Responsive Ad Slot

ନୂଆ ଖବର

latest

ନିଳୋକ ଗ୍ରାମର ବିଭିନ୍ନ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

Saturday, January 26, 2019

/ by Gapu
ଆଜି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ସ୍କୁଲ, କଲେଜ ତଥା ଶିକ୍ଷାନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ବିଭିନ୍ନ ଅନୁଷ୍ଠାନରେ ସକାଳ ପ୍ରଭାତ ଫେରୀ ସହ ପତାକା ଉତ୍ତୋଳନ ହୋଇଥିଲା ଏବଂ ବିଭିନ୍ନ ସ୍ଥାନରେ ସାଧାରଣ ସଭାମାନ ଆୟଜିତ ହୋଇଥିଲା ।



ନିଳୋକ ଉଚ୍ଚ ବିଦ୍ୟାଳୟ: ବନ୍ତ ବ୍ଲକର ନିଳୋକ ପଞ୍ଚାୟତରେ ଥିବା ନିଳୋକ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ର ପ୍ରଭାତଫେରୀ ସାରି ଆସି ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୋଭେନ୍ଦ୍ର ମାଝୀ, ହିନ୍ଦୀ ଶିକ୍ଷକ ସୁଧାକର ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ସୁରଜିତା ବାଇ, ଖେଳ ଶିକ୍ଷକୟତ୍ରୀ ଚିତ୍ରବତି ବେହେରା, କମ୍ପୁଟର ଶିକ୍ଷକ ରବି ନାରାୟଣ ଖିଲାର, କିରାଣୀ ସନାତନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟ: ୭୦ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନିଳୋକଠାରେ ଥିବା ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟର ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବରେଣ୍ୟ ଅବିନାଶ ନାୟକ ମହୋଦୟ ପତାକା ଉତ୍ତୋଳନ କରିଥିଲେ । ପ୍ରଭାତଫେରୀ ସାରି ଫେରିବା ପରେ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସେନାପତିଙ୍କ ଦ୍ୱାରା ଆଗତ ସଭାରେ ସଭିଏଁ ଯୋଗଦେବା ସହ ପତାକା ଉତ୍ତୋଳନ ପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜଳଧର ବାରିକ ମଧ୍ୟ ଅତିଥୀ ଭାବରେ ଯୋଗ ଦେଇଥିଲେ । ସ୍କୁଲର ଶିକ୍ଷକମାନଙ୍କ ମଧ୍ୟରେ ଗଣେଶ୍ୱର ପଣ୍ଡା, ଧୀରେନ୍ଦ୍ର ବିଶ୍ୱାଳ ଓ ଅଞ୍ଜଳୀ ରାଉତଙ୍କ ସମେତ ପରିକ୍ଷୀତ ନାୟକ ଉପସ୍ଥିତ ଥିଲେ ।


ଆଦର୍ଶ ବିଦ୍ୟାଳୟ, ନିଳୋକ: ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ନିଳୋକ ଗ୍ରାମରେ ସ୍ଥାପିତ ହୋଇଥିବା ଆଦର୍ଶ ବିଦ୍ୟାଳରେ ମଧ୍ୟ ସାଧାରଣତନ୍ତ୍ର ଦିବସ ବଡ଼ ଧୁମ୍‌ଧାମରେ ପାଳିତ ହୋଇଥିଲା । ସକାଳୁ ଛାତ୍ରଛାତ୍ରୀମାନେ ପ୍ରଭାତଫେରୀ କରିବାପରେ ବିଦ୍ୟାଳୟ ପରିସରରେ ଉପସ୍ଥିତ ହେବା ସହ ପତାକା ଉତ୍ତୋଳନ କରିଥିଲେ ଏବଂ ପରେ ସାଧାରଣ ସଭାର ଆୟୋଜନ ହୋଇଥିଲା ।

Image may contain: 1 person, crowd and outdoor

ହରିହର ନୋଡାଲ ଉ.ପ୍ରା. ବିଦ୍ୟାଳୟ: ସେହିଭଳି ନିଳୋକର ହରିହର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପତାକା ଉତ୍ତୋଳନ ସହିତ ପିଲାମାନଙ୍କୁ ପୋଷାକ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଳୋକ ଗ୍ରାମ ପଞ୍ଚାୟତର ସରପଞ୍ଚ ଅଶୋକ ମହାନ୍ତି ଯୋଗ ଦେଇଥିଲେ । ସ୍କୁଲର ଶିକ୍ଷକ ବଟକୃଷ୍ଣ ସେଠୀ, ରାଜଶ୍ରୀ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Image may contain: 8 people, outdoor

ସାଧନା ବିଦ୍ୟା ମନ୍ଦିର: ନିଳୋକଠାରେ ଥିବା ସାଧନା ବିଦ୍ୟାମନ୍ଦିରରେ ଆଜି ପ୍ରଭାତଫେରୀ ପରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ପରିଚାଳକ ରମେଶ ବାରିକ, ପର୍ଶୁରାମ ବାରିକ ତ‌ଥା ବିଦ୍ୟାଳୟର ଗୁରୁଜୀଗୁରୁମାନେ ଉପସ୍ଥିତ ଥିଲେ ।



Don't Miss
© all rights reserved
made with by templateszoo | Upated by GAPU