Responsive Ad Slot

ନୂଆ ଖବର

latest

ପ୍ରତିଭା ଅନ୍ୱେଷଣ ଶ୍ରେଷ୍ଠ ୨୦ରେ ସୌମ୍ୟଶ୍ରୀ ଆଶୁତୋଷ

Friday, December 13, 2019

/ by Gapu

ଭଦ୍ରକ (୧୩ ଡିସେମ୍ବର ୨୦୧୯): ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ପଞ୍ଚାୟତର ଭଣ୍ଡାରଗଢ଼ିଆ ଗ୍ରାମର ତଥା ଭଦ୍ରକ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଶିଶୁ ବୈଜ୍ଞାନିକ ସୌମ୍ୟଶ୍ରୀ ଆଶୁତୋଷ ନାୟକ ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (YATS-2019) କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।


ଆଜି ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିଅମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତ ବିଜେତାଙ୍କୁ ସମ୍ମାନୀତ କରିଥିଲେ । ରାଜ୍ୟର ୩୦୦ ବିଦ୍ୟାଳୟର ୬୨୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୬୦ ପ୍ରତିଯୋଗୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁଇଗୋଟି ପର୍ଯ୍ୟାୟ ବିଶିଷ୍ଟ ମୂଲ୍ୟାୟନ ପଦ୍ଧତିରେ ଶ୍ରେଷ୍ଠ ୨୦ ଜଣଙ୍କୁ ମନୋନୀତ କରାଯାଇଥିଲା, ଯେଉଁଥିରେ ସ୍ଥାନ ପାଇଥିଲେ ସୌମ୍ୟଶ୍ରୀ ଆଶୁତୋଷ ।


ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତବିଦ୍ୟା ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ମିଳିତ ଭାବରେ ଆୟୋଜନ କରାଯାଇଥିଲା । ଆସନ୍ତା ମଇ ମାସରେ ସମସ୍ତ ବିଜୟୀ ପ୍ରତିଯୋଗୀତଙ୍କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପରିଦର୍ଶନରେ ନିଆଯିବ । ଆଶୁତୋଷକ ପିତା ପର୍ଶୁରାମ ନାୟକ ଜଣେ ସରକାରୀ ଶିକ୍ଷକ ତଥା ଏସ୍ଏଲ୍ଆର୍‌ପି ଭାବରେ କାର୍ଯ୍ୟରତ । ପୁଅର ସଫଳତା ପାଇଁ ଉଭୟ ପିତାମାତା ତଥା ଅଞ୍ଚଳବାସୀ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି ।
Don't Miss
© all rights reserved
made with by templateszoo | Upated by GAPU