Responsive Ad Slot

ନୂଆ ଖବର

latest

ପ୍ରବଳ ପବନ ଯୋଗୁଁ ବୋଟ୍‌ରୁ ଖସିପଡ଼ି ମତ୍ସଜୀବି ମୃତ

Friday, November 8, 2019

/ by Gapu

ବ୍ୟୁରୋ (୯ ନଭେମ୍ବର ୨୦୧୯): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ବୁଲ୍‌ବୁଲ୍ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି, ଫଳରେ ସମୁଦ୍ର ମଧ୍ଯକୁ ଯାଇଥିବା ଏକ ମାଛାଧରା ଡଙ୍ଗା ଫେରିବାବେଳେ ପ୍ରବଳ ପବନ ଯୋଗୁଁ ସମୁଦ୍ର ମଧ୍ଯକୁ ଖସିପଡ଼ି ଚାଳକ ମୃତ୍ୟବରଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଧାମରାର ତାଳଚୁଆଠାରେ ବୋଟ୍‌ରୁ ଖସି ପଡ଼ିଥିଲେ ଚାଳକ ଜଣଙ୍କ । ପ୍ରବଳ ପବନ ଯୋଗୁଁ ବୋଟ୍‌ରୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ମୃତକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜର ଉଦଳ ଅନ୍ତର୍ଗତ ଲାଲ୍‌ମୋହନ ସିଂ । ସେ ତାଳଚୁଆ ଅଞ୍ଚଳରେ ରହି ଡଙ୍ଗା ଚଲାଉଥିଲେ ଏବଂ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଉଥିଲେ ।

ସେହିଭଳି ଧାମରାର ଭଞ୍ଜଡିହା ଅଞ୍ଚଳରେ ସମୁଦ୍ର ମଧ୍ୟକୁ ଯାଇଥିବା ୮ ମତ୍ସଜୀବିତଙ୍କ ଡଙ୍ଗା ବୁଡ଼ିଯାଇଛି ଏବଂ ସମସ୍ତ ମତ୍ସଜୀବି ସୁରକ୍ଷିତ ଥିବା କଥା ସୂଚନା ମିଳିଛି ।
Don't Miss
© all rights reserved
made with by templateszoo | Upated by GAPU