Responsive Ad Slot

ନୂଆ ଖବର

latest

ତୃପ୍ତିରଞ୍ଜନ ଦାସଙ୍କ ନୂଆ କବିତା ସଂକଳନ ଉନ୍ମୋଚିତ

Thursday, January 16, 2020

/ by Gapu

ବ୍ୟୁରୋ (୧୬ ଜାନୁଆରୀ ୨୦୨୦): ଆଜି ଏକ ବିଂଶତମ ଜଗତସିଂହପୁର ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଉନ୍ମୋଚିତ ହୋଇ ଯାଇଛି ଓଡ଼ିଆ ଯୁବ କବି ତୃପ୍ତିରଞ୍ଜନ ଦାସଙ୍କ କବିତା ସଙ୍କଳନ "ଆକାଂକ୍ଷିତ ସନ୍ଧ୍ୟାଟିଏ" । 

ଉକ୍ତ ଉନ୍ମୋଚନ ସଭାରେ ବିଶିଷ୍ଟ ପ୍ରାବନ୍ଧିକ ଝଙ୍କାରର ସମ୍ପାଦକ ଡ. ବାବାଜୀ ପଟ୍ଟନାୟକ, ସମାଲୋଚକ ଅଜୟ ମିଶ୍ର, ବିଶିଷ୍ଟ ଗାଳ୍ପିକ ତଥା ସାମ୍ବାଦିକ ରବି ନାରାୟଣ ଦାଶ, ସରୋଜ  ମହାନ୍ତି, ପ୍ରକଳ୍ପ ନିର୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁର ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଯୁଗ୍ମ ସମ୍ପାଦକ ନରେଶ ଦାସ, ସୁଧୀର କୁମାର ମହାନ୍ତି, ରଜତ ରଶ୍ମି ସ୍ୱାଇଁ, ପ୍ରକାଶକ ଶାନ୍ତି ସେନା ପ୍ରକାଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।
Don't Miss
© all rights reserved
made with by templateszoo | Upated by GAPU