Responsive Ad Slot

ନୂଆ ଖବର

latest

ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କାନ୍ଥରେ ଓଡ଼ିଆ ଲିପି

Wednesday, November 13, 2019

/ by Gapu

ବ୍ୟୁରୋ (୧୪ ନଭେମ୍ବର ୨୦୧୯): ଆଜି ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କାନ୍ଥରେ ଏପରି କିଛି ଜିନିଷ ଦେଖିବାକୁ ମିଳିଛି, ଯାହାକୁ ନେଇ ବିଭିନ୍ନ ସ୍ତରରେ ପ୍ରକ୍ରିୟା ଦେଖିବାକୁ ମିଳିଛି, କିନ୍ତୁ ତନ୍ମଧ୍ୟରୁ ଓଡ଼ିଆ ଲିପିରେ ଲେଖାଯାଇଥିବା କିଛି ଲେଖାକୁ ନେଇ ଲୋକମାନଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି ।



ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ କାନ୍ଥମାନଙ୍କରେ ଉପ-କୁଳପତିଙ୍କୁ ବିରୋଧ କରି ହିନ୍ଦୀ, ଇଂରାଜୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ ତଥା ବିଭିନ୍ନ ଭାଷାରେ ଇସ୍ତଫା ଦାବି କରାଯାଇଥିଲା, ଯେଉଁଥିରେ ଓଡ଼ିଆ ଭାଷାରେ ମଧ୍ୟ ଲେଖାଯାଇଥିଲା । ଓଡ଼ିଆ ଭାଷାରେ ଲେଖାଯାଇଥିଲା କି, "ଉପକୁଳପତି ଇସ୍ତଫା ଦିଅ ।"
ଏହି ଘଟଣାକୁ ସୋସିଆଲ ମିଡ଼ିଆରେ ବିଭିନ୍ନ ସ୍ତରରେ ସମାଲୋଚନା କରାଯିବା ସହ ସେଠାର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କେତେଜଣ ଆଙ୍ଗୁଳି ଉଠାଇଛନ୍ତି । କେହି କେହି ମତ ଦେଇଛନ୍ତି କି, "ବିଶ୍ୱବିଦ୍ୟାଳୟର କାନ୍ଥକୁ ବିଦ୍ରୁପ କରି ଏମିତି ଲେଖିଲାବେଳେ କେହି କ'ଣ ତାଙ୍କୁ ବିରୋଧ କରିପାରିଲେ ନାହିଁ?" ଲେଖକ ତଥା ସମ୍ଭକାର ଆନନ୍ଦ ରଘୁନାଥନ ମଧ୍ୟ ଏହି ଉପରେ ଟୁଇଟ୍ କରି ନିଜର ପ୍ରତିକ୍ରିୟାରେ କ୍ଷୋଭ ପ୍ରକାଶ କରିଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU