଲବ୍ଧ ହେଉଛି ।
Don't Miss
© all rights reserved
made with by templateszoo | Upated by GAPU