Responsive Ad Slot

ନୂଆ ଖବର

latest

ବାତ୍ୟା ବୁଲ୍‌ବୁଲ୍‌ ବିଷୟରେ ସବିଶେସ ତଥ୍ୟ ଦେଲେ ଏସ୍‌ଆର୍‌ସି ପ୍ରଦୀପ ଜେନା

Friday, November 8, 2019

/ by Gapu

ବୁରୋ (୯ ନଭେମ୍ବର ୨୦୧୯): ବାତ୍ୟା ବୁଲ୍‌ବୁଲ୍‌ର କ'ଣ ରହିଛି ସ୍ଥିତି? ଏହା କେଉଁ ଆଡ଼କୁ ମୁହାଁଉଛି? ଏହାର ବେଗ ଘଣ୍ଟାପ୍ରତି କେତେ ରହିଛି? କେଉଁ କେଉଁ ଜିଲ୍ଲାରେ ଅଧିକ ବର୍ଷା? ଜନଜୀବନ କ୍ଷୟକ୍ଷତି ହୋଇଛି କି? ଆସନ୍ତୁ ଏହି ସବୁ ଟିକିନିଖି ଖବର ଜାଣିବା, ଯାହାର ସୂଚନା ଦେଉଛନ୍ତି ନିଜେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ।

ବାତ୍ୟା ବୁଲ୍‌ବୁଲ୍ ଏବେ ପାରାଦୀପର ଦକ୍ଷିଣ-ପୂର୍ବ ଦିନରେ ପାଖାପାଖି ୧୩୦ କିଲୋମିଟର ଦୂରରେ ଘନିଭୂତ ହେଉଛି । ପୂର୍ବାନୁମାନ ଅନୁସାରେ ବାତ୍ୟାରେ ଗତିପଥ ସମାନ ରହିଛି ଏବଂ ବାତ୍ୟା ବୁଲ୍‌ବୁଲ୍ ଏବେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି, ଯାହାର ବେଗ ପୂର୍ବରୁ ୨୧ କିଲୋମିଟର ଥିଲା ।

ଏହି ବାତ୍ୟାର ପ୍ରଭାବରେ ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ଲାଗିରହିଛି । ପାରାଦୀପରେ ସର୍ବାଧିକ ୧୫୫ ମିଲି ବର୍ଷା ରେକର୍ଡ଼କ କରାଯାଇଛି ଏବଂ ଚାନ୍ଦବାଲିରେ ବର୍ଷାର ପରିମାଣ ରହିଛି ୧୩୨ ମିଲି । ଧାମରାରୁ ମିଳିଥିବା ସୂଚନା ଅନୁସାରେ ସେଠାରେ ପବନର ବେଗ ରହିଛି ଘଣ୍ଟାପ୍ରତି ୧୧୦ କିଲୋମିଟରରୁ ଅଧିକ ।

ପ୍ରଭାବିତ ତିନୋଟି ଜିଲ୍ଲାରେ ଅନେକ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି, ଫଳରେ ଯାତାୟତରେ କିଛିଟା ଅସୁବିଧା ପରିଲକ୍ଷିତ ହୋଇଛି । ଏହି ଗଛଗୁଡ଼ିକୁ କାଟିବାପାଇଁ କର୍ମଚାରୀମାନେ ପହଞ୍ଚିଥିବା ସୂଚନା ମିଳିଛି ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ଏଥିପ୍ରତି ସଜାଗ ରହିଥିଲେ, ଫଳରେ ସେମାନଙ୍କର ସହଯୋଗ ମଧ୍ୟ ପ୍ରଶାସନକୁ ମିଳିଛି ।


ପ୍ରଦୀପ ଜେନା ଓଟିଭିକୁ ଦେଇଥିବା ସୂଚନା ଅନୁସାରେ କୌଣସି ସ୍ଥାନରେ ଜନଜୀବନର କ୍ଷୟକ୍ଷତି ହୋଇନଥିବା କଥା କହିଛନ୍ତି । ମାତ୍ର ପ୍ରବଳ ପବନ ଯୋଗୁଁ ସମୁଦ୍ରକୁ ଯାଇଥିବା ଏକ ମାଛଧରା ଡଙ୍ଗାରୁ ଭାରସାମ୍ୟ ହରାଇ ସମୁଦ୍ର ମଧ୍ୟକୁ ଖସି ପଡ଼ି ମୃତ୍ୟବରଣ କରିଛନ୍ତି ଜଣେ ଚାଳକ, ଯାହାକି ନାମ ହେଉଁହି ଲାଲ୍‌ମୋହନ ସିଂ ।
Don't Miss
© all rights reserved
made with by templateszoo | Upated by GAPU