Photo: The Telegraph
ବ୍ୟୁରୋ (୨୫ ଜାନୁଆରୀ ୨୦୨୦): ତୁର୍କୀର ପୂର୍ବାଞ୍ଚରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ପ୍ରାୟ ୬.୭ ତୀବ୍ରତାରେ ଏହି ଭୂକମ୍ପ ହୋଇଥିବା ଜଣାପଡ଼ିଛି । ଏହି ଭୂକମ୍ପରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ପ୍ରାୟ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିପରି ଶହ ଶହ ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଲାଜିକ୍ ପ୍ରୋଭିନ୍ସ ଅଂଚଳରେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଅନୁମାନ କରାଯାଇଛି ।
ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତମାନଙ୍କୁ ନିକଟସ୍ଥ ହସ୍ପାତାଳରେ ଭର୍ତ୍ତି କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବ ସୂଚନା ମିଳିଛି ।

