Responsive Ad Slot

ନୂଆ ଖବର

latest

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବରେ ଭାଗ ନେଲେ ୨୨ଟି ସ୍କୁଲର ଛାତ୍ରଛାତ୍ରୀ

Monday, December 16, 2019

/ by Gapu

ଭଦ୍ରକ (୧୬ ଡିସେମ୍ବର ୨୦୧୯): ଆଜି ବନ୍ତ ବ୍ଳକ ସ୍ଥିତ ଶିଆଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଶିକ୍ଷାବିତ୍ ଗୋବିନ୍ଦ୍ର ଚନ୍ଦ୍ର ବାରିକ ଓ ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର କର ଓଷ୍ଟା ପତାକା ଉତ୍ତୋଳନ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ।

ଏହାପରେ ୨୨ଟି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ୧୦ଟି ବିଭାଗରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୨୦ ଜଣ କୃତୀ ପ୍ରତିଯୋଗୀ ଜିଲା ସ୍ତରକୁ ମନୋନୀତ ହୋଇଛନ୍ତି । ପୁରୁଖା ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ସେନାପତି, ରମାକାନ୍ତ ଜେନା, ଭାସ୍କର ଚନ୍ଦ୍ର ପାଢ଼ୀ, ଅଞ୍ଜଳି ଖୁଣ୍ଟିଆ, ଅଜୟ ପୃଷ୍ଟି, ନିରଞ୍ଜନ ସାହୁ, ଜଗନ୍ନାଥ ପାତ୍ର, ପର୍ଶୁରାମ ନାୟକ, ଅକ୍ଷୟ ଜେନା, ଦୁଃଶାସନ ପଣ୍ଡା, ଭରତ ପ୍ରଧାନ ପ୍ରମୁଖ ବିଚାରପତି ଭାବରେ ଦାୟିତ୍ୱ ତୁଲାଇଥିଲେ ।

୨ୟ ପର୍ଯ୍ୟାୟ ତଥା ପୁରସ୍କାର ବିତରଣୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟ ଓଷ୍ଟା ସମ୍ପାଦକ ଅକ୍ଷୟ କୁମାର ହୋତା, ରାଜ୍ୟ ଉପସଭାନେତ୍ରୀ ସୁରଜିତା ନାୟକ, ଜିଲା ଓଷ୍ଟା ସଭାପତି ଉପେନ୍ଦ୍ର ପ୍ରସାଦ ପାଢ଼ୀ, ଜିଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାଶ, ବ୍ଲକ ଓଷ୍ଟା ସଭାନେତ୍ରୀ ପୁଷ୍ପାରାଣୀ ଲେଙ୍କା, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ସମାଜସେବୀ ପ୍ରେମାନନ୍ଦ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦଶରଥ ଜେନା, ରଞ୍ଜନ କୁମାର ବାରିକ ପ୍ରମୁଖ ଯୋଗ ଦେଇ ଶିଶୁମହୋତ୍ସବ ମାଧ୍ୟମରେ ଲୁକାୟିତ ପ୍ରତିଭାର ବିକାଶ ହୋଇଥାଏ ବୋଲି କହିଥିଲେ ।

ପ୍ରାରମ୍ଭରେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବନ୍ତ ବ୍ଲକ ଓଷ୍ଟା ସମ୍ପାଦକ ଶଶୀ ଶେଖର କରଶର୍ମା ବାର୍ଷିକ ବିବରଣୀ ପାଠ ଓ ଶିକ୍ଷକ ଆଲୋକ ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କାର୍ଯ୍ୟରେ ଆଲୋକ ପ୍ରଧାନ, ସନ୍ତୋଷ ଜେନା, ଜଗନ୍ନାଥ ଦ୍ୱିବେଦୀ, ରମେଶ ବେହେରା, ଅନ୍ନପୂର୍ଣ୍ଣା ଦାସ, ପ୍ରଜ୍ଞା ପହିଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

(ସମ୍ବାଦଦାତା: ହରି ନାରାୟଣ ମହାନ୍ତି)
Don't Miss
© all rights reserved
made with by templateszoo | Upated by GAPU