Responsive Ad Slot

ନୂଆ ଖବର

latest

ଶୁଭପଲ୍ଲବ ଇ-ପତ୍ରିକାର ୬ଷ୍ଠ ସଂସ୍କରଣ ଓ ନୂଆ ୱେବ୍‌ସାଇଟ୍ ଉନ୍ମଚିତ

Monday, April 1, 2019

/ by Gapu
ଭଦ୍ରକ (୪/୧/୨୦୧୯): ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଆ ଇ-ପତ୍ରିକାର ଶୁଭପଲ୍ଲବର ୬ଷ୍ଠ ସଂସ୍କରଣ ଓ ନୂଆ ୱେବ୍‌ସାଇଟ୍ ଉନ୍ମୋଚିତ ହୋଇଯାଇଛି । ୨୦୧୮ ମସିହାରୁ ପ୍ରତି ୩ ମାସରେ ଥରେ ପ୍ରକାଶ ପାଇ ଆସୁଥିବା ଏହି ପତ୍ରିକାଟି ଆଜି ତା'ର ୱେବ୍‌ପୋର୍ଟାଲ ଉନ୍ମୋଚନ କରିଛି, ଯେଉଁଥିରେ ଓଡ଼ିଆ ଭାଷାରେ ଗପ, କବିତା, ଭ୍ରମଣ କାହାଣୀ, ସାହିତ୍ୟଚର୍ଚ୍ଚା ଆଦି ନିୟମିତ ପ୍ରକାଶ ପାଇବ ବୋଲି ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ସୂଚନା ଦେଇଛନ୍ତି ।



ଉନ୍ମୋଚିତ ହୋଇଥିବା ୬ଷ୍ଠ ସଂସ୍କରଣରେ ୪୯ଟି କବିତା, ୨୫ଟି ଗପ, ଗୋଟିଏ ଭ୍ରମଣ କାହାଣୀ ସହ ପୁସ୍ତକ ସମୀକ୍ଷା ଆଦି ସ୍ଥାନିତ ହୋଇଛି । ଏହି ସଂସ୍କରଣର ସମ୍ପାଦନା କରିଥିଲେ ସଂଗ୍ରାମ କେଶରୀ ସେନାପତି ଓ ତାପସ ରଞ୍ଜନ ଏବଂ ଅଳଂକରଣ କାର୍ଯ୍ୟ କରିଥିଲେ ସୁଦୂର ମୁମ୍ବାଇରେ ରହୁଥିବା ଡିଜାଇନର୍ ସମ୍ବିତ ଦାସ । ଏହି ପତ୍ରିକାଟ ଏବେ PDF ଫର୍ମାଟରେ ତାଙ୍କର ୱେବ୍‌ସାଇଟ୍ http://shubhapaba.inରେ ଉପଲବ୍ଧ ।
Don't Miss
© all rights reserved
made with by templateszoo | Upated by GAPU