Responsive Ad Slot

ନୂଆ ଖବର

latest

ପ୍ରକାଶ ପାଇଲା ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ବିଶେଷ ସଂସ୍କରଣ

Tuesday, November 12, 2019

/ by Gapu

ବ୍ୟୁରୋ (୧୨ ନଭେମ୍ବର ୨୦୧୯): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ଏକ ବିଶେଷ ସଂସ୍କରଣ ପ୍ରକାଶ ପାଇଛି । ୨୦୧୮ ମସିହାର ନବବର୍ଷଠାରୁ ତ୍ରୟମାସିକ ପତ୍ରିକା ଭାବରେ ପ୍ରକାଶ ପାଇଆସୁଥିବା ଏହି ପତ୍ରିକାର ୮ମ ସଂସ୍କରଣ ପୂର୍ବ ଦୀପାବଳି ଅବସରରେ ପ୍ରକାଶ ପାଇଥିଲା ।

ଏହି ସଂସ୍କରଣର ସମ୍ପାଦନା ଦାୟିତ୍ୱରେ ଥିବା ପତ୍ରିକା ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କ ସୂଚନା ଅନୁସାରେ ଏହି ସଂସ୍କରଣରେ ସମୁଦାୟ ୨୨ଟି ଲେଖା ପ୍ରକାଶ ପାଇଛି, ଯେଉଁଥିରେ ଓଡ଼ିଶା ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଲେଖା ମଧ୍ୟ ପ୍ରକାଶିତ ହୋଇଛି । ପୂର୍ବରୁ ଶୁଭପଲ୍ଲବର ୱେବ୍ ପୋର୍ଟାଲରେ ଶ୍ରୀଯୁକ୍ତ ତ୍ରିପାଠୀଙ୍କର ଓଡ଼ିଆ ଏବଂ ସମ୍ବଲପୁରୀ କବିତା ପ୍ରକାଶ ପାଇଥିଲେ ମଧ୍ୟ ଶୁଭପଲ୍ଲବ ପତ୍ରିକାରେ ଏହା ଥିଲା ତାଙ୍କର ପ୍ରଥମ ରଚନା । ଏଥିସହିତ ପତ୍ରିକାଟି ୨୦୨୦ ମସିହାରୁ ତ୍ରୟମାସିକ ବଦଳରେ ମାସିକିଆ ପତ୍ରିକା ହେବାକୁ ଯାଉଛି ବୋଲି ସଂଗ୍ରାମ ନିଜେ ସୂଚନା ଦେଇଛନ୍ତି ।
Don't Miss
© all rights reserved
made with by templateszoo | Upated by GAPU