ବ୍ୟୁରୋ: ମେଟ୍ରୋ କାର୍ ସେଡ୍ ନିର୍ମାଣ ନିମନ୍ତେ ଗତକାଲି ରାତିରେ ଅଧରେ କର୍ତ୍ତୃପକ୍ଷଙ୍କ ତରଫରୁ ଗଛକଟା । ସୂଚନା ମୁତାବକ ଉତ୍ତର ମୁମ୍ବାଇର ଆରେ କଲୋନିରେ ଗଛ କଟାକୁ ବିରୋଧ କରି ସମାଜିକକର୍ମୀ ଜୋରୁ ଭାଥେନା ଫାଇଲ୍ କରିଥିବା ପିଟିସନ୍କୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ରାତି ଅଧରେ କର୍ତ୍ତୃପକ୍ଷ ଗଛକାଟିବା ଆରମ୍ଭ କରିଥିଲେ । ହଣା ଯିବାକୁ ଥିବା ସମୁଦାୟ ୨୬୦୦ ଗଛରୁ ୨୦୦ ଗଛ ଶୁକ୍ରବାର ରାତିରେ କଟା ସରିଥିବା କଥା ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି।
ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ସାମାଜିକକର୍ମୀମାନଙ୍କ କହିବାନୁସାରେ, ପରିବେଶବିତ୍ ଏବଂ ବାସିନ୍ଦାମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨୦୦ ଗଛ ହଣା ସରିଥିଲା । କର୍ତ୍ତୃପକ୍ଷମାନଙ୍କୁ ଗଛକଟାରୁ ବିରତ କରିବାକୁ ବେରିକେଡ୍ ଭାଙ୍ଗି ସାମାଜିକକର୍ମୀମାନେ ଆରେ କଲୋନିର ପିକ୍ନିକ୍ ପଏଣ୍ଟ୍ରେ ପହଞ୍ଚିବା ପରେ ପୁଲିସ ଆସି କେତେକ ପ୍ରତିବାଦକାରୀଙ୍କୁ ଅଟକ ରଖିଛି ।


