Responsive Ad Slot

ନୂଆ ଖବର

latest

ଶୁଭପଲ୍ଲବ ଇ-ପତ୍ରିକାର ୨ ବର୍ଷ ପୂରଣ ଏବଂ ବଙ୍ଗଳା ଓ ପଞ୍ଜାବୀ ଭାଷାରେ ୱେବ୍ ପୋର୍ଟାଲ୍ ଉନ୍ମୋଚିତ

Wednesday, January 1, 2020

/ by Gapu

ଭଦ୍ରକ (୧/୧/୨୦୨୦): ଆଜି ନବ ବର୍ଷ ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨ ବର୍ଷ ପୂରଣ ଅବସରରେ ୧୦ମ ସଂସ୍କରଣ ପ୍ରକାଶ ପାଇବା ସହ ବଙ୍ଗଳା ଏବଂ ପଞ୍ଜାବୀ ଭାଷାର ଏହାର ୱେବ୍ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି । ୨୦୧୮ ମସିହାର ନବବର୍ଷରୁ ତ୍ରୟମାସିକ ପତ୍ରିକା ଭାବରେ ପ୍ରକାଶ ପାଇ ଆସୁଥିବା ଏହି ପତ୍ରିକାଟି ଏବେଠାରୁ ମାସିକ ପତ୍ରିକା ଭାବରେ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପ୍ରତିକାର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ।

ସୂଚନାନୁସାରେ ଏହି ପତ୍ରିକାର ୱେବ୍ ପୋର୍ଟଲ ଏବେ ଓଡ଼ିଆ ସମେତ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ ହେଉଛି । ପତ୍ରିକାର ଏହି ସଂସ୍କରଣରେ ସମୁଦାୟ ୨୫ଟି ଗପ, କବିତା ଓ ଭ୍ରମଣ କାହାଣୀ ସ୍ଥାନ ପାଇଛି । ଏହି ପତ୍ରିକାଟିର ଅଳଂକରଣ କାର୍ଯ୍ୟ କରିଛନ୍ତି ସୁଦୂର ମୁମ୍ବାଇରେ ଅବସ୍ଥାପିତ ଓଡ଼ିଆ ଯୁବକ ସମ୍ବିତ ଦାସ ଏବଂ ସମ୍ପାଦନରେ ଅନ୍ୟତମ ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି ତାପସ ରଞ୍ଜନ ।
Don't Miss
© all rights reserved
made with by templateszoo | Upated by GAPU