Responsive Ad Slot

ନୂଆ ଖବର

latest

ନିଳୋକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଏବଂ ଶିକ୍ଷାକର୍ମୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Saturday, February 2, 2019

/ by Gapu
ଭଦ୍ରକ (୦୨/୦୧/୨୦୧୯): ଆଜି ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଏବଂ ପୁରାତନ ଛାତ୍ରଛାତ୍ରୀ ତ‌ଥା ବିଭିନ୍ନ ସଂଘ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାକର୍ମୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ନିଳୋକ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରି ଆସିଥିବା ଶିକ୍ଷକ ନିରାକାର ବେହେରା ମହୋଦୟ ଏବଂ ଶିକ୍ଷକର୍ମୀ ଭାବରେ କାର୍ଯ୍ୟ କରି ଆସୁଥିବା ଉପେନ୍ଦ୍ର ମିଶ୍ର ଓ ଧରଣୀଧର ରାଉତଙ୍କୁ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସଭାରେ ବିଭିନ୍ନ ଶିକ୍ଷକ ସଂଘ ତରଫରୁ କର୍ମକର୍ତ୍ତା, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଆଦି ଉପସ୍ଥିତ ରହିବା ସହ ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ ।


ସକାଳ ୧୧ ଘଟିକାରେ ପୁରାତନ ଛାତ୍ରମାନେ ଅବସରପ୍ରାପ୍ତ ଶିକ୍ଷକ ନିରାକାର ବେହେରା, ଶିକ୍ଷାକର୍ମୀ ଧରଣୀଧର ରାଉତ ଓ ଉପେନ୍ଦ୍ର ମିଶ୍ରଙ୍କୁ ତାଙ୍କ ଘର ପାଛୋଟି ଆଣିଥିଲେ ଏବଂ ଏହାପରେ ମନ୍ତ୍ରୀ ମହୋଦୟଙ୍କର ଆଗମନ ପରେ ସାଧାରଣ ସଭାର ଆରମ୍ଭ ହୋଇଥିଲା । ନିଳୋକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶୋଭେନ୍ଦ୍ର ମାଝୀ ଏହି ସଭାର ସଭାପତିତ୍ୱ କରିଥିଲେ ।


ଅତିଥିମାନଙ୍କର ଆସନ ଅଳକୃତ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା ଏବଂ ପ୍ରଦୀପ ପ୍ରଜ୍ୱଳନ ପରେ ବିଦ୍ୟାଳୟର ଛାତ୍ରୀମାନଙ୍କଦ୍ୱାରା ଏକ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷକ ପର୍ଶୁରାମ ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶଶୀଭୂଷଣ କରଙ୍କ ତତ୍ତ୍ୱାବଧାନରେ ସଭାକାର୍ଯ୍ୟ ଆଗକୁ ବଢ଼ିଥିଲା ।


ଉକ୍ତ ସଭା ମଞ୍ଚରେ ନିଳୋକ ଉଚ୍ଚ ବିଦ୍ୟାଳୟର ପୁରାତନ ତଥା ବର୍ତ୍ତମାନର ଶିକ୍ଷକ ବୃନ୍ଦ ଓ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ଥିଲେ । ନିଳୋକ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ନରହରି ବାରିକ, ଗୌରାଙ୍ଗ ଚରଣ ମହାନ୍ତି, ଭାସ୍କର ଚନ୍ଦ୍ର ସେନାପତି, ପ୍ରଭାକର ରାଉତ, କୃପାସିନ୍ଧୁ ପଣ୍ଡା, ପୂର୍ବତନ ଶିକ୍ଷାକର୍ମୀ ଶ୍ରୀଧର ବିଶ୍ୱାଳ ଆଦି ଉପସ୍ଥିତ ଥିଲେ ଏବଂ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ଶିକ୍ଷୟତ୍ରୀ ସୁଚରିତା ବାଇ, ଚିତ୍ରବତୀ ବେହେରା, ରବି ନାରାୟଣ ଖିଲାର ପ୍ରମୁଖ ସଭା ସୁଚାରୁରୂପେ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।


ବିଦ୍ୟାଳୟର ଶିକ୍ଷକ, ଆମନ୍ତ୍ରୀତ ଅତିଥି ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାକର୍ମୀମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଆଦି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା, ଆମନ୍ତ୍ରିତ ଅତିଥି ଏବଂ ପୁରାତନ ତଥା ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବକ୍ତବ୍ୟ ପ୍ରଦାନ କରାଯାଇଥିଲା ।


ନିଳୋକ ଗ୍ରାମର ବାଦ୍ୟକାର ଜଳଧର ଯେନା ଏହି ସଭାରେ ସଙ୍ଗୀତ ପରିବେଶଣ କରିବା ସହିତ ବିଦ୍ୟାଳୟର ଛାତ୍ରୀମାନେ ଗୁରୁବନ୍ଦନା ଗାନ କରିଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପଧାନପଡ଼ାର ଶିକ୍ଷକ ତଥା ଏହି ବିଦ୍ୟାଳୟର ପୁରାତନ ଛାତ୍ର ଜଗନ୍ନାଥ ଦ୍ୱିବେଦୀ ଉକ୍ତ ସଭାରେ ଗୁରୁବନ୍ଦନା ଗାନ କରିଥିଲେ । 


ଏହି ସଭାରେ ସରପଞ୍ଚ ଅଶୋକ ମହାନ୍ତି, ସମିତି ସଭ୍ୟା କମଳିନୀ ଆଚାର୍ଯ୍ୟ, ନାଟ୍ୟକାର ତଥା ଅଧ୍ୟାପକ ସୁଧାଂଶୁ ମୋହନ ସାହୁ, କୁଳପ୍ରଭା ଦେବୀ, ପୁରାତନ ଛାତ୍ରମାନଙ୍କ ମଧ୍ୟରେ ହରିନାରାୟଣ ମହାନ୍ତି, ରମେଶ ପାଢ଼ୀ, ଅନିରୁଦ୍ଧ ନାୟକ, ଅଜେଶ ନାୟକ, ଦେବାଶିଷ ନାୟକ, ବିଜୟାନନ୍ଦ ଦାସ, ସଂଗ୍ରାମ କେଶରୀ ସେନାପତି, ମଦନମୋହନ ଜେନା, ପର୍ଶୁରାମ ନାୟକ, ବିପିନ ପ୍ରଧାନ, ସୂର୍ଯ୍ୟନାରାୟଣ ପଣ୍ଡା, ସଂଗ୍ରାମ କେଶରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


Don't Miss
© all rights reserved
made with by templateszoo | Upated by GAPU